ମଙ୍କିପକ୍ସକୁ ନେଇ ଭୟ ସୃଷ୍ଟି ହୋଇଛି । ସ୍ବାସ୍ଥ୍ୟ ବିଶେଷଜ୍ଞମାନେ ଏହାକୁ ନେଇ ସତର୍କ ରହିବାକୁ ପରାମର୍ଶ ଦେଇଛନ୍ତି । ଏହାର ପ୍ରଥମ ଲକ୍ଷଣ ହେଉଛି ଜ୍ୱର। ସାଧାରଣତଃ ଲୋକମାନେ ଏହାକୁ ଋତୁକାଳୀନ ଜ୍ୱର ଭାବି ଅଣଦେଖା କରନ୍ତି। ତେଣୁ ଜ୍ୱର ସହ କାଶ ଲାଗି ରହିବା ଏବଂ ବାରମ୍ବାର ବାନ୍ତି ହେବା ସହ ଚର୍ମରେ ଦାଗ ଦେଖା ଯାଉଥିଲେ ତୁରନ୍ତ ଡାକ୍ତରଙ୍କ ପରାମର୍ଶ ଗ୍ରହଣ କରନ୍ତୁ। କାରଣ ଏହା ମଙ୍କି ପକ୍ସ ହୋଇପାରେ । ଯଦି ପିଠି ଏବଂ ମାଂସପେଶୀରେ ଯନ୍ତ୍ରଣା ହୁଏ। କ୍ଳାନ୍ତ ଏବଂ ମୁଣ୍ଡବିନ୍ଧା ବି ହୁଏ। ତେଣୁ ଏସବୁ ଲକ୍ଷଣ ଥିଲେ ଆଦୌ ଅଣଦେଖା କରନ୍ତୁ ନାହିଁ। ଡାକ୍ତରଙ୍କୁ ଦେଖାନ୍ତୁ , ଔଷଧ ଖାଆନ୍ତୁ ।
ମଙ୍କିପକ୍ସ ଆଫ୍ରିକାରୁ ବ୍ୟାପୁଛି । ସଂକ୍ରମିତ ରୋଗୀଙ୍କଠାରୁ ଅନ୍ୟ ଜଣଙ୍କୁ ବ୍ୟାପୁଛି । ରୋଗୀ ବ୍ୟବହାର କରିଥିବା ଜିନିଷ ମାଧ୍ୟମରେ ମଙ୍କିପକ୍ସ ଭୂତାଣୁ ବ୍ୟାପିପାରେ। ଯଦି ରୋଗୀଙ୍କ ଘା’ କିମ୍ବା କ୍ଷତ ସଂସ୍ପର୍ଶରେ ଆସନ୍ତି, କିମ୍ବା ସେମାନେ ବ୍ୟବହାର କରୁଥିବା ବିଛଣା, ବାସନ ଏବଂ ଅନ୍ୟାନ୍ୟ ଜିନିଷ ବ୍ୟବହାର କରନ୍ତି ତେବେ ମଙ୍କିପକ୍ସ ବ୍ୟାପିପାରେ। ସଂକ୍ରମିତ ବ୍ୟକ୍ତିଙ୍କଠାରୁ ଦୂରତା ବଜାୟ ରଖିବାକୁ ପଡ଼ିବ । ସଂକ୍ରମଣରୁ ରକ୍ଷା ପାଇବା ପାଇଁ ବାରମ୍ବାର ସାବୁନରେ ହାତ ଧୋଇବା, ସଂକ୍ରମିତ ରୋଗୀ ବ୍ୟବହାର କରୁଥିବା ଜିନଷକୁ ବ୍ୟବହାର ନ କରିବା, ଚର୍ମକୁ ଘୋଡାଇ ରଖିବା, ପଶୁମାନଙ୍କଠାରୁ ଦୂରତା ବଜାୟ ରଖିବା, ବିଶେଷକରି ମାଙ୍କଡ଼ଙ୍କଠାରୁ ଦୂରତା ବଜାୟ ରଖିବା ଆବଶ୍ୟକ ।