ଗୌତମ ଗମ୍ଭୀର ଟିମ୍ ଇଣ୍ଡିଆର ମୁଖ୍ୟ କୋଚ୍ ହେବା ପରେ ତାଙ୍କୁ ନେଇ ଚର୍ଚା ବଢ଼ିବାରେ ଲାଗିଛି। ବିସିସିଆଇ ସଂପାଦକ ଜୟ ଶାହ ତାଙ୍କ ନାମ ଘୋଷଣା କରିବା ପରେ କ୍ରିକେଟ ପ୍ରଶଂସକମାନେ ତାଙ୍କୁ ପ୍ରଶଂସା କରୁଛନ୍ତି । ଟିମ ଇଣ୍ଡିଆ ପୁଣି ଆଗକୁ ବଢ଼ିବ ବୋଲି ସମସ୍ତେ ଆଶା କରୁଛନ୍ତି । ଗୌତମ ଗମ୍ଭୀରଙ୍କୁ ଭାରତୀୟ କ୍ରିକେଟ ଦଳର ନୂଆ ମୁଖ୍ୟ କୋଚ୍ ଭାବେ ସମସ୍ତେ ସ୍ୱାଗତ କରୁଛନ୍ତି। ଆଧୁନିକ କ୍ରିକେଟ ଦ୍ରୁତଗତିରେ ବିକଶିତ ହେଉଛି। ଆଉ ଏହି ପରିବର୍ତ୍ତନକୁ ଗମ୍ଭୀର ଖୁବ୍ ନିକଟରୁ ଦେଖିଛନ୍ତି। ନିଜ କ୍ୟାରିୟରେ ବିଭିନ୍ନ ପ୍ରକାର ଦାୟିତ୍ୱ ତୁଲାଇଥିବା ଗମ୍ଭୀର ଭାରତୀୟ କ୍ରିକେଟକୁ ଆଗକୁ ନେବାକୁ ସଠିକ୍ ବ୍ୟକ୍ତି ବୋଲି ମୁଁ ବିଶ୍ୱାସ କରୁଛି। ଟିମ୍ ଇଣ୍ଡିଆ ପାଇଁ ତାଙ୍କ ପାଖରେ ଥିବା ସ୍ପଷ୍ଟ ଦୃଷ୍ଟିକୋଣ, ତା’ସହିତ ତାଙ୍କ ପାଖରେ ଥିବା ବିପୁଳ ଅଭିଜ୍ଞତା ତାଙ୍କୁ ଏହି ରୋମାଞ୍ଚକର ଓ ଗୁରୁତ୍ୱପୂର୍ଣ୍ଣ ପଦବୀରେ ସ୍ଥାନିତ କରିଛି। ତାଙ୍କର ଏହି ନୂଆ ଯାତ୍ରା ପାଇଁ ବିସିସିଆଇ ତାଙ୍କୁ ପୂରା ସମର୍ଥନ କରିବ। ଆଇପିଏଲ୍ ୨୦୨୪ ଶେଷ ପରଠାରୁ ଗୌତମ ଗମ୍ଭୀର ଭାରତୀୟ ପୁରୁଷ କ୍ରିକେଟ ଦଳର ମୁଖ୍ୟ କୋଚ୍ ହେବେ ବୋଲି ଜୋର ଚର୍ଚ୍ଚା ଧରିଥିଲା।