ଲକ୍ଷ ଲକ୍ଷ ଶ୍ରଦ୍ଧାଳୁ ରଥଯାତ୍ରା ଦେଖିବାକୁ ଆଜି ପୁରୀରେ ଭିଡ଼
ଜମାଇଥିଲେ । ପହଣ୍ଡି, ଛେରା
ପହଁରା ଓ ରଥଟଣାର ବିରଳ ଦୃଶ୍ୟକୁ ଅପଳକ ନୟନରେ ଦେଖିଲେ ଲକ୍ଷ ଲକ୍ଷ ଶ୍ରଦ୍ଧାଳୁ । ସୁଦର୍ଶନଙ୍କ ସହ ଶ୍ରୀ ଜିଉଙ୍କୁ ପହଣ୍ଡିରେ ଦର୍ଶନ
କରିଥିଲେ ଭକ୍ତିମାନେ । ପରେ ତିନିରଥରେ ରଥାରୁଢ
ହୋଇଥିଲେ ମହାପ୍ରଭୁ । ଏହି ସମୟରେ ମଧ୍ୟ ପୁରୀ ବଡ଼ ଦାଣ୍ଡରେ ପ୍ରବଳ ଜନସମାଗମ ହୋଇଥିଲା । ଏହା
ପରେ ମହାରାଜ ଦିବ୍ୟସିଂହ ଦେବ ଛେରାପହଁରା କରିଥିଲେ
। ହୁଳ ହୁଳ ସାଙ୍ଗକୁ ଘଂଟ, ଘଂଟାର ଧ୍ୱନିରେ
ରଥ ଟଣାଯାଇଥିଲା । ଜନ୍ମବେଦୀ ଅଭିମୁଖେ ବାହାରିଥିଲେ ଚତୁର୍ଦ୍ଧାମୂର୍ତ୍ତି । ଭକ୍ତମାନେ
ଅଲୌକିକ ମୁହୂର୍ତ୍ତର ସାକ୍ଷୀ ବନିଥିଲେ । ସୁଦର୍ଶନଙ୍କ ସହ ଧାଡ଼ି ପହଣ୍ଡିରେ ତିନିଠାକୁର
ବାଇଶପାହାଚ ଦେଇ ବଡ଼ଦାଣ୍ଡକୁ ଆସିଥିଲେ । ତିନିରଥରେ ରଥାରୁଢ ହୋଇଥିଲେ ମହାପ୍ରଭୁ । ଗଜପତି
ମହାରାଜ ଦିବ୍ୟସିଂହ ଦେବ ଛେରାପହଁରା କରିବା ପରେ ଆରମ୍ଭ ହୋଇଥିଲା ରଥ ଟଣା । ହୁଳ ହୁଳ ସାଙ୍ଗକୁ
ଘଂଟ, ଘଂଟାର
ଧ୍ୱନିରେ ଫାଟି ପଡ଼ିଲା ବଡ଼ଦାଣ୍ଡ। ଜଗନ୍ନାଥମୟ ହୋଇ ଉଠିଥିଲା ପୂରା ପରିବେଶ ।
ବିଶ୍ୱପ୍ରସିଦ୍ଧ ରଥଯାତ୍ରାର ବିରଳ ଦୃଶ୍ୟକୁ ଅପେକ୍ଷା କରିଥିଲା ସାରା
ବିଶ୍ୱ । ଉଛୁଳି ଉଠିଥିଲା ବଡ଼ଦାଣ୍ଡ। ଭକ୍ତଙ୍କୁ ଦର୍ଶନ ଦେବାକୁ ଓହ୍ଲାଇ ଆସିଥିଲେ ମହାବାହୁ ।
ଶ୍ରୀବଳଭଦ୍ର, ମା’ ସୁଭଦ୍ରା ଏବଂ
ଶ୍ରୀଜଗନ୍ନାଥ ବାଇଶପାହାଚରେ ପହଣ୍ଡି ହୋଇଆସିବାର ଅନନ୍ୟ ଦୃଶ୍ୟ ଦେଖି ଅଧିର ହୋଇ ଉଠିଥିଲେ ଭକ୍ତ
। ଭଗବାନଙ୍କ ଏହି ମାନବୀୟ ଲୀଳା ଦେଖିବାକୁ କେବଳ ଓଡ଼ିଶା ନୁହେଁ, ଓଡ଼ିଶା ବାହାରୁ, ଦେଶ ବାହାରୁ ବି
ଛୁଟି ଆସିଥିଲେ ଭକ୍ତ। ରଥାରୂଢ଼ ଶ୍ରୀଜୀଉଙ୍କୁ ଦର୍ଶନ କରିଥିଲେ ଜଗତଗୁରୁ ଶଙ୍କରାଚାର୍ୟ୍ୟ ସ୍ୱାମୀ
ନିଶ୍ଚଳାନନ୍ଦ ସରସ୍ୱତୀ । ତାଳଧ୍ୱଜ,
ଦେବଦଳନ ଓ ନନ୍ଦିଘୋଷରେ ବିରାଜମାନ କରିଥିଲେ ଚତୁର୍ଦ୍ଧାମୂର୍ତି । ରଥ ଉପରେ ଛେରାପହଁରା
ପାଇଁ ସୁସଜ୍ଜିତ ପାଲିଙ୍କି ତାମ୍ଯାନ୍ରେ ଆସିଥିଲେ ଗଜପତି ମହାରାଜ ଦିବ୍ୟସିଂହ ଦେବ । ପରମ୍ପରା
ଅନୁସାରେ ଆରମ୍ଭ ହୋଇଥିଲା ଛେରା ପହଁରା । ତାଳଧ୍ୱଜ,
ଦେବଦଳନ ଓ ନନ୍ଦିଘୋଷ ରଥରେ ସୁନା ଖଡ଼ିକାରେ ଛେରାପହଁରା କରିଥିଲେ ଗଜପତି । ଏହି ଦୃଶ୍ୟ
ଦେଖି ବିମୋହିତ ହୋଇ ଉଠିଥିଲେ ଲକ୍ଷ ଲକ୍ଷ ଶ୍ରଦ୍ଧାଳୁ । ଏହା ପରେ ତିନି ରଥରେ ଘୋଡା ଯଚା
ଯାଇଥିଲା । ଅପରାହ୍ନ ୫ଟା ପାଖାପାଖି ପ୍ରଥମେ ବଳଭଦ୍ରଙ୍କ ତାଳଧ୍ୱଜ ରଥ ଗଡ଼ିଥିଲା । ପରେ ଦେବୀ
ସୁଭଦ୍ରାଙ୍କ ରଥ ଗଡ଼ିଥିଲା । ଭାଇ-ଭଉଣୀଙ୍କ ପରେ ବଡ଼ ଦାଣ୍ଡରେ ଗଡ଼ିଥିଲା ଜଗନ୍ନାଥଙ୍କ ନନ୍ଦିଘୋଷ
ରଥ। ରଥଯାତ୍ରା ଦେଖିବାକୁ ଉପସ୍ଥିତ ଥିଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ମୁଖ୍ୟମନ୍ତ୍ରୀ ମୋହନ
ମାଝୀ ଏବଂ ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ
ପଟ୍ଟନାୟକ। ସମସ୍ତେ ଶ୍ରୀଜିଉଙ୍କ ଆଶୀର୍ବାଦ ନେଇଥିଲେ।