Friday, June 27, 2025
No Result
View All Result
Odisha 365

Latest News

ଇସ୍ରାଏଲର ଇରାନ ଉପରେ ଏୟାର ଷ୍ଟ୍ରାଇକ: ୨୦ ଜଣ ଶୀର୍ଷ କମାଣ୍ଡରଙ୍କ ମୃତ୍ୟୁ

ବିମାନ ଦୁର୍ଘଟଣାରେ ମୋଟ୍ ୨୬୫ ଜଣଙ୍କ ଜୀବନ ଯାଇଥିବା ସ୍ପଷ୍ଟ

ସଂଘ ଓ ସମାଜ ମିଳିତ ଭାବେ ନକ୍ସଲବାଦ ଓ ମତାନ୍ତରଣ ସମସ୍ୟାର ସମାଧାନ କରିପାରନ୍ତି

ଦୁଇ ଦେଶର ଫର୍ମୁଲା ମନରେ ଥିବା ଯାଏ ଆତଙ୍କବାଦ ରହିବ : ଡ. ମୋହନ ଭାଗବତ

ସଂଘ ଶିକ୍ଷା ବର୍ଗ: ସାମାଜିକ ସମରସତା, ଅନୁଶାସନ ଓ ରାଷ୍ଟ୍ରୀୟ ଚେତନାର ଏକ ଯାତ୍ରା

  • ଜାତୀୟ
  • ରାଜ୍ୟ
  • ଆନ୍ତର୍ଜାତୀୟ
  • ଭିଡିଓଗୁଡିକ
    • ବିଶେଷ ଅଦ୍ୟତନଗୁଡିକ |
    • ରାଶିଫଳ
    • ଚିତ୍ତବିନୋଦନ |
    • ବ୍ୟବସାୟ
    • ଆଇନଗତ |
    • ଇତିହାସ
    • ଭାଇରାଲ୍ ଭିଡିଓଗୁଡିକ |
  • ରାଜନୀତି
  • ବ୍ୟବସାୟ
  • ମନୋରଞ୍ଜନ
  • କ୍ରୀଡା
  • Opinion
    • ଜୀବନଶ yle ଳୀ

