ଆସନ୍ତା ୨ ବର୍ଷ ମଧ୍ୟରେ ପୂରଣ ହେବ ୬୫ ହଜାର ସରକାରୀ ପଦବୀ।’ ଆଜିଠାରୁ ସପ୍ତଦଶ ବିଧାନସଭାର ପ୍ରଥମ ବଜେଟ ଅଧିବେଶନ ଆରମ୍ଭ ହୋଇଥିବା ବେଳେ ପ୍ରଥମ ଦିନରେ ରାଜ୍ୟପାଳ ତାଙ୍କ ଅଭିଭାଷଣରେ ସରକାରଙ୍କ ଲକ୍ଷ୍ୟ ସଂପର୍କରେ କହିବାକୁ ଯାଇ ଦେଇଛନ୍ତି ଏହି ତଥ୍ୟ। ରାଜ୍ୟପାଳ ରଘୁବର ଦାସ କହିଛନ୍ତି, କୃଷି ଓ କୃଷକଙ୍କ ବିକାଶ ତଥା ଆୟବୃଦ୍ଧି ଉପରେ ଫୋକସ୍ କରିଛନ୍ତି ରାଜ୍ୟ ସରକାର। ନିଯୁକ୍ତି, ଶିକ୍ଷା, ସ୍ୱାସ୍ଥ୍ୟ, ଗମନାଗମନ ଓ ଭିତ୍ତିଭୂମି କ୍ଷେତ୍ରକୁ ଦିଆଯାଉଛି ପ୍ରାଥମିକତା। ୨୦୨୯ ସୁଦ୍ଧା ରାଜ୍ୟରେ ସାଢ଼େ ୩ ଲକ୍ଷରୁ ଅଧିକ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ। ଆସନ୍ତା ୨ ବର୍ଷ ମଧ୍ୟରେ ପୂରଣ ହେବ ୬୫ ହଜାର ସରକାରୀ ପଦବୀ। ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଗ୍ରାମାଞ୍ଚଳରେ ନିର୍ମାଣ ହେବ ୧୦ ଲକ୍ଷ ଘର।ଏହାସହ ଓଡ଼ିଶାରେ ଖୁବ୍ ଶୀଘ୍ର ଲାଗୁ କରାଯିବ ଆୟୁଷ୍ମାନ ଭାରତ-ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନା। ତା’ଛଡ଼ା ସାରା ରାଜ୍ୟରେ ୩ହଜାର ନୂଆ ଡାକ୍ତରଙ୍କୁ ନିଯୁକ୍ତି ଦିଆଯିବ।