ଅମୃତଭଣ୍ଡା ଖାଆନ୍ତୁ ଆପଣଙ୍କ ପାଚନ ଶକ୍ତି ବୃଦ୍ଧି ପାଇବ । ଏହାର କିଛି ମୁଖ୍ୟ ଉପକାର ଆପଣଙ୍କ ପାଚନ ଶକ୍ତିକୁ ବଢ଼ାଇ ପାକସ୍ଥଳୀର ସମସ୍ୟାଗୁଡିକୁ ହଟାଏ। ଏହା ଜୀର୍ଣ୍ଣ କରେ ଖାଦ୍ୟ ଏବଂ ଶରୀରକୁ ସୁସ୍ଥତା ରଖିବାରେ ସାହାଯ୍ୟ କରେ। ଏହା କେବଳ ସ୍ୱାଦିଷ୍ଟ ନୁହେଁ, ସ୍ୱାସ୍ଥ୍ୟକର ମଧ୍ୟ। ଅମୃତଭଣ୍ଡାରେ ପ୍ରଚୁର ପରିମାଣରେ ଭିଟାମିନ୍ ସି, ଭିଟାମିନ୍ ଏ, ଫୋଲେଟ୍, ଫାଇବର, କପର୍, ମ୍ୟାଗ୍ନେସିୟମ୍ ଏବଂ ପୋଟାସିୟମ୍ ଥାଏ, ଯାହା ସ୍ୱାସ୍ଥ୍ୟରେ ଉନ୍ନତି ଆଣେ। ହୃଦ୍ ରୋଗରୁ ରକ୍ଷାକରେ, ଅମୃତଭଣ୍ଡାରେ ଭିଟାମିନ୍ ଏ, ଭିଟାମିନ୍ ସି ଏବଂ ଭିଟାମିନ୍ ଇ ପରି ଅଧିକ ପରିମାଣର ଆଣ୍ଟିଅକ୍ସିଡାଣ୍ଟ ଥାଏ। ଆଣ୍ଟିଅକ୍ସିଡାଣ୍ଟରେ ଭରପୂର ଏହି ଫଳ ହୃଦରୋଗର ଆଶଙ୍କାକୁ ହ୍ରାସ କରିଥାଏ। ଏହା ମଧ୍ୟ କୋଲେଷ୍ଟ୍ରଲକୁ ହ୍ରାସ କରେ। ଏହାର ପତ୍ର ପ୍ରତିରୋଧ ଗୁଣରେ ଭରିଥାଏ, ଯାହା ଦେହକୁ ବିଭିନ୍ନ ବ୍ୟାକ୍ଟେରିଆ ଓ ଭାଇରସ୍ ଠାରୁ ସୁରକ୍ଷା କରିଥାଏ।
ଅମୃତଭଣ୍ଡାର ରକ୍ତର ଶୁଦ୍ଧିକରଣ କରେ ଓ ଦେହର ଅନ୍ତର ରୋଗ ରେ ଉପକାର ହୋଇଥାଏ। ଏହା ଲିଭର ଓ ଦିଗେଷ୍ଟିଭ୍ ସିଷ୍ଟମ୍ ର ସୁସ୍ଥତା ପାଇଁ ଖୁବ ଉପକାରୀ।
ମଧୁମେହ ରେ ଲାଭକାରୀ: ଏହା ରୋଗ ପ୍ରତିରୋଧକ ଶକ୍ତିକୁ ବଢ଼ାଇ ରକ୍ତର ଶର୍କରା କମେଇ ମଧୁମେହ ରୋଗ ରେ ଉପକାର କରେ।
ବାୟୁ ନିୟନ୍ତ୍ରଣ: ଅମୃତଭଣ୍ଡାର ଦେହରେ ବାୟୁ ନିୟନ୍ତ୍ରଣ କରିବାରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିବାହ କରେ, ଯାହାର ଫଳରେ ନିଶ୍ୱାସ ରୋଗରେ ଲାଭକାରୀ ହୋଇଥାଏ।