ଓଡ଼ିଶାର ଗତ ନିର୍ବାଚନରେ ଫଳାଫଳ ପ୍ରଧାନମନ୍ତ୍ରୀ ନରେନ୍ଦ୍ର
ମୋଦୀଙ୍କ 2047 ସୁଦ୍ଧା ବିକଶିତ ଭାରତ ଏବଂ ବିକଶିତ ଓଡ଼ିଶାର ସଂକଳ୍ପ ସହ ରାଜ୍ୟବାସୀଙ୍କ
ପ୍ରତିବଦ୍ଧତାକୁ ପ୍ରମାଣିତ କରୁଛି ବୋଲି ବିଜେପିର ରାଷ୍ଟ୍ରୀୟ ଅଧ୍ୟକ୍ଷ ଜଗତ ପ୍ରସାଦ ନଡ୍ଡା କହିଛନ୍ତି
। ଆଜି ଓଡ଼ିଶାର ପୁରୀଠାରେ ଆେୟାଜିତ ରାଜ୍ୟ କାର୍ଯ୍ୟକାରିଣୀକୁ ଉଦଘାଟନ କରି ଶ୍ରୀ ନଡ୍ଡା କହିଛନ୍ତି । ଓଡ଼ିଶାରେ ପିର୍ବାଚନରେ ବିଜୟ ସମସ୍ତ
ଉସର୍ଗୀକୃତ କାର୍ଯ୍ୟକର୍ତାଙ୍କ କଠିନ ପରିଶ୍ରମ ଯୋଗୁଁ ସଫଳ ହୋଇଛି । ସେ କହିଛନ୍ତି ଲୋକଙ୍କ
ବିଶ୍ବାସ ବଜାୟ ରଖିବା ପାଇଁ ସୁଶାସନ ଉପରେ ଧ୍ୟାନ କେନ୍ଦ୍ରିତ କରିବାକୁ ପଡ଼ିବ ଏବଂ ତୃଣମୂଳ
ସ୍ଥରରୁ ସାଧାରଣ ଲୋକଙ୍କ ସମସ୍ୟା ସରକାରଙ୍କ
ପାଖରେ ପହଞ୍ଚାଇବାକୁ ପଡ଼ିବ ।ରାଜ୍ୟ ବିଜେପିର ଏହି ପରିବର୍ଦ୍ଧିତ କାର୍ଯ୍ୟକାରିଣୀ ବୈଠକରେ 25
ବର୍ଷର ରୋଡ଼ ମ୍ୟାପ ପ୍ରସ୍ତୁତ ହୋଇଛି । ବୈଠକରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର
ପ୍ରଧାନ , ମୁଖ୍ୟମନ୍ତ୍ରୀ ଓ ମନ୍ତ୍ରିମଣ୍ଡଳର ସମସ୍ତ ସଦସ୍ୟ ଓ ନିନି ଜଣ ପ୍ରଭାରୀ ଉପସ୍ଥିତ ଥିଲେ
।