କମଳା ହାରିସ ଆମେରିକାର ରାଷ୍ଟ୍ରପତି
ପ୍ରାର୍ଥୀ । ଆନୁଷ୍ଠାନିକ ଭାବେ ରାଷ୍ଟ୍ରପତି ପ୍ରାର୍ଥୀ ନେଇ ଏକ୍ସରେ ସେ ସୂଚନା ଦେଇଛନ୍ତି ।
ସେ କହିଛନ୍ତି ପ୍ରତ୍ୟେକ ଭୋଟ ଜିତିବାକୁ ମୁଁ କଠିନ ପରିଶ୍ରମ କରିବି । ଚଳିତବର୍ଷ ନଭେମ୍ବରରେ
ଆମେରିକାରେ ରାଷ୍ଟ୍ରପତି ନିର୍ବାଚନ ଅନୁଷ୍ଠିତ ହେବାକୁ ଯାଉଛି । ଡ଼ୋନାଲଡ଼ ଟ୍ରମ୍ଫ ରିପବ୍ଲିକାନ
ପାର୍ଟି ତରଫରୁ ପ୍ରାର୍ଥୀ ହୋଇଥିବା ବେଳେ ବର୍ତମାନର ରାଷ୍ଟ୍ରପତି ତଥା ଡ଼େମୋକ୍ରାଟିକ
ପ୍ରାର୍ଥୀ ଜୋ ବେଇଡ଼େନ ଏହି ଦୌଡ଼ରୁ ଓହରି ଯାଇଛନ୍ତି । ତେବେ ହାରିସଙ୍କ ପ୍ରାର୍ଥିତ୍ବକୁ
ପୂର୍ବତନ ରାଷ୍ଟ୍ରପତି ବରାକ ଓବାମା ଏବଂ ପତ୍ନୀ ମିସେଲ ଓବାମା ଦୃଢ ସମର୍ଥନ କରିଛନ୍ତି ।
ରାଷ୍ଟ୍ରପତି ପଦରୁ ଅବସର ନେବାର ପ୍ରାୟ ଦଶବର୍ଷ ଅତିକ୍ରାନ୍ତ
ହୋଇସାରିଥିଲେ ସୁଦ୍ଧା ଓବାମାଙ୍କ ଲୋକପ୍ରିୟତା ଏବେ ମଧ୍ୟ ଶିଖରରେ ରହିଛି । ଡ଼େମୋକ୍ରାଟିକ
ପାର୍ଟି ନେତା ଓବାମା 2009 ରେ ପ୍ରଥମ କୃଷ୍ଣକାୟ ବ୍ୟକ୍ତିଭାବେ ଆମେରିକାର ସର୍ବାରଚ୍ଚ ପଦକ
ନିର୍ବାଚିତ ହୋଇଥିଲେ । ସେ 2017 ପର୍ଯ୍ୟନ୍ତ ଏହି ଦାୟିତ୍ବ ତୁଲାଇଥିଲେ । ହାରିସଙ୍କ
ପ୍ରାର୍ଥିତ୍ବଙ୍କୁ ସମର୍ଥନ ଜଣାଇବାରେ ଓବାମାଙ୍କ ମତ ବେଶ ଗୁରୁତ୍ବ ବହନ କରୁଛି ।