ଜାତୀୟ ମହିଳା
କମିଶନ ଅଧ୍ୟକ୍ଷା ରେଖା ଶର୍ମାଙ୍କ ବିରୋଧରେ ଆପମାନଜନକ ମନ୍ତବ୍ୟ ଦେଇଥିବା ତୃଣମୂଳ ସାଂସଦ
ମହୁଆ ମୋଇତ୍ରାଙ୍କ ବିରୋଧରେ ଆଜି ମାମଲା ରୁଜୁ ହୋଇଛି । ଶୁକ୍ରବାର ମହିଳା କମିଶନ
ଅଧ୍ୟକ୍ଷା ଦିଲ୍ଲୀ ପୁଲିସ ନିକଟରେ ଅଭିଯୋଗ
କରିବା ପରେ ଏହି ମାମଲାରେ ଏଫଆଇଆର ରୁଜୁ କରାଯାଇଛି । ରେଖା ଶର୍ମାଙ୍କ ବିରୋଧରେ ଅପମାନଜନକ
ଭାଷା ପ୍ରୟୋଗ କରି ମହୁଆ ସୋସିଆଲ ମିଡ଼ିଆ ପ୍ଲାଟଫର୍ମରେ ପୋଷ୍ଟ କରିବା ପରେ ଏହାକୁ ନେଇ ବଡ଼
ବଡ଼ ବିବାଦ ଉପୁଜୁଥିଲା । ଦିଲ୍ଲୀ ପୁଲିସର ସ୍ପେସାଲ ସେଲ ଗୁଇନ୍ଦା ସଂସ୍ଥା ଏ ବାବଦ ବିବରଣୀ
ହାସଲ କରିଛି ଏବଂ ଘଟଣାର ଅଧିକ ତଦନ୍ତ କରାଯିବ ବୋଲି ପୁଲିସ କହିଛି ।
ଗୁରୁବାର
ମୋଇତ୍ରା ଏକ ଭିଡ଼ିଓ ଉପରେ ମନ୍ତବ୍ୟ ଦେଇଥିଲେ ଯେଉଁଥିରେ ରେଖା ଶର୍ମା ହାଥରସ ଦଙ୍ଗା ସ୍ଥଳରେ
ପହଂଚିବା ଦୃଶ୍ୟ ଦେଖିବାକୁ ମିଳିଥିଲା । ଭିଡ଼ିଓରେ ଦେଖିବାକୁ ମିଳିଛି ଯେ ଜଣେ ବ୍ୟକ୍ତି ତାଙ୍କ
ଛତା ଧରି ରେଖା ଶର୍ମାଙ୍କ ନିକଟକୁ ଯାଉଛନ୍ତି । ଏହି ଭିଡ଼ିଓକୁ ଏକ୍ସରେ ସେୟାର କରାଯାଇଥିବା
ବେଳେ ଜଣେ ସୋସିଆଲ ମିଡ଼ିଆ ୟୁଜର ପ୍ରଶ୍ନ କରିଛନ୍ତି ଯେ ରେଖା ଶର୍ମା କାହିଁକି ନିଜ ଛତା
ଧରିପାରୁନାହିଁନ୍ତି । ଏହାର ଜବାବରେ ମହୁଆ ମୋଇତ୍ରା ଲେଖିଛନ୍ତି ସେ ତାଙ୍କ ମାଲିକଙ୍କ ପାଇଜାମା
ଧରିବାର ବହୁତ ବ୍ୟସ୍ତ ଅଛନ୍ତି । ମହୁଆଙ୍କ ଏଭଳି ବୟାନ ସୋସିଆଲ ମିଡ଼ିଆରେ ଭାଇରାଲ ହେବାପରେ
ଆଜି ତାଙ୍କ ବିରୋଧରେ ଏଫଆଇଆର ରୁଜୁ ହୋଇଛି ।