ଭୁବନେଶ୍ବର: ରାଜ୍ୟରେ ନୂଆ ସରକାର ଗଠନକୁ ମାସେ ବିତିଛି । ଆଗକୁ
ବଜେଟ ଆସୁଛି । ଅନେକ ନୂଆ ଯୋଜନା କାର୍ଯ୍ୟକାରୀ କରିବାକୁ ବିଜେପି ପ୍ରତିଶ୍ରୁତି ଦେଇଥିଲା ।
ଏବେ ସେହି ପ୍ରତିଶ୍ରୁତି କିପରି ପାଳନ କରିବ ତାକୁ ନେଇ ଆଇନ ମନ୍ତ୍ରୀ ପୃଥୀରାଜ ହରିଚନ୍ଦନ
ପ୍ରତିକ୍ରିୟା ଦେଇଛନ୍ତି । ସେ କହିଛନ୍ତି ଆମେ ୧୦୦ ଦିନର ମାପଦଣ୍ଡରେ ସଂକଳ୍ପ ପତ୍ରରେ ଥିବା
ପ୍ରତିଶ୍ରୁତି ପାଳନ କରିବାକୁ ଯୋଜନା କରିଛୁ। ଆମ ପାଇଁ ଚ୍ୟାଲେଞ୍ଜ କିଛି ହେବ ନାହିଁ। ଏଭଳି
ଦୃଢ଼ୋକ୍ତି କରିଛନ୍ତି ଆଇନ ମନ୍ତ୍ରୀ ପୃଥୀରାଜ ହରିଚନ୍ଦନ। ଶ୍ରୀ ହରିଚନ୍ଦନ କହିଛନ୍ତି, ସରକାର ଭାବେ ଶପଥ
ନେଲା ପରେ ଆମେ ଅନେକ ବଡ଼ ବଡ଼ ନିଷ୍ପତ୍ତି ନେଇଛୁ। ଖୁବ ଶୀଘ୍ର ସୁଭଦ୍ରା ଯୋଜନା ବି ଲାଗୁ
କରାଯିବ। ଓଡ଼ିଆ ଅସ୍ମିତା ଲାଗି ୨୦୦ କୋଟି ଟଙ୍କାର କର୍ପସ ଫଣ୍ଡ ବ୍ୟବସ୍ଥା ହୋଇଛି। ସେ ଆହୁରି
କହିଛନ୍ତି, ରତ୍ନଭଣ୍ଡାର
ଖୋଲିବା ନେଇ ତାରିଖ ଧାର୍ଯ୍ୟ ହୋଇଛି । ବିଧିବଦ୍ଧ ଭାବେ ଆସନ୍ତାକାଲି ସରକାରଙ୍କର ନିଷ୍ପତ୍ତି
ଆପଣ ଜାଣିପାରିବେ ।