Home ରାଜ୍ୟ

ଶ୍ରୀମନ୍ଦିର ଭିତର ରତ୍ନଭଣ୍ଡାରରେ ଯୁଦ୍ଧାସ୍ତ୍ର

param by param
Jul 20, 2024, 03:18 pm GMT+0530
FacebookTwitterWhatsAppTelegram

ପୁରୀ : ଶ୍ରୀମନ୍ଦିର ଭିତର ରତ୍ନଭଣ୍ଡାରରେ ଯୁଦ୍ଧାସ୍ତ୍ର ରହିଥିବା ରତ୍ନଭଣ୍ଡାର
ତଦାରଖ କମିଟି ଅଧ୍ୟକ୍ଷ ଜଷ୍ଟିସ୍‌ ବିଶ୍ବନାଥ ରଥ ସୂଚନା ଦେଇଛନ୍ତି। ୧୧ଜଣିଆ କମିଟି ଭିତର
ରତ୍ନଭଣ୍ଡାର ଭିତରେ ପ୍ରବେଶ କରିବା ପରେ ସେଠାରେ ଅନେକ ରତ୍ନ ଦେଖିଥିଲେ। ସେଠାରେ ରହିଥିବା
୩ଗୋଟି ରତ୍ନଅଳଙ୍କାର ଭର୍ତ୍ତି ସିନ୍ଦୁକ ଓ ୪ ଆଲମାରୀ ଥିବା କହିଛନ୍ତି ଜଷ୍ଠିସ ଶ୍ରୀ ରଥ ।
ଏସବୁ ଅସ୍ଥାୟୀ ରତ୍ନଭଣ୍ଡାରକୁ ସ୍ଥାନାନ୍ତର କରାଯାଇଛି। ଭିତର ରତ୍ନଭଣ୍ଡାରରେ କିଛି
ଯୁଦ୍ଧାସ୍ତ୍ର ରହିଥିବା କଥା ମଧ୍ୟ ସେ କହିଛନ୍ତି । ଯୁଦ୍ଧାସ୍ତ୍ରଗୁଡ଼ିକ ଉପରେ କଳା ଆବରଣ
ରହିଥିବାରୁ ତାହା କେଉଁ ଧାତୁରେ ନିର୍ମିତ ତାହା ଜଣାପଡ଼ିନାହିଁ। ରାଜା କପିଳେନ୍ଦ୍ର ଦେବ
ଦାକ୍ଷିଣାତ୍ୟ ବିଜୟ କରି ବିପୁଳ ରତ୍ନ ଅଳଙ୍କାର ପ୍ରଭୁଙ୍କୁ ଉତ୍ସର୍ଗ କରିଥିଲେ। ଯୁଦ୍ଧରେ
ବ୍ୟବହାର କିଛି ଅସ୍ତ୍ରଶସ୍ତ୍ର ରତ୍ନଭଣ୍ଡାରରେ ରଖାଯାଇଥିବା ଜଣାପଡ଼ିଛି।ଦୀର୍ଘ ୪୬ବର୍ଷ ତଳେ
ପୁରୀ ଶ୍ରୀମନ୍ଦିରର ରତ୍ନ ଭଣ୍ଡାରରେ ପ୍ରାୟ ଦେଢ କୁଇଣ୍ଟାଲ ସୁନା ଅଳଙ୍କାର ଓ ଅଢେଇ
କୁଇଣ୍ଟାଲରୁ କିଛି ଅଧିକ ରୂପା ସାମଗ୍ରୀ ଥିଲା  ।

୧୯୭୮ ମସିହାରେ ନୀଳମଣି ରାଉତରାୟଙ୍କ ମୁଖ୍ୟମନ୍ତ୍ରୀତ୍ୱ କାଳରେ
ବିଶ୍ୱଭୂଷଣ ହରିଚନ୍ଦନ ଆଇନ୍‍ ମନ୍ତ୍ରୀ ଥିବାବେଳେ ଶ୍ରୀମନ୍ଦିର ରତ୍ନ ଭଣ୍ଡାରର ବିଭିନ୍ନ
ସାମଗ୍ରୀର ଗଣତି ଓ ମଣତି କରାଯାଇଥିଲା । ସେତେବେଳର ରାଜ୍ୟପାଳ ଭଗବତ ଦୟାଲ ଶର୍ମାଙ୍କ
ଅଧ୍ୟକ୍ଷତାରେ ଶ୍ରୀମନ୍ଦିରର ସଂସ୍କାର ଲାଗି ଏକ କମିଟି ଗଠନ କରାଯାଇଥିଲା ।
 
ଭିତର ଓ ବାହାର ରତ୍ନ ଭଣ୍ଡାରରେ ରଖାଯାଇଥିବା ସମସ୍ତ ସାମଗ୍ରୀର ଏକ
ପୂର୍ଣ୍ଣାଙ୍ଗ ତାଲିକା ୧୯୭୮ ମସିହା ମଇ ୧୩ ତାରିଖରୁ ଜୁଲାଇ ୨୩ ତାରିଖ ମଧ୍ୟରେ ପ୍ରସ୍ତୁତ
କରାଯାଇଥିଲା । ଏହି ତଥ୍ୟ ଏବେ ବି ରାଜ୍ୟ ସରକାର ଓ ଶ୍ରୀମନ୍ଦିର ପ୍ରଶାସନ ନିକଟରେ ରହିଛି । କିନ୍ତୁ
ତାହା ଜନସାଧାରଣଙ୍କୁ କୁହାଯାଇନାହିଁ । ଉକ୍ତ ତଥ୍ୟ ମୁତାବକ ୧୨
,୮୩୧ ଭରି ୧ଅଣା
ଓଜନର ମୂଲ୍ୟବାନ ପଥର ସହିତ ସୁନା ଅଳଙ୍କାର ଓ ଅନ୍ୟାନ୍ୟ ଜିନିଷ ସୁମାରି କରାଯାଇଥିବାବେଳେ ୨୨
,୧୫୩ ଭଳି ଓଜନର
ମୂଲ୍ୟବାନ ପଥର ସହିତ ରୂପା ବାସନ
,
ପୂଜା ସାମଗ୍ରୀ ଓ ଅନ୍ୟାନ୍ୟ ଜିନିଷ ଗଣତି କରାଯାଇଥିଲା । ଗୋଟିଏ ଭରିର ଓଜନ ୧୧.୬୬ ଗ୍ରାମ
ବୋଲି କୁହାଯାଉଥିବାରୁ ସେତେବେଳେ ସୁମାରି ହୋଇଥିବା ମୂଲ୍ୟବାନ ପଥର ସହିତ ସ୍ୱର୍ଣର୍ ସାମଗ୍ରୀର
ଓଜନ ୧୪୯ କିଲୋ ୬୦୯ ଗ୍ରାମରୁ ଅଧିକ ଥିଲା । ସେହିପରି ମୂଲ୍ୟବାନ ପଥର ସହିତ ରୂପା ସାମଗ୍ରୀର
ଓଜନ ୨୫୮ କିଲୋ ୩୦୩ ଗ୍ରାମରୁ ଅଧିକ ରହିଥିବା ଜଣାପଡିଥିଲା ।

