ଓଡ଼ିଶା ଗସ୍ତରେ ଆସିଛନ୍ତି
ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ଆଜି ଅତ୍ୟନ୍ତ ଆଗ୍ରହର ସହ ଖଣ୍ଡଗିରିରେ ଥିବା ଉଦୟଗିରି
କୀତ୍ତିରାଜି ପରିର୍ଦଶନ କରିଛନ୍ତି । ଉଦୟଗିରି ରାଣୀ ଗୁମ୍ପା ପରିଭ୍ରମଣ କରିଥିଲେ ମହାମହିମ ।
ରାଣୀ ଗୁମ୍ପାର ଉପର ମହଲା ଏବଂ ତଳ ମହଲା ବୁଲି ଦେଖିବା ସହ ରାଣୀ ଗୁମ୍ପାର କଳା କୀର୍ତ୍ତିସବୁ
ଅବଲୋକନ କରିଛନ୍ତି । ଉଦୟଗିରି ଅଗଣାରେ ଛିଡ଼ା ହୋଇ ହାତୀ ଗୁମ୍ଫା ଶିଳା ଲେଖ ଦେଖିଛନ୍ତି ରାଷ୍ଟ୍ରପତି
। ପରେ ଉଦୟଗିରି ଗୁମ୍ପା ସମ୍ମୁଖରେ ବିଜେ କଲେଜ ଅଫ ଆାର୍ଟସ ଏବଂ ଉକଳ ସଂସ୍କୃତି
ବିଶ୍ବବିଦ୍ୟାଳୟର ଛାତ୍ରଛାତ୍ରୀମାନଙ୍କ ସହ ଆଲୋଚନା କରିଛନ୍ତି ମହାମହିମ ।ପିଲାଙ୍କ ଙ୍କ ଭବିଷ୍ୟତ
ପାଇଁ ବିଭିନ୍ନ ପରାମର୍ଶ ଦେଇଛନ୍ତି ରାଷ୍ଟ୍ରପତି । ଛାତ୍ରଛାତ୍ରୀ ମାନେ ଆଙ୍କିଥିବା ଫଟୋ
ଚିତ୍ର ଉପହାର ଭାବେ ରାଷ୍ଟ୍ରପତିଙ୍କୁ ପ୍ରଦାନ
କରିଛନ୍ତି । 30 ଘଣ୍ଟା ଧରି କଠିନ ପରିଶ୍ରମ କରି କୋଇଲାରେ ରାଷ୍ଟ୍ରପତିଙ୍କ ଚିତ୍ର ଆଙ୍କିଥିଲେ
ଛାତ୍ରୀ ମଧୁସିକ୍ତା ତନୟା ସିଂହ । ସେହିପରି ବିଭିନ୍ନ ରକମର ଖାଦ୍ୟ ଶସ୍ୟ ବ୍ୟବହାର କରି ଦ୍ରୌପଦୀ
ମୁର୍ମୁଙ୍କ ଅତି ସୁନ୍ଦର ଫଟୋ ଚିତ୍ର ଆଙ୍କିଥିଲେ ବିକେ କଲେଜ ଅଫ ଆର୍ଟସ ଆଣ୍ଡ କାଫ୍ଟସର ଛାତ୍ର
ମାର୍କଣ୍ଡ ସାଗର । ଯାହାକୁ ଅତ୍ୟନ୍ତ ଖୁସିର ସହ ଗ୍ରହଣ କରିଥିଲେ ରାଷ୍ଟ୍ରପତି ।