ନୀତି ଆୟୋଗ ବୈଠକରେ ବିଭିନ୍ନ ଦାବି
କରିଛନ୍ତି ଓଡ଼ିଶା ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ରାଜ୍ୟରେ ବନ୍ଦର ଭିତ୍ତିକ ଶିଳ୍ପାଞ୍ଚଳ
ପ୍ରତିଷ୍ଠା ଦାବି ପାଇଁ ସହାୟତା ଲୋଡ଼ିଛନ୍ତି ମୁଖ୍ୟମନ୍ତ୍ରୀ । ଧାମରା ଓ ଗୋପାଳପୁରରେ ନିକଟରେ
ଶିଳ୍ପାଞ୍ଚଳ ଗଠନ ଦାବି କରିଛନ୍ତି । ଏଥିପାଇଁ ଗଞ୍ଜାମ ଜିଲ୍ଲାରେ ପ୍ରାୟ 4 ହଜାର 3 ଶହ ଏକର
ଜମି ହସ୍ତାନ୍ତର ପାଇଁ କେନ୍ଦ୍ର ସରକାରଙ୍କ ନିକଟରେ ଦାବି ହୋଇଛି । ଏହାସହ ବିପର୍ଯ୍ୟୟ ଓ
ଭିତ୍ତିଭୂମି ପ୍ରକଳ୍ପକୁ ତୁରନ୍ତ କେନ୍ଦ୍ରୀୟ ମଞ୍ଜୁରୀ ପାଇଁ ଦାବି କରାଯାଇଛି । ଆନ୍ତରାଜ୍ୟ ଅକ୍ଷୟ ଶକ୍ତି ପରିବହନ କରିଡ଼ର ପାଇଁ
ପ୍ରସ୍ତାବ ରଖିଛନ୍ତି ମୁଖ୍ୟମନ୍ତ୍ରୀ । ସେହିପରି ଟେଲିକମ ଶକ୍ତି କ୍ଷେତ୍ରରେ ଭିତ୍ତିଭୂମି ପାଇଁ
ଦାବି ହୋଇଛି । ଏଥିରେ ବ୍ୟାଙ୍କ ନଥିବା ପଞ୍ଚାୟତରେ ବ୍ୟାଙ୍କ ଓ ଏଟିଏମ ଖୋଲିବାକୁ କେନ୍ଦ୍ରକୁ
ସହାୟତା ମାଗିଛି ରାଜ୍ୟ । ଏହାବ୍ୟତୀତ ରାଜ୍ୟରେ ରେଳ ସଂଯୋଗ ବଢାଇବା ସହ କାର୍ବନ ନିର୍ଗମନ କିପରି
କମ କରାଯାଇପାରିବ ସେଥିପାଇଁ ସହାୟତା ଲୋଡ଼ିଛନ୍ତି
ରାଜ୍ୟ ସରକାର । ସେହିପରି ପିଏମ ଜନଜାମି ଯୋଜନାରେ ଆଦିବାସୀଙ୍କ ବିକାଶ ଶିକ୍ଷା ,
ସ୍ବାସ୍ଥ୍ୟ ଓ ଜୀବିକାର ସୁଯୋଗ ସୃଷ୍ଟି କରିବା ଏବଂ 2036 ସୁଦ୍ଧା ବିକଶିତ ଓଡ଼ିଶା ଗଠନ ଲକ୍ଷ୍ୟ
ପାଇଁ ଦାବି ହୋଇଛି ।