ସରକାରୀ ତଥ୍ୟ ମୁତାବକ ସେତେବେଳେ ଆଉ ୧୪ଟି ସୁନା ଓ ରୂପା ଜିନିଷ
ବିଭିନ୍ନ କାରଣରୁ ଓଜନ କରାଯାଇ ପାରିନଥିବାରୁ ତାହାର ପରିମାଣ ଉପରୋକ୍ତ ସୁନା ଓ ରୂପା
ସାମଗ୍ରୀରେ ଅର୍ନ୍ତଭୁକ୍ତ ହୋଇପାରିନଥିଲା । ଶ୍ରୀଜୀଉମାନଙ୍କ ଦୈନନ୍ଦିନ ନୀତିକାନ୍ତି ଆଦି ଲାଗି
ଯେଉଁ ସୁନା
, ରୂପା ଓ
ଅନ୍ୟ ସାମଗ୍ରୀ ବ୍ୟବହାର କରାଯାଇ ସେ ସବୁକୁ ଚଳନ୍ତି ରତ୍ନଭଣ୍ଡାରରେ ରହିଥାଏ ଏବଂ ଏଠାରେ
କାରବାର ପ୍ରାୟ ପ୍ରତିଦିନ ନିର୍ଦ୍ଧାରିତ ନୀତି ନିୟମ ଅନୁଯାୟୀ ନିର୍ଦ୍ଦିଷ୍ଟ ସେବକମାନେ
କରିଥାନ୍ତି । ସେହିଭଳି ରଥଯାତ୍ରା
,
ସୁନାବେଶ ଆଦି ବିଭିନ୍ନ ପର୍ବ ପର୍ବାଣିରେ ଯେଉଁସବୁ ସାମଗ୍ରୀ ବ୍ୟବହୃତ ହୁଏ ତାହା ବାହାର
ରତ୍ନଭଣ୍ଡାରରେ ସୁରକ୍ଷିତଭାବେ ରଖାଯାଇଥାଏ । ତେବେ ଅନ୍ୟ ସୁନା ରୂପା ସହ ମୂଲ୍ୟବାନ ପଥର
ସାମଗ୍ରୀଗୁଡିକ ଭିତର ରତ୍ନଭଣ୍ଡାରରେ ରଖାଯାଇଥାଏ । ଶ୍ରୀମନ୍ଦିର ଆଇନ୍‍ ଅନୁଯାୟୀ ନିର୍ଦ୍ଧାରିତ
ପନ୍ଥାରେ ରତ୍ନଭଣ୍ଡାରର ସମ୍ପତ୍ତି ସବୁର ଗଣତି
,
ମଣତି ଓ ରକ୍ଷଣା ବେକ୍ଷଣ ହେବାକଥା । ତେବେ ବିଭିନ୍ନ କାରଣରୁ ୪୬ବର୍ଷ ଧରି ଭିତର
ରତ୍ନଭଣ୍ଡାରର ସାମଗ୍ରୀର ଆଉ ହିସାବ ନିକାଶ ହୋଇପାରିନଥିଲା । ଭିତର ରତ୍ନଭଣ୍ଡାରର ସ୍ଥିତି
ଯାଞ୍ଚ ପାଇଁ ଏକଦା ଉଦ୍ୟମ ହୋଇଥିଲେ ମଧ୍ୟ ଚାବି ହଜିଯିବା ଘଟଣା ଯୋଗୁଁ ଭିତରକୁ କେହି
ଯାଇପାରିନଥିଲେ । ଏ ପ୍ରସଙ୍ଗରେ ରାଜ୍ୟ ସରକାର ମଧ୍ୟ ରଘୁବୀର କମିଶନ ବସାଇଥିଲେ । ଏବେ
ସୁପ୍ରିମ୍‍କୋର୍ଟର ଅସରପ୍ରାପ୍ତ ବିଚାରପତି ଅରଜିତ ପଶାୟତଙ୍କ ଅଧ୍ୟକ୍ଷତାରେ ରାଜ୍ୟ ସରକାର
ରତ୍ନଭଣ୍ଡାର ସାମଗ୍ରୀ ସୁମାରି ଲାଗି ଏକ ଉଚ୍ଚସ୍ତରୀୟ କମିଟି ଗଠନ କରିଥିବାବେଳେ ଲେଜର
ସ୍କାନିଂରୁ ରତ୍ନଭଣ୍ଡାରରେ ଫାଟ ହୋଇଥିବା ଜଣାପଡିଛି ।

Tags: newsodisha
ShareTweetSendShare

RelatedNews

ଓଡ଼ିଶାର ସମସ୍ତ IPS ଅଫିସରଙ୍କ ଛୁଟି ବାତିଲ କରିଛନ୍ତି ସରକାର
Latest News

ଓଡ଼ିଶାର ସମସ୍ତ IPS ଅଫିସରଙ୍କ ଛୁଟି ବାତିଲ କରିଛନ୍ତି ସରକାର

ଆସନ୍ତା ୧୦ରେ ଓଡ଼ିଶା ଆସିବେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ
Latest News

ଆସନ୍ତା ୧୦ରେ ଓଡ଼ିଶା ଆସିବେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ

ରଥଯାତ୍ରାର ମହତ୍ତ୍ୱ: କାହିଁକି ପ୍ରତିବର୍ଷ ଏତେ ଭିଡ଼ ହୁଏ?
Latest News

ରଥଯାତ୍ରାର ମହତ୍ତ୍ୱ: କାହିଁକି ପ୍ରତିବର୍ଷ ଏତେ ଭିଡ଼ ହୁଏ?

ପୁଣିଥରେ ହେବ OCS ଆନ୍ଥ୍ରପୋଲୋଜି ପରୀକ୍ଷା, ଜାଣନ୍ତୁ କେବେ ହେବ ପରୀକ୍ଷା ?
Latest News

ପୁଣିଥରେ ହେବ OCS ଆନ୍ଥ୍ରପୋଲୋଜି ପରୀକ୍ଷା, ଜାଣନ୍ତୁ କେବେ ହେବ ପରୀକ୍ଷା ?

ରାଜ୍ୟରେ କାଳବୈଶାଖୀ ବର୍ଷା ନେଇ ଆଲର୍ଟ
Latest News

ଆହୁରି ୪ ଦିନ କାଳବୈଶାଖୀ

Latest News

ଇସ୍ରାଏଲର ଇରାନ ଉପରେ ଏୟାର ଷ୍ଟ୍ରାଇକ: ୨୦ ଜଣ ଶୀର୍ଷ କମାଣ୍ଡରଙ୍କ ମୃତ୍ୟୁ

ଇସ୍ରାଏଲର ଇରାନ ଉପରେ ଏୟାର ଷ୍ଟ୍ରାଇକ: ୨୦ ଜଣ ଶୀର୍ଷ କମାଣ୍ଡରଙ୍କ ମୃତ୍ୟୁ

ବିମାନ ଦୁର୍ଘଟଣାରେ ମୋଟ୍ ୨୬୫ ଜଣଙ୍କ ଜୀବନ ଯାଇଥିବା ସ୍ପଷ୍ଟ

ବିମାନ ଦୁର୍ଘଟଣାରେ ମୋଟ୍ ୨୬୫ ଜଣଙ୍କ ଜୀବନ ଯାଇଥିବା ସ୍ପଷ୍ଟ

ସଂଘ ଓ ସମାଜ ମିଳିତ ଭାବେ ନକ୍ସଲବାଦ ଓ ମତାନ୍ତରଣ ସମସ୍ୟାର ସମାଧାନ କରିପାରନ୍ତି

ଦୁଇ ଦେଶର ଫର୍ମୁଲା ମନରେ ଥିବା ଯାଏ ଆତଙ୍କବାଦ ରହିବ : ଡ. ମୋହନ ଭାଗବତ

ଦୁଇ ଦେଶର ଫର୍ମୁଲା ମନରେ ଥିବା ଯାଏ ଆତଙ୍କବାଦ ରହିବ : ଡ. ମୋହନ ଭାଗବତ

ସଂଘ ଶିକ୍ଷା ବର୍ଗ: ସାମାଜିକ ସମରସତା, ଅନୁଶାସନ ଓ ରାଷ୍ଟ୍ରୀୟ ଚେତନାର ଏକ ଯାତ୍ରା

ସଂଘ ଶିକ୍ଷା ବର୍ଗ: ସାମାଜିକ ସମରସତା, ଅନୁଶାସନ ଓ ରାଷ୍ଟ୍ରୀୟ ଚେତନାର ଏକ ଯାତ୍ରା

ଅଯୋଧ୍ୟାରେ ରାମ ମନ୍ଦିର: ହିନ୍ଦୁ ଆସ୍ଥାର ପ୍ରାଣକେନ୍ଦ୍ର

ସକାଳର ମୁଖ୍ୟ ଖବର

Dr. Keshav Baliram Hedgewar

ସଂଘ ଶିକ୍ଷା ବର୍ଗ -ସଂଘର ଏକ ପରିବର୍ତ୍ତନଶୀଳ ଉଦ୍ୟମ

ଭାରତ ପାଇଁ ଶକ୍ତିଶାଳୀ ହେବା ବ୍ୟତୀତ ଅନ୍ୟ କୌଣସି ବିକଳ୍ପ ନାହିଁ: ମୋହନ ଭାଗବତ

ଭାରତ ପାଇଁ ଶକ୍ତିଶାଳୀ ହେବା ବ୍ୟତୀତ ଅନ୍ୟ କୌଣସି ବିକଳ୍ପ ନାହିଁ: ମୋହନ ଭାଗବତ

ମୋଦି ସରକାରଙ୍କ ୧୧ ବର୍ଷ: ସଫଳତାର ଯାତ୍ରା

ମୋଦି ସରକାରଙ୍କ ୧୧ ବର୍ଷ: ସଫଳତାର ଯାତ୍ରା

  • Home
  • About Us
  • Contact Us
  • Privacy Policy
  • Terms & Conditions
  • Disclaimer
  • Sitemap

Copyright © Odisha-365, 2024 - All Rights Reserved.

No Result
View All Result
  • ଜାତୀୟ
  • ରାଜ୍ୟ
  • ଆନ୍ତର୍ଜାତୀୟ
  • ଭିଡିଓଗୁଡିକ
  • ରାଜନୀତି
  • ବ୍ୟବସାୟ
  • ମନୋରଞ୍ଜନ
  • କ୍ରୀଡା
  • Opinion
    • ଜୀବନଶ yle ଳୀ
  • About & Policies
    • About Us
    • Contact Us
    • Privacy Policy
    • Terms & Conditions
    • Disclaimer
    • Sitemap

Copyright © Odisha-365, 2024 - All Rights Reserved.