୬ ତାରିଖରୁ ୯ ତାରିଖ ପର୍ଯନ୍ତ ୪ଦିନିଆ ଓଡିଶା ଗସ୍ତରେ ଥିବା ରାଷ୍ଟ୍ରପତି ଶ୍ରୀମତୀ ମୁର୍ମୁ ଆଜି ରଥଯାତ୍ରା ପାଇଁ ପୁରୀରେ ବିଶ୍ରାମ ନେଇଛନ୍ତି । ବଡ଼ଦାଣ୍ଡରେ ରଥାଯାତ୍ରାରେ ସାମିଲ ହୋଇଥିଲେ ରାଷ୍ଟ୍ରପତି । ଆଜି ପୁରୀ ରାଜଭବନରେ ରାତିରେ ରହିଛନ୍ତି । ଏଣେ ଜୁଲାଇ ୮ ତାରିଖରେ ଭୁବନେଶ୍ବର ଫେରି ଖଣ୍ଡଗିