ନେପାଳରେ ଭାଙ୍ଗିଲା ପ୍ରଚଣ୍ଡଙ୍କ ୧୯ ମାସର ସରକାର
କାଠମାଣ୍ଡୁ: ନେପାଳରେ ଗତ କିଛି ଦଶନ୍ଧି ହେଲା ରାଜନୀତିରେ ଅସ୍ଥିରତା
ଲାଗିରହିଛି । ମେଂଟ ସରକାରରୁ କିଛି ଦଳ ଓହରିଯିବାରୁ କୈାଣସି ସରକାର ପୂର୍ଣ୍ଣ ସମୟ କାମ
କରିପାରୁନାହିଁ । ପ୍ରଧାନମନ୍ତ୍ରୀ ପୁଷ୍ପ କମଲ
ଦହଲ ଙ୍କ ମେଂଟ ସରକାର ସଂସଦରେ ଶକ୍ତି ପରୀକ୍ଷାରେ ପରାସ୍ତ ହୋଇଛନ୍ତି । ତାଙ୍କର ୧୯ ମାସର
ସରକାରର ପତନ ଘଟିଛି। ସେ ଇସ୍ତଫା ଦେଇଛନ୍ତି । ପୂର୍ବତନ
ପ୍ରଧାନମନ୍ତ୍ରୀ କେ.ପି ଶର୍ମା ଓଲିଙ୍କ ନେତୃତ୍ୱରେ ସିପିଏନ୍-ୟୁଏମ୍ଏଲ୍ ମିଳିତ ମଞ୍ଚ
ସରକାରଙ୍କଠାରୁ ସମର୍ଥନ ପ୍ରତ୍ୟାହାର କରିବା ପରେ ପ୍ରଚଣ୍ଡ ଏକ ବିଶ୍ବାସ ଭୋଟ୍ର ସମ୍ମୁଖୀନ
ହେବାକୁ ବାଧ୍ୟ ହୋଇଥିଲେ। କମ୍ୟୁନିଷ୍ଟ ପାର୍ଟି ନେତା କେ.ପି ଓଲି ନୂତନ ପ୍ରଧାନମନ୍ତ୍ରୀ ହେବେ
ବୋଲି କୁହାଯାଉଛି।
୨୫ ଡିସେମ୍ବର ୨୦୨୨ରେ ପ୍ରଧାନମନ୍ତ୍ରୀ ପଦ ଗ୍ରହଣ କରିବାର ଦେଢ଼ ବର୍ଷ
ମଧ୍ୟରେ ପ୍ରଚଣ୍ଡଙ୍କ ପାଇଁ ଏହା ହେଉଛି ପଞ୍ଚମ ବିଶ୍ବାସ ଭୋଟ୍। ବିଶ୍ବାସ ଭୋଟ୍ ପାଇବା ପାଇଁ
ତାଙ୍କୁ ୨୭୫ ସଦସ୍ୟ ବିଶିଷ୍ଟ ସଂସଦରେ ଅତି କମରେ ୧୩୮ଭୋଟ୍ର ଆବଶ୍ୟକତା ଥିଲା। ନେପାଳୀ
କଂଗ୍ରେସ ସଭାପତି ଶେର ବାହାଦୂର ଦେଓବା ଓଲିଙ୍କୁ ପରବର୍ତ୍ତୀ ପ୍ରଧାନମନ୍ତ୍ରୀ ଭାବରେ ସମର୍ଥନ
କରିସାରିଛନ୍ତି।