ଆପଣ ଜାଣନ୍ତି ଡେଙ୍ଗୁ ରୋଗ ମଶାର ଭାଇରସ୍ ଦ୍ୱାରା ହୋଇଥାଏ । ଯାହାକୁ ଏଡିସ୍ ମଶା କାମୁଡ଼ିଥାନ୍ତି ସେମାନଙ୍କୁ ଡେଙ୍ଗୁ ଜ୍ବର ହୋଇଥାଏ । ରାଜଧାନୀରେ ପ୍ରତିବର୍ଷ ହଜାର ହଜାର ଡେଙ୍ଗୁ ରୋଗୀ ଦେଖାଯାଉଛନ୍ତି । ଭୁବନେଶ୍ବର, କଟକ, ପୁରୀ ବ୍ରହ୍ମପୁରରେ ଅଧିକ ଜନବହୁଳ ଅଞ୍ଚଳରେ ଏହି ରୋଗ ଦେଖାଯାଉଛି । ଡେଙ୍ଗୁ ରୋଗର ମୁଖ୍ୟ ଲକ୍ଷଣ ମଧ୍ୟରେ ଉଚ୍ଚ ଜ୍ୱର, ମୁଣ୍ଡବିନ୍ଧା, ଚକ୍ଷୁର ଚାରିପାଖରେ ଯନ୍ତ୍ରଣା, ଶକ୍ତି ହିନତା ଅନୁଭବ ହୁଏ
ଡେଙ୍ଗୁରୁ ସୁରକ୍ଷା ପାଇବାର ଉପାୟ
ମଶାବଂଶ ନିପାତ ହେଉଛି ବଡ଼ ଉପାୟ । ଏହା ଛଡ଼ା ମଶାରି ଟାଣି ଶୋଇବା ଆବଶ୍ୟକ । ଅଧିକ ଫଳ ଖାଇବା ଆବଶ୍ୟକ । ପିଜୁଳି, ଅମୃତଭଣ୍ଡା, କମଳା ଖାଇବା ଦ୍ବାରା ଶରୀରରେ ଭାଇରସକୁ ବଢ଼ିବାକୁ ଦିଏ ନାହିଁ । ପାଣି ଗରମ କରି ପିଅନ୍ତୁ । ଘର ଓ ତାହାର ଚାରିପାଖ ସଫା ରଖନ୍ତୁ । ପାଣି ସଂଚୟ ସ୍ଥାନକୁ ସଫା ରଖିବା ଆବଶ୍ୟକ । ଡେଙ୍ଗୁ ଭାଇରସ୍ ପ୍ରସାରଣ ରୋକିବା ପାଇଁ ବ୍ୟକ୍ତିଗତ ସୁରକ୍ଷା ବ୍ୟବସ୍ଥା ବ୍ୟବହାର କରିବା ଉଚିତ। ଲମ୍ବା ପୋଶାକ ପିନ୍ଧିବା ସହ ଘରକୁ ମଶା ମୁକ୍ତ ରଖନ୍ତୁ । ସମଗ୍ର ରାଜ୍ୟରେ ଡେଙ୍ଗୁ ରୋଗୀଙ୍କ ସଂଖ୍ୟା ୨ ହଜାର ପାଖାପାଖି ଅଛି । ଖୋର୍ଦ୍ଧାରୁ ସର୍ବାଧିକ ୫୦୦ ପାଖାପାଖି ରୋଗୀ ଅଛନ୍ତି । ଏହାପଛକୁ ରହିଛନ୍ତି ସୁନ୍ଦରଗଡ଼ ଓ ରାଉରକେଲା ସହର, ବଲାଙ୍ଗୀର ଓ କଟକ । ତେଣୁ ଆପଣଙ୍କୁ ସତର୍କ ରହିବାକୁ ପଡ଼ିବ ।