ପଦ୍ମଶ୍ରୀ କମଳା ପୂଜାରୀଙ୍କ ଦେହାନ୍ତ ହୋଇଛି। କଟକ ଏସସିବି
ମେଡିକାଲରେ ଚିକିତ୍ସାଧୀନ ଅବସ୍ଥାରେ ପଦ୍ମଶ୍ରୀ କମଳା ପୂଜାରୀଙ୍କ ଦେହାନ୍ତ ଘଟିଛି। ଦୁଇ ଦିନ
ତଳେ ସେ ଅସୁସ୍ଥ ହୋଇ ଆଇସିୟୁରେ ଭର୍ତ୍ତି ହୋଇଥିଲେ। ବିଭିନ୍ନ କିସମର ଧାନ ସଂରକ୍ଷଣ ପାଇଁ ୨୦୧୯
ମସିହାରେ ତାଙ୍କୁ ପଦ୍ମଶ୍ରୀ ପୁରସ୍କାର ମିଳିଥିଲା। ମୃତ୍ୟୁ ବେଳକୁ ତାଙ୍କୁ ୭୦ ବର୍ଷ ବୟସ
ହୋଇଥିଲା। କିଡ୍ନୀ ଜନିତ ସମସ୍ୟା ଯୋଗୁଁ ତାଙ୍କୁ ଗତ ୧୮ ତାରିଖରେ କଟକ ବଡ ଡାକ୍ତରଖାନାରେ
ଭର୍ତ୍ତି କରାଯାଇଥିଲା। ଡାକ୍ତର ଜୟନ୍ତ ପଣ୍ଡାଙ୍କ ନେତୃତ୍ଵରେ ଏକ ଚାରି ଜଣିଆ ଡାକ୍ତରୀ ଦଳ
ତାଙ୍କର ଚିକିତ୍ସା କରୁଥିଲେ। ପୂର୍ବରୁ ମଧ୍ୟ ସେ ଦୁଇରୁ ତିନି ଥର କଟକ ଏସସିବି ମେଡିକାଲ
ଚିକିତ୍ସା ପାଇଁ ଆସିଥିଲେ। କିନ୍ତୁ ସୁସ୍ଥ ହୋଇ ଘରକୁ ଫେରି ଯାଉଥିଲେ। ଏଥର ମଧ୍ୟ ଅସୁସ୍ଥତା
କାରଣରୁ ତାଙ୍କୁ କଟକ ଏସସିବିରେ ଭର୍ତ୍ତି କରାଯାଇଥିଲା। ହେଲେ ଆଜି ସକାଳେ ତାଙ୍କର ଦେହାନ୍ତ
ଘଟିଥିବା ସୂଚନା ମିଳିଛି। ଧାନ ଗବେଷଣା ଓ ସଂରକ୍ଷଣ ପାଇଁ କୋରାପୁଟ ଜିଲ୍ଲାର ଆଦିବାସୀ ମହିଳା
ଭାବେ ସେ ଦେଶରେ ପରିଚିତ ଥିଲେ । ୨୦୧୯ ମାର୍ଚ୍ଚ ୧୬ରେ କେନ୍ଦ୍ର ସରକାର ତାଙ୍କୁ ପଦ୍ମଶ୍ରୀ
ସମ୍ମାନରେ ସମ୍ମାନିତ କରିଥିଲେ । ଆଜି
ଭୋର ୫ଟା ସମୟରେ ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି ପଦ୍ମଶ୍ରୀ କମଳା ପୂଜାରୀ ।