ସଂସଦର ବଜେଟ
ଅଧିବେସନ ପୂର୍ବରୁ କେନ୍ଦ୍ର ସରକାର ରବିବାର ସର୍ବଦଳୀୟ ବୈଠକ ଡ଼ାକିଛନ୍ତି । ଏହି ବୈଠକରେ ସଂସଦର
ଉଭୟ ଗୃହକୁ ସୁରୁଖୁରୁରେ ଚଳାଇବା ପାଇଁ ସରକାର ସମସ୍ତ ରାଜନୈତିକ ଦଳର ସହଯୋଗ ଲୋଡ଼ିବେ । ଚଳିତ ମାସ 22 ତାରିଖରୁ ଆସନ୍ତା ମାସ 12 ତାରିଖ ପର୍ଯ୍ୟନ୍ତ ବଜେଟ
ଅଧିବେସନ ଅନୁଷ୍ଠିତ ହେବ । ଜୁଲାଇ 23 ତାରିଖରେ କାନ୍ଦ୍ରୀୟ ବଜେଟ ଉପସ୍ଥାପନ କରାଯିବ । ମୋଦି
ସରକାରଙ୍କ ତୃତୀୟ ପାଳିରେ ଏହା ହେବ ପ୍ରଥମ ବେଜଟ । ଗତ ମାସରେ ସଂସଦର ଉଭୟ ଗୃହର ମିଳିତ
ଅଧିବେଶନକୁ ସମ୍ବୋଧିତ କରି ରାଷ୍ଟ୍ରପତି ଦୌପଦୀ ମୁର୍ମୁ କହିଥିଲେ ଯେ ଏହି ବଜେଟ ସରକାରଙ୍କ
ସୁଦୂରପ୍ରସାରୀ ନୀତି ଏବଂ ଭବିଷ୍ୟତ ଦୃଷ୍ଟିକୋଣର ଏକ ପ୍ରଭାବଶାଳୀ ଦସ୍ତାବିଜ ହେବ ।