ଦୁଇ ଦିନର ବିରତି ପରେ ଆଜିଠୁ ପୁଣି ସରଗରମ
ହେବ ବିଧାନସଭା । 2024 – 25 ଆର୍ଥିକ ବଜେଟ ଉପରେ ଗୃହରେ ସାଧାରଣ ଆଲୋଚନା ଆରମ୍ଭ ହେବ । 2
ଲକ୍ଷ 65 ହଜାର କୋଟିର ବଜେଟ ମୋହନ ସରକାର ଆଣିଛନ୍ତି । ତେବେ ଏହାଉପରେ ଶାସକ ଓ ବିରୋଧୀ ଦଳର
ସଦସ୍ୟମାନେ ସେମାନଙ୍କର ମତ ରଖିଛି । ଏହାରି ଭିତରେ ବିରୋଧୀଙ୍କ ହାତରେ ଲାଗିଛି ଏକ ନୂଆ
ପ୍ରସଙ୍ଗ । ମୁଖ୍ୟମନ୍ତ୍ରୀ ଅଧିବେସନ ଚାଲିଥିବା ସମୟରେ କିପରି ଗୃହ ବାହାରେ ଏକ ସରକାରୀ ଘୋଷଣା
କଲେ ତାହାକୁ ନେଇ ସରକାରଙ୍କୁ ଗୃହରେ ଘେରିବ ବିରୋଧୀ । ଅଗ୍ନିବରୀଙ୍କୁ ନିଯୁକ୍ତି କ୍ଷେତ୍ରରେ 10 ପ୍ରତିଶତ ସଂରକ୍ଷଣ ଘୋଷଣାକୁ କଂଗ୍ରସ ଏବଂ ବିଜେଡ଼ି ସ୍ବାଧୀକାର ଭଙ୍ଗ ପ୍ରସ୍ତାବ ଆଣିବା ସହ
ନୀତି ଆୟୋଗ ବୈଠକରେ ରାଜ୍ୟ ସ୍ବାର୍ଥ ପ୍ରସଙ୍ଗ ଉଠାଯାଇନଥିବାରୁ ଏହାକୁ ଗୃହରେ ଉଠାଇ ପାରନ୍ତି
। ଅନ୍ୟପଟେ ଆଜି ଗୃହରେ ରହିଛି ଗୁରୁତ୍ବପୂଣ୍ଣ
ବିଭାଗ ଗୁଡ଼ିକର ପ୍ରଶ୍ନୋତ୍ତର କାର୍ଯ୍ୟକ୍ରମ । ଗୃହ , ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ଇଲୋକ୍ରୋଟୋନିକ୍ସ
ସୂଚନା ପ୍ରଯୁକ୍ତି ବିଦ୍ୟା ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ । ଅର୍ଥବିଭାଗ ଭଳି
ଗୁରୁତ୍ବପୂଣ୍ଣ ବିଭାଗର ଆଜି ଆଲୋଚନା ରହିଛି ।