ବହୁ ପ୍ରତୀକ୍ଷାର ଅନ୍ତ ଘଟିଚି । ଶେଷରେ ରତ୍ନଭଣ୍ଡାର ଖୋଲିବା ପ୍ରକ୍ରିୟାର ପ୍ରଥମ ଦିନର କାର୍ଯ୍ୟ ସରିଛି । ଭିତର ରତ୍ନଭଣ୍ଡାର ତାଲା ଭାଙ୍ଗି ଖୋଲାଗଲା ପରେ କେବଳ ନୂଆ ତାଲା ପଡ଼ିଛି । ବାହାର ରତ୍ନଭଣ୍ଡାର ରୁ ରତ୍ନ ସ୍ଥାନାନ୍ତର ହେଲା । ବାହାର ରତ୍ନଭଣ୍ଡାରର ଅଳଙ୍କାର ସ୍ତାନାନ୍ତରିତ ହୋଇଥିବା କହିଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢ଼ୀ । ସମୟ ଅଭାବରୁ ଭିତର ରତ୍ନଭଣ୍ଡାର ସ୍ଥାନାନ୍ତର ହୋଇନାହିଁ ପରେ ହେବ । ପୂର୍ବ ନିର୍ଦ୍ଧାରିତ ସମୟ ଅନୁସାରେ ରବିବାର ଦିନ ୧ଟା ୨୮ରେ ମହାପ୍ରଭୁଙ୍କ ରତ୍ନଭଣ୍ଡାର ଖୋଲାଯାଇଛି। ରତ୍ନଭଣ୍ଡାର ଖୋଲିବା ପାଇଁ ଗଠନ କରାଯାଇଥିବା ସ୍ବତନ୍ତ୍ର ଟିମ୍ ପ୍ରଥମେ ବାହାର ରତ୍ନଭଣ୍ଡାର ଖୋଲିଛନ୍ତି। ପ୍ରଥମେ ବାହାର ରତ୍ନଭଣ୍ଡାର ଖୋଲିବା ପରେ ଅଳଙ୍କାର ସ୍ଥାନାନ୍ତରିତ କରାଯାଇଛି। ଏହାକୁ ଅସ୍ଥାୟୀ ଷ୍ଟ୍ରଙ୍ଗରୁମ୍କୁ ସ୍ଥାନାନ୍ତରିତ କରାଯାଇଛି। ବାହାର ରତ୍ନଭଣ୍ଡାର ଖୋଲିବାର ପ୍ରାୟ ୨ ଘଣ୍ଟା ପରେ ଭିତର ରତ୍ନଭଣ୍ଡାର ତାଲା କଟା ଯାଇ ଖୋଲାଯାଇଥିଲା। ଚାବିରେ ନ ଖୋଲିବାରୁ କଟରରେ କଟା ଯାଇଥିଲା। ଭିତର ରତ୍ନଭଣ୍ଡାରର ଅଳଙ୍କାର କେବଳ ଦେଖାଯାଇଛି। କିନ୍ତୁ କ’ଣ ରହିଛି, ସେନେଇ ଜଣାପଡ଼ି ନାହିଁ। ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସନ ଅରବିନ୍ଦ ପାଢ଼ୀ ଗଣମାଧ୍ୟମକୁ ଏହି ସୂଚନା ଦେଇଛନ୍ତି। କାଲି ବାହୁଡ଼ା ଯାତ୍ରା ଥିବାରୁ ଆଜି ଭିତର ରତ୍ନଭଣ୍ଡାର ରତ୍ନ ସ୍ଥାନାନ୍ତର ହୋଇପାରିନାହିଁ ।