ସୁନାବେଶ ପାଇଁ ହେଲା ନୀତି ନିର୍ଘଣ୍ଟ । ସକାଳ 6 ଟାରୁ ଆରମ୍ଭ
ହେବ ମଙ୍ଗଳ ଆଳତୀ ନୀତି । ଦିନ 10 ଟାରୁ 30 ସୁଦ୍ଧା ଗୋପାଳ ବଲ୍ଲଭ ଭୋଗ ନୀତି । ସେହିପରି
ଦିନ 2 ଟାରୁ 3 ଟା ମଧ୍ୟରେ ମଧ୍ୟାହ୍ନ ଧୂପ ନୀତି । ଆଉ ସନ୍ଧ୍ୟା 5 ଟାରୁ 6 ଟା ମଧ୍ୟାରେ ହେବ
ସୁନାବେଶ । ରାତି 10 ଟା କିମ୍ବା 11 ଟା ଯାଏଁ ଦୁର୍ଲଭ ବେଶ ଦର୍ଶନ । ତେବେ ରଥରେ ଚତୁର୍ଦ୍ଧା ବିଗ୍ରହଙ୍କ ସୁନ୍ଦର
ସୁନାବେଶ ଦର୍ଶନ ପାଇଁ ପୁରୀରେ ଲକ୍ଷାଧିକ ଶ୍ରଦ୍ଧାଳୁଙ୍କ ଭିଡ଼ ହେବ । ଭିଡ଼ ନିୟନ୍ତ୍ରଣ ପ୍ରଶାସନ
ପାଇଁ ଏକ ବଡ଼ ଚ୍ୟାଲେଞ୍ଜ ହୋଇଛି । ଭକ୍ତଙ୍କ ପାଇଁ ସ୍ବତନ୍ତ୍ର ଟ୍ରାଫିକ ବ୍ୟବସ୍ଥା କରାଯାଇଛି
। ପୂର୍ବଭଳି
ମେଡ଼ିକାଲ ଛକରୁ ଚାଲି ଚାଲି ଯିବେ ଭକ୍ତ ।
ଏଥିପାଇଁ ବ୍ୟାରିକେଡ଼ ବ୍ୟବସ୍ଥା କରାଯାଇଛି । ଆବଶ୍ୟକ ପଡ଼ିଲେ ଶ୍ରୀମାର୍ଗକୁ ବ୍ୟବହାର
କରାଯିବ । ଅଧିକ ଭିଡ଼ ହେଲେ ଲୋକଙ୍କୁ ବାହାର
କରିବା ପାଇଁ ସିଲ ହୋଇଥିବା ରାସ୍ତାକୁ ମଧ୍ୟ ବ୍ୟବହାର କରାଯିବ ବୋଲି କହିଛନ୍ତି ପୁରୀ ଏସପି
ପିନାକ ମିଶ୍ର ।