ଜୁଲାଇ ୧୪ ତାରିଖରେ ଖୋଲିବ କି ରତ୍ନଭଣ୍ଡାର? ସରକାର କମିଟର ନିଷ୍ପତ୍ତିକୁ ମାନିବେ କି ନାହିଁ ତାହା ଆଉ କିଛି ଦିନ ଭିତରେ ସ୍ପଷ୍ଟ ହୋଇଯିବ । ରଥଯାତ୍ରା ବେଳେ ଖୋଲିବା ନେଇ ଯାହା କୁହାଯାଇଥିଲା ସେଥିରେ କମିଟି ମୋହର ମାରିଛି । କିନ୍ତୁ ରାଜ୍ୟ ସରକାରଙ୍କ ଭୂମିକା କଣ ରହିବ ତାହା ସ୍ପଷ୍ଟ ହୋଇନାହିଁ । କିଏ ଗଣତି କରିବ । ବଣିଆ କୋଉଠୁ ଆସିବେ । ଟେକ୍ନିକାଲ ଦିଗ କଣ ରହିବ । ମୂଲ୍ୟାୟନ କିପରି ହେବ । ମରାମତି କୋଉଠି ହେବ ତାହା ମଧ୍ୟ ଜଣାପଡ଼ିନାହିଁ । ରତ୍ନଭଣ୍ଡାର ଖୋଲିବା ନେଇ ସୂଚନା ଦେଇଛନ୍ତି ରତ୍ନଭଣ୍ଡାର ତଦାରଖ କମିଟି ଅଧ୍ୟକ୍ଷ ଜଷ୍ଟିସ୍ ବିଶ୍ବନାଥ ରଥ। ସେ ଆହୁରି କହିଛନ୍ତି, ସରକାରଙ୍କୁ ନିଷ୍ପତ୍ତି ନେଇ ଜଣାଇଦିଆଯାଉଛି। ବିବରଣୀ ମ୍ୟାନେଜମେଣ୍ଟ କମିଟିକୁ ଦିଆଯିବ ଏହା ପରେ ମ୍ୟାନେଜମେଣ୍ଟ କମିଟି ସରକାରଙ୍କ ପାଖକୁ ଯିବ। ସରକାରଙ୍କ ନିର୍ଦେଶ ଆସିଲେ ରତ୍ନଭଣ୍ଡାର ଖୋଲିପାରିବ। ଆଶା କରୁଛି, ସରକାର ୧୪ ତାରିଖରେ ରତ୍ନଭଣ୍ଡାର ଖୋଲିବା ଲାଗି ଅନୁମତି ଦେବେ। ଚାବି କାମ କରୁ କି ନ କରୁ ତାଲା ଖୋଲାଯିବ। ଏଥିଲାଗି ସଂପୂର୍ଣ୍ଣ ଏସଓପି ପ୍ରସ୍ତୁତ ହୋଇଛି। ସରକାର ଅନୁମତି ଦେଲେ ୨୪ ତାରିଖରେ ରତ୍ନଭଣ୍ଡାର ଖୋଲିବୁ।