ଜାମିନି ମିଳିଲେ ବି ଜେଲରେ ରହିବେ କେଜରିଓ୍ବାଲ । ସିବିଆଇ ମାମଲାରେ
ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ବିଚାର ବିଭାଗୀୟ ହାଜତକୁ ଜୁଲାଇ ୨୫
ପର୍ଯ୍ୟନ୍ତ ବୃଦ୍ଧି କରିଛନ୍ତି ଅଦାଲତ। ଇଡି ମାମଲାରେ ସୁପ୍ରିମକୋର୍ଟରୁ ଜାମିନ
ପାଇଥିଲେ ବି ସେ ଜେଲରେ ରହିବେ ବୋଲି ଜଣାପଡ଼ିଛି । ଅବକାରୀ ନୀତି ଦୁର୍ନୀତି ମାମଲାରେ
ଫସିଛନ୍ତି କେଜରିଓ୍ବାଲ । ସୁପ୍ରିମକୋର୍ଟ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ଅନ୍ତରୀଣ
ଜାମିନ ପ୍ରଦାନ କରିଥିଲେ। ତେବେ ଏହି ଜାମିନ ଇଡି ଦ୍ବାରା କରାଯାଇଥିବା ଗିରଫଦାରି ପାଇଁ ଥିଲା, କିନ୍ତୁ ସିବିଆଇ
ଦ୍ବାରା କରାଯାଇଥିବା ଗିରଫଦାରି ଯୋଗୁଁ ସେ ଜେଲରେ ରହବେ । ଏହି ହାଜତ ମିଆଦକୁ ଦିଲ୍ଲୀର ରୌସ
ଆଭେନ୍ୟୁ କୋର୍ଟ ଜୁଲାଇ ୨୫ ପର୍ଯ୍ୟନ୍ତ ବଢାଇଦେଇଛନ୍ତି । ଅବକାରୀ ନୀତି ଦୁର୍ନୀତି ମାମଲାରେ
କେଜ୍ରିୱାଲଙ୍କୁ ଜୁନ୍ ୨୬ରେ ସିବିଆଇ ଗିରଫ କରିଥିଲା। ମନି ଲଣ୍ଡରିଂ ମାମଲାରେ କେଜ୍ରିୱାଲଙ୍କୁ
ମାର୍ଚ୍ଚ ୨୧ରେ ଇଡି ଗିରଫ କରିଥିଲା। ଏହାପରେ ଅବକାରୀ ନୀତି ଦୁର୍ନୀତି ମାମଲାରେ କେଜ୍ରିୱାଲଙ୍କୁ
ଜୁନ୍ ୨୬ରେ ସିବିଆଇ ଗିରଫ କରିଥିଲା।