ପ୍ୟାରିସ ଅଲମ୍ପିକ୍ସ
ପୂର୍ବରୁ ଓଡ଼ିଆ ଖେଳାଳିଙ୍କ ଲାଗି ପ୍ରୋସାହନ ରାଶି ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ
ଚରଣ ମାଝୀ । ଅଲମ୍ପିକ୍ସ ପାଇଁ ଯୋଗ୍ୟତା ଅର୍ଜନ କରିଥିବା ଓଡ଼ିଶାର ଦୁଇ ଖେଳାଳି ହେଲେ କିଶୋର ଜନା ଏବଂ ଅମିତ
ରୋହିଦାସ । ଉଭୟଙ୍କୁ ଶୁଭେଚ୍ଛା ଜଣାଇବା ସହ ସେମାନଙ୍କ ପାଇଁ 15 ଲକ୍ଷ ଟଙ୍କାର ପ୍ରେସାହନ
ରାଶି ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ । ଏହାଦ୍ବାରା ସେମାନେ ଶ୍ରେଷ୍ଠ ପ୍ରଦର୍ଶନ ଦେଶ ପାଇଁ
ଗୌରବ ଅର୍ଜନ ନିମନ୍ତେ ପ୍ରେରଣା ଯେଗାଇବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । କିଶୋର ଜେନା ଜାଭଲିନ
ଥ୍ରୋ ପାଇଁ ଯୋଗ୍ୟତା ଅର୍ଜନ କରିଥିବା ବେଳେ ଅମିତ ରୋହିଦାସ ହକି ପାଇଁ ଯୋଗ୍ୟତା ଅର୍ଜନ
କରିଛନ୍ତି । 26 ଜୁଲାଇରୁ ଆରମ୍ଭ ହେବାକୁ ଯାଉଛି କ୍ରୀଡ଼ା ମହାକୁମ୍ଭ ଅଲମ୍ପିକ୍ସ ।