ମହାରାଷ୍ଟ୍ର ରାଜନୀତିରେ ବଡ଼ ପରିବର୍ତ୍ତନ ଦେଖାଦେଇଛି । ଗତ ଲୋକସଭା
ନିର୍ବାଚନରେ ମହାବିକାଶ ଅଗାଡ଼ିର ଶକ୍ତି ବୃଦ୍ଧି ପାଇବା ଦେଖାଦେଇଥିଲା । କିନ୍ତୁ ଏବେ
ବିଜେପି,ଶିବସେନା ମେଂଟ ମହାୟୁତି ର ଶକ୍ତି ବୃଦ୍ଧି ପାଇଥିବା ଦେଖାଯାଇଛି । ଆଗକୁ ନିର୍ବାଚନ
ଆସୁଛି କିନ୍ତୁ ଏହା ପୂର୍ବରୁ ମହାବିକାଶ ଅଘାଡି ମେଣ୍ଟକୁ ଶକ୍ତ ଧକ୍କା ଦେଇଛି ମହାୟୁତି । ଏହି ମେଣ୍ଟ ମୋଟ ୧୧ଟି ଆସନରୁ ୯ଟିରେ ବିଜୟୀ ହୋଇଛି।
ମେଣ୍ଟ ପକ୍ଷରୁ ୯ ଜଣଙ୍କୁ ପ୍ରାର୍ଥୀ କରାଯାଇଥିବା ବେଳେ ସମସ୍ତ ଆସନରେ ଏମାନେ ବିଜୟୀ
ହୋଇଛନ୍ତି।କଂଗ୍ରେସ ୧ ଓ
ଉଦ୍ଧବ ଠାକରେଙ୍କ ଶିବସେନେ ୧ଟି ଆସନ ପାଇଛନ୍ତି। ଶରଦ ପାୱାରଙ୍କ ଏନସିପି ପିଜାଣ୍ଟସ ଓ
ୱାର୍କର୍ସ ପାର୍ଟିର ଜୟନ୍ତ ପାଟିଲଙ୍କୁ ସମର୍ଥନ କରିଥିଲେ ହେଁ ଦଳକୁ ହାରିବାକୁ ପଡ଼ିଛି।
କିଛି ଦିନ ଭିତରେ
ବଦଳୁଛି ମହାରାଷ୍ଟ୍ର ରାଜନୀତିର ଗଣିତ । କେଉଁ ମେଣ୍ଟ ପାଖରେ କେତେ ରହିଛି ଶକ୍ତି? ତାହା ଏବେ ଚର୍ଚା
ହେଉଛି । ମହରାଷ୍ଟ୍ରରେ ବିଜେପି ନେତୃତ୍ୱାଧୀନ ମାହାୟୁତି ମେଣ୍ଟର ରାଜ୍ୟ ବିଧାନ ପରିଷଦରେ ବଡ଼
ବିଜୟ ହୋଇଥିବାରୁ ଏହାର ଶକ୍ତି ବୃଦ୍ଧି ପାଇଛି । ରାଜ୍ୟ ବିଧାନ ପରିଷଦର ନିର୍ବାଚନରେ ବିଜେପି, ଏକନାଥ ସିନ୍ଦେଙ୍କ
ଶିବସେନା ଓ ଅଜିତ ପାୱାରଙ୍କ ଏନସିପିର ବାଜିମାତ ଏହା ହିଁ ପ୍ରମାଣିତ କରୁଛି। ମହାରାଷ୍ଟ୍ରରେ
ଏବେ ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେଙ୍କ ନେତୃତ୍ୱରେ ‘ମହାୟୁତି’
ସରକାର ଶାସନ କରୁଛି । ଯେଉଁଥିରେ ଏକନାଥ ସିନ୍ଦେ ମୁଖ୍ୟମନ୍ତ୍ରୀ ଥିବାବେଳେ, ଅଜିତ ପାୱାର ଏବଂ
ଦେବେନ୍ଦ୍ର ଫଡନାଭିସ୍ ଉପ ମୁଖ୍ୟମନ୍ତ୍ରୀ ରହିଛନ୍ତି । ତେବେ ଏହି ମହାୟୁତି ସରକାରରେ ବିଜେପି
ସବୁଠୁ ବଡ ଦଳ ରହିଥିବାବେଳେ,
ଶିବସେନାର ଏକନାଥ ସିନ୍ଦେ ଗୋଷ୍ଠୀ ଏବଂ ଏନସିପିର ଅଜିତ୍ ପାୱାର ଗୋଷ୍ଠୀ ସହଯୋଗୀ ଦଳ ଭାବେ
ରହିଛନ୍ତି ।
ମହାରାଷ୍ଟ୍ର ଲୋକସଭା ନିର୍ବାଚନରେ ମାହାୟୁତି ନୈରାଶ୍ୟଜନକ ପ୍ରଦର୍ଶନ
କରିଥିଲେ। କିନ୍ତୁ ଏବେ ମେଣ୍ଟ ବିଧାନ ପରିଷଦ ନିର୍ବାଚନରେ ବାଉନ୍ସ ବ୍ୟାକ କରିଛି। ବିଜେପି
ପକ୍ଷରୁ ପଙ୍କଜା ମୁଣ୍ଡେଙ୍କ ସମେତ ୫ ଜଣଙ୍କୁ ପ୍ରାର୍ଥୀ କରାଯାଇଥିଲା। ସମସ୍ତେ ବିଜୟୀ
ହୋଇଛନ୍ତି। ସିନ୍ଦେ ସେନା ୨ଟି ଓ ଅଜିତ ପାୱାରଙ୍କ ଏନସିପି ୨ଟି ଆସନରେ ପ୍ରାର୍ଥୀ ଦେଇଥିଲେ। ଏହି
୪ ଆସନରେ ମଧ୍ୟ ମେଣ୍ଟ ବାଜିମାତ କରିଛି। ଆଗକୁ ମହାରାଷ୍ଟ୍ର ବିଧାନସଭା ନିର୍ବାଚନ ଆସୁଛି ଏହି
ବର୍ଷ ହେବ । ତାହା ପୂର୍ବରୁ ବିଧାନ ପରିଷଦ ଇଲେକସନକୁ ସେମି ଫାଇନାଲ ଭାବେ ବିବେଚନା
କରାଯାଉଥିଲା। ଏଥିରେ ମାହାୟୁତିର ବିଜୟ ହୋଇଛି।
ରେଜଲ୍ଟ ଉପରେ ପ୍ରତିକ୍ରିୟା ଦେଇ ଅଜିତ ପାୱାର କହିଛନ୍ତି, “ଦଳ ବାହାରେ ୫ ଜଣ
ବିଧାୟକ ଆମକୁ ସମର୍ଥନ ଦେଇଛନ୍ତି। ମୁଁ ସେମାନଙ୍କୁ ଧନ୍ୟବାଦ ଦେଉଛି। ନିର୍ବାଚନ ବେଳେ ଅଭିଯୋଗ
ଲାଗିବା ସ୍ୱାଭାବିକ ଘଟଣା। କିନ୍ତୁ ମୁଁ ସେସବୁକୁ ଖାତିର କରେନି। ମାହାୟୁତି ବିଧାନସଭା
ନିର୍ବାଚନରେ ଭଲ ଏପରି ପୂର୍ଣ୍ଣ ସଫଳତା ପାଇବ।”