ଶ୍ରୀଲଙ୍କାରେ ଚାଲିଥିବା ମହିଳା ଏସିଆ କପ୍ ଟ୍ବେଣ୍ଟି-୨୦
ପ୍ରତିଯୋଗିତାରେ ଭାରତ ୭ ୱିକେଟ୍ରେ
ପାକିସ୍ତାନକୁ ପରାସ୍ତ କରିଛି। ଟସ୍ ଜିତି ବ୍ୟାଟିଂ କରିଥିବା ପାକିସ୍ତାନ ୧୯.୨ ଓଭରରେ ୧୦୮
ରନ୍ରେ ଅଲ୍ଆଉଟ୍ ହୋଇଯାଇଥିଲା। ଦୀପ୍ତି ଶର୍ମା ୩ ଏବଂ ରେଣୁକା ସିଂହ, ପୂଜା ବସ୍ତ୍ରକାର, ଶ୍ରେୟଙ୍କା ପାଟିଲ
୨ ଲେଖାଏଁ ୱିକେଟ୍ ନେଇଥିଲେ। ଜବାବରେ ଭାରତ ୩୫ ବଲ୍ ପୂର୍ବରୁ ୩ ୱିକେଟ୍ ହରାଇ ମ୍ୟାଚ୍
ଜିତି ନେଇଥିଲା। ସ୍ମୃତି ମନ୍ଧାନା ୪୫ ରନ୍ , ଶେଫାଳି ବର୍ମା ୪୦ ରନ୍ କରି ଦୃଢ଼ ମୂଳଦୁଆ
ପକାଇଥିଲେ। ଦୀପ୍ତି ମ୍ୟାଚ୍ର ଶ୍ରେଷ୍ଠ ଖେଳାଳି ବିବେଚିତ ହୋଇଥିଲେ। ଏହି ମ୍ୟାଚ୍ ପୂର୍ବରୁ
ଖେଳାଯାଇଥିବା ଉଦ୍ଘାଟନୀ ମୁକାବିଲାରେ ନେପାଳ ୬ ୱିକେଟ୍ରେ ୟୁଏଇକୁ ହରାଇଛି।