ଭାରତ ଓ ଆମେରିକା
ସମେତ ବିଶ୍ବର ଅନେକ ଦେଶରେ ବିମାନ ସେବା ଠପ ହୋଇଯାଇଛି । ମାଇକ୍ରୋସଫ୍ଟର ସର୍ଭରରେ ସମସ୍ୟା
ଯୋଗୁଁ ଉଡ଼ାଣ ସେବା ପ୍ରଭାବିତ ହୋଇଛି । ଅନେକ ବିମାନ ଉଡ଼ାଣ ଭରିପାରୁନାହିଁନ୍ତି । ସ୍ପାଇସଜେଟ
ଓ ଇଣ୍ଡିଗୋ ମଧ୍ୟ ଏହି ସମସ୍ୟାର ସମ୍ମୁଖୀନ ହେଉଛନ୍ତି । କେବଳ ବିମାନ ସେବା ନୁହେିଁ ବରଂ ଅନେକ
ଦେଶରେ ବ୍ୟାଙ୍କିଂ ସେବାଠୁ ଆରମ୍ଭ କରି ଟିକେଟ ବୁକିଂ ଏବଂ ଷ୍ଟକ ଏକ୍ସଚେଞ୍ଜ ଉପରେ ମଧ୍ୟ ଏହାର
ପ୍ରଭାବ ପଡ଼ିଛି । ବୁହାଯାଉଛି କି ସାଇବର ସିକ୍ୟେରିଟି ପ୍ଲାଟଫର୍ମ କ୍ରାଉଡ଼ଷ୍ଟ୍ରାଇକରେ ସମସ୍ୟା
ଯୋଗୁଁ ସେବା ପ୍ରଭାବିତ ହୋଇଛି । ଇଣ୍ଡିଗୋ ଏବଂ ସ୍ପାଇସଜେଟ ଭଳି ଏୟାରଲାଇନ୍ସର
କହିବାନୁସାରେ ସର୍ଭରରେ ସମସ୍ୟା ଯୋଗୁଁ ସେବା ବନ୍ଦ ହୋଇଯାଇଛି । ଏୟାରପୋର୍ଟରେ ଚେକ ଇନ ଏବଂ
ଚେକ ଆଉଟ ସୁବିଧା ବନ୍ଦ ହୋଇଛି ।ବୁକିଂ ସେବା
ମଧ୍ୟ ପ୍ରଭାବିତ ହୋଇଛି । ଏହାର ସବୁଠାରୁ
ଅଧିକ ପ୍ରଭାବ ଆମେରିକୀୟ ବିମାନ ସେବା ଉପରେ ପଡ଼ିଛି । ଆମେରିକାରେ ଅନେକ ଭାଗରେ ଜରୁରୀକାଳୀନ
ସେବା 911 ମଧ୍ୟ ପ୍ରଭାବିତ ହୋଇଛି । ଏଥିଯୋଗୁଁ ନନ ଏମରଜେନ୍ସି କଲ ସେଣ୍ଟରର ସେବା ମଧ୍ୟ
ପ୍ରଭାବିତ ହୋଇଛି । ଆମେରିକା ବ୍ୟତୀତ ଅଷ୍ଟ୍ରେଲିଆ ଏବଂ ଜର୍ମାନୀରେ ମଧ୍ୟ ବ୍ୟାଙ୍କି , ଟେଲିକମ ମିଡ଼ିଆ ଆଉଟଲେଟ ଏବଂ ଏୟାରଲାଇନର ସେବା
ପ୍ରଭାବିତ ହୋଇଛି ।