ନୂଆଦିଲ୍ଲୀ: ପୁଣି ଆରମ୍ଭ ହୋଇଛି ନୀତିଶଙ୍କ ପ୍ରେସର ପଲିଟିକ୍ସ ।
ବଜେଟ ପୂର୍ବରୁ ବିହାର ପାଇଁ ସେ ଅଧିକ ଅର୍ଥ ଦାବି କରିଛନ୍ତି । ଅର୍ଥମନ୍ତ୍ରୀ ନିର୍ମଳା
ସୀତାରମଣ ଜୁଲାଇ ୨୩ ରେ ଲୋକସଭାରେ କେନ୍ଦ୍ର ବଜେଟ୍ ୨୦୨୪-୨୫ ଉପସ୍ଥାପନ କରିବେ। ଏହାପୂର୍ବରୁ
ସମସ୍ତ ରାଜ୍ୟ ନିଜ ନିଜ ବଜେଟ୍ ଉପସ୍ଥାପନ କରିବାରେ ବ୍ୟସ୍ତ ଅଛନ୍ତି। ସାଧାରଣତଃ କେନ୍ଦ୍ର
ସରକାରଙ୍କ ବଜେଟ ପରେ ରାଜ୍ୟଗୁଡ଼ିକ ନିଜ ନିଜର ବଜେଟ ଉପସ୍ଥାପନ କରିଥାନ୍ତି। ତେବେ ବଜେଟ ପୂର୍ବରୁ
ରାଜ୍ୟମାନେ ଅଧିକ ଅର୍ଥ ଦାବି କରିଥିବା ଜଣାପଡ଼ିଛି । ବିଶେଷ କରି ବିହାର ମୁଖ୍ୟମନ୍ତ୍ରୀ ନୀତିଶ
କୁମାର ରାଜ୍ୟପାଇଁ ଅଧିକ ପ୍ୟାକେଜ ଚାହୁଁଥିବା କହିଛନ୍ତି ।
ଜେଡିୟୁ ନେତୃତ୍ୱାଧୀନ ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କ ସରକାର ବିହାରକୁ
ସ୍ୱତନ୍ତ୍ର ରାଜ୍ୟ ମାନ୍ୟତା ଦେବାକୁ ଦାବି କରିଛନ୍ତି। କିନ୍ତୁ ଏହା ସମ୍ଭବ ନୁହେଁ । କାରଣ
କେନ୍ଦ୍ର ସରକାର କେଉଁ ରାଜ୍ୟକୁ ସ୍ବତନ୍ତ୍ର ରାଜ୍ୟ ପାହ୍ୟା ଦେବାକୁ ମନା କରିଛନ୍ତି ବହୁ
ପୂର୍ବରୁ । କେନ୍ଦ୍ରରେ ମୋଦୀ ସରକାରଙ୍କ ଭବିଷ୍ୟତ ଏହାର ଦୁଇ ସହଯୋଗୀ ଜେଡିୟୁ ଏବଂ ଟିଡିପିର
ସମର୍ଥନ ଉପରେ ନିର୍ଭର କରୁଛି। ଏଭଳି ସ୍ଥିତିରେ ନୀତିଶଙ୍କ ଦାବିକୁ ମୋଦି କିଭରି ଶୁଣୁଛନ୍ତି
ତାହା ଦେଖିବାକୁ ବାକି ରହିଲା ।
କେବଳ ନୀତୀଶ କୁମାର ଚାହୁଁନାହାଁନ୍ତି ଙ୍କ ଜେଡିୟୁ ବ୍ୟତୀତ ଜିତନ
ରାମ ମାଂଝୀଙ୍କ ହାମ ଏବଂ ଚିରାଗ ପାସୱାନ ବିହାର ପାଇଁ ସ୍ୱତନ୍ତ୍ର ରାଜ୍ୟ ମାନ୍ୟତା ଦାବି
କରିଛନ୍ତି। ଏହାପୂର୍ବରୁ କେବଳ ଜେଡିୟୁ ସ୍ୱତନ୍ତ୍ର ରାଜ୍ୟ ପାଇଁ ଦାବି ଉଠାଇଥିଲା। ଜେଡିୟୁ
କହିଛି ବିହାରକୁ ସ୍ୱତନ୍ତ୍ର ରାଜ୍ୟ ମାନ୍ୟତା ଦରକାର। ଆମର ସମ୍ବଳର ଅଭାବ, ତେଣୁ ଏକ ସ୍ୱତନ୍ତ୍ର
ରାଜ୍ୟର ମାନ୍ୟତା ପାଇବା ଉଚିତ୍ । ବିହାର ସରକାରରେ ଜେଡିୟୁ ନେତା ତଥା ମନ୍ତ୍ରୀ ବିଜୟ ଚୌଧୁରୀ
କହିଛନ୍ତି ଯେ ବିହାରକୁ ସ୍ବତନ୍ତ୍ର ରାଜ୍ୟ ମାନ୍ୟତା ନ ହେଲେ ଏକ ସ୍ୱତନ୍ତ୍ର ପ୍ୟାକେଜ୍ ଦରକାର।
ଐତିହାସିକ କିମ୍ବା ଭୌଗୋଳିକ କାରଣରୁ ଆମର ସମ୍ବଳ ଅଭାବ। ଏଠାରେ ନା ଖଣି କିମ୍ବା ବେଳାଭୂମି
ନାହିଁ । ଏହା ସାତ୍ତ୍ବ ଆମେ ଅନ୍ୟ ରାଜ୍ୟ ଅପେକ୍ଷା ଦ୍ରୁତ ଗତିରେ ଅଗ୍ରଗତି କରୁଛୁ ।