ଶାସକ ବିଜେପି ପକ୍ଷରୁ ତଳସରା ବିଧାୟକ
ଭବାନୀ ଶଙ୍କର ଭୋଇ ଉପବାଚସ୍ପତି ପ୍ରାର୍ଥୀ ହୋଇଛନ୍ତି । ବିଧାନସଭାରେ ବଜେଟ ଅଧିବେଶନର ଦ୍ବିତୀୟ
ଦିନରେ ବିଜେପି ଉପବାଚସ୍ପତି ପାଇଁ ବିଧାୟକ ଶ୍ରୀ ଭୋଇଙ୍କ ନାମ ଘୋଷଣା କରିଛି । ବିଧାନସଭା
ସଚିବଙ୍କ ପାଖରେ ଶ୍ରୀ ଭୋଇ ମଙ୍ଗଳବାର ପ୍ରାର୍ଥୀପତ୍ର ଦାଖଲ କରିଥିଲେ । ଆଜି ଉପବାଚସ୍ପତି
ନିର୍ବାଚନ ଅନୁଷ୍ଠିତ ହେବ । ଭବାନୀ ଭୋଇ ତଳସରା ବିଧାନସଭା ନିର୍ବାଚନ ମଣ୍ଡଳୀରୁ ଦୁଇ ଦୁଇ ଥର
ବିଜେପି ବିଧାୟକ ଭାବେ ନିର୍ବାଚିତ ହୋଇଛନ୍ତି ।
2019 ରେ ଶ୍ରୀ ଭୋଇ ବିଜେଡ଼ି ବିଧାୟକ ପ୍ରାର୍ଥୀ ଷ୍ଟିଫେନ ଓ୍ବିଲସନ ସୋରେଙ୍ଗଙ୍କୁ ପରାସ୍ତ
କରିଥିବା ବେଳେ 2024 ରେ ବିଜେଡ଼ି ପ୍ରାର୍ଥୀ ବିନୟ କୁମାର ଟାପୁଙ୍କୁ ପରାସ୍ତ କରିଥିଲେ । ଦୁଇଥର
ବିଧାୟକ ହୋଇଥିବାରୁ ବିଧାନସଭା ପରିଚାଳନାରେ ତାଙ୍କର ଅନୁମାନ ରହିଛି । ଯେଉଁଥିପାଇଁ ଦଳ
ତାଙ୍କୁ ପ୍ରାର୍ଥୀ କରିଛି । ସେ ପ୍ରାର୍ଥିପତ୍ର
ଦାଖଲ କରିବା ସମୟରେ ମୁଖ୍ୟମନ୍ତ୍ରୀ ମୋହନଚରଣ ମାଝୀ , ଦୁଇ ଉପମୁଖ୍ୟମନ୍ତ୍ରୀ କନକବର୍ଦ୍ଧନ ସିଂଦେଓ
ଓ ପ୍ରଭାତୀ ପରିଡ଼ା , ସଂସଦୀୟ ବ୍ୟାପାର ମନ୍ତ୍ରୀ ମୁକେଶ ମହାଲିଙ୍ଗଙ୍କ ସମେତ ବିଜେପିର ବହୁ
ପିଧାୟକ ଉପସ୍ଥିତ ଥିଲେ ।