ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ
ଶନିବାର ବସିଛି ନୀତି ଆୟୋଗ ପରିଚାଳନା ପରିଷଦ ବୈଠକ । ତେବେ ବୈଠକରେ ଏକ ଅପ୍ରୀତିକର ପରିସ୍ଥିତି
ସୃ୍ଷ୍ଟି ହୋଇଛି । ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ବୈଠକ ଅଧାରୁ ଉଠି ଚାଲିଯାଇଛନ୍ତି । ତାଙ୍କୁ ବୈଠକରେ କଥା
କହିବାକୁ ଅଧିକ ସମୟ ନ ମିଳିବାରୁ ସେ ଅସନ୍ତୋଷ ପ୍ରକାଶ କରି ଉଠିଯାଇଥିଲେ ।
ବୈଠକରେ ପ୍ରଧାମନ୍ତ୍ରୀ ମୋଦୀଙ୍କ ସମେତ
ନିତି ଆୟୋଗର ସଦସ୍ୟ ବିଭିନ୍ନ ରାଜ୍ୟର ମୁଖ୍ୟମନ୍ତ୍ରୀ ସଚିବ ଏବଂବରିଷ୍ଠ ଅଧିକାରୀମାନେ ଉପସ୍ଥିତ
ରହିଥିଲେ । ବୈଠକରେ ମତ ରଖିବାକୁ 5 ମିନିଟ ସମୟ ଦିଆଯାଇଥିଲା । ମମତା ନିଜ ମତ ରଖିଥିଲେ ।
କିନ୍ତୁ ସେ 5 ମିନିଟରେ ଅଧିକ ସମୟ କହିବାକୁ ଚାହୁଁଥିଲେ । ହେଲେ 5 ମିନିଟ ହେବା କ୍ଷଣି ତାଙ୍କ ମାଇକ
ବନ୍ଦ କରିଦିଆଯାଇଥିଲା । ଯେଉଁଥିରେ ମମତା ବିରକ୍ତ ପ୍ରକାଶ କରି ଅଧାରୁ ବୈଠକରୁ ଉଠି ପଳାଇଥିଲେ
।
ବାହାରକୁ ଆସି ମମତା ଗଣମାଧ୍ୟମକୁ କହିଛନ୍ତି ଯେ ମୁଁ ମତ ରଖିବା
ସମସୟରେ ମୋ ମାଇକ ବନ୍ଦ କରିଦିଆଯାଇଥିଲା । ମୁଁ ଏଭଳି ପାରତ ଅନ୍ତର କଣ ପାଇଁ କରାଯାଉଛି ବୋଲି
ପଚାରିଥିଲି । କୌଣସି ବିରୋଧୀ ଦଳ ବୈଠକକୁ ଆସିଲେ ନାହିଁ । ମୁଁ ଏକାମାତ୍ର ବିରୋଧୀ ଦଳ ଭାବେ
ବୈଠକକୁ ଆସିଛି । ତୁମେମାନେ ଖୁସି ହେବା କଥା । କିନ୍ତୁ ତୁମେମାନେ ତୁମ ସରକାରକୁ ପ୍ରାଥମିକତା
ଦେଉଛ । ଏଭଳି ସମସ୍ତ ଆଞ୍ଚଳିକ ଦଳଗୁଡ଼ିକ ପ୍ରତି ଅପମାନ ବୋଲି ମମତା କହିଛନ୍ତି