ଅନୁସୂଚିତ ଜନଜାତି
ଓ ଜାତି ଉନ୍ନୟନ ବିଭାଗ ଦ୍ବାରା ପରିଚାଳିତ ହେଉଥିବା ହଷ୍ଟେଲ ଗୁଡ଼ିକରେ ପିଲା ମାନଙ୍କ ଖାଦ୍ୟର
ମାନ ବୃଦ୍ଧି କରାଯିବ । ଏହାସହିତ ସ୍ବାସ୍ଥ୍ୟ ସୁରକ୍ଷା ଓ ସ୍ବଚ୍ଛତା ଉପରେ ସର୍ବାଧିକ ଗୁରୁତ୍ବ
ପ୍ରଦାନ କରାଯିବ । ଏନେଇ ସୂଚନା ଦେଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ମନ୍ତ୍ରୀ ଓ ସଚିବ
ମାନେ ନିୟମିତ ଭାବେ ବିଦ୍ୟାଳୟ ଓ ହଷ୍ଟେଲ ଗୁଡ଼ିକ
ପରିଦର୍ଶନ କରି ଏହାର ପରିଚାଳନା ପଦ୍ଧତି ଯାଞ୍ଚ କରିବା ପାଇଁ ମଧ୍ୟ ମୁଖ୍ୟମନ୍ତ୍ରୀ ପରାମର୍ଶ
ଦେଇଛନ୍ତି ।
ମୁଖ୍ୟମନ୍ତ୍ରୀ ଆହୁରି
ମଧ୍ୟ କହିଛନ୍ତି ଯେ ରାଜ୍ୟରେ ଅନୁସୂଚିତ ଜନଜାତି ଓ ଜାତି ଉନ୍ନୟନ ବିଭାଗ ଅଧିନରେ ଥିବା 14 ଟି
ହାଇସ୍କୁଲକୁ ହାୟର ସେକେଣ୍ଡାରୀ ସ୍କୁଲରେ ପରିଣତ କରିବା ପାଇଁ ଅନୁମତି ମିଳିଛି । ଚଳିତ ବର୍ଷ ଅତି କମରେ 10 ଟି ଉଚ୍ଚ ବିଦ୍ୟାଳୟକୁ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ପରିଣତ କରାଯିବ । ସେହିପରି ରାଜ୍ୟରେ ବିଭିନ୍ନ ପ୍ରାଥମିକ
ସ୍କୁଲରେ ହଷ୍ଟେଲ ଗୁଡ଼ିକରେ ଅବସ୍ଥା ଭଲ
ନଥିବାରୁ ଏଗୁଡ଼ିକର ଉନ୍ନତିକରଣ କରାଯାଇ ନୂଆ ହଷ୍ଟେଲ
ନିର୍ମାଣ କରାଯାଉଛି । ଅଭିଭକ୍ତ କୋରାପୁଟ ଜିଲ୍ଲାରେ ପ୍ରଥମ ପର୍ଯ୍ୟାୟରେ 301 ଟି ହଷ୍ଟେଲର
ଉନ୍ନତିକରଣ ପାଇଁ କାର୍ଯ୍ୟକ୍ରମ ହାତକୁ ନିଆଯାଇଛି । ଆବଶ୍ୟକତା ଅନୁଯାୟୀ କେତେକ ହଷ୍ଟେଲକୁ 100
ଆସନ ବିଶିଷ୍ଟ କରିବା ପାଇଁ ମଧ୍ୟ ନିର୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ।