ଆଜି ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ଗଭଣ୍ଣିଂ କାଉନସିଲର ବୈଠକ । ପ୍ରଧାମନ୍ତ୍ରୀ ନରେନ୍ଦ୍ର
ମୋଦୀଙ୍କ ଅଧ୍ୟକ୍ଷତାରେ ଏହି ବୈଠକ ବସିବ । 2047 ମସିହା ସୁଦ୍ଧା ବିକଶିତ ଭାରତ ଗଠନ କରିବା
ଏହି ବୈଠକରେ ଫୋକସ ରହିବ । ତେବେ ଏହି ନୀତି ଆୟୋଗ ବୈଠକରେ ଯୋଗଦେବାକୁ ଦିଲ୍ଲୀରେ
ପହଞ୍ଚିଛନ୍ତି ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଶୁକ୍ରବାର ଠାରୁ ସେ 4 ଦିନିଆ ଦିଲ୍ଲୀ
ଗସ୍ତ କରିଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ସହ ମୁଖ୍ୟ
ଶାସନ ସଚିବ ମଧ୍ୟ ନୀତି ଆୟୋଗ ବୈଠକରେ ଯୋଗ ଦେବେ । ଏହି ବୈଠକ ପରେ ପରବର୍ତୀ ସମୟରେ ବିଜେପିର
ସମସ୍ତ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ବୈଠକ ରହିଛି । ଏହାସହ ରାଜ୍ୟରେ ବିଭିନ୍ନ ପ୍ରସଙ୍ଗକୁ ନେଇ
ମଧ୍ୟ କେନ୍ଦ୍ରମନ୍ତ୍ରୀଙ୍କୁ ମୁଖ୍ୟମନ୍ତ୍ରୀ ସାକ୍ଷାତ କରିବା କାର୍ଯ୍ୟକ୍ରମ ରହିଛି । ସେପଟେ
ଏହି ବୈଠକକୁ ବିଭିନ୍ନ ଅଣ ବିଜେପି ଶାସିତ ରାଜ୍ୟରେ ମୁଖ୍ୟମନ୍ତ୍ରୀ ବର୍ଜନ କରିଛନ୍ତି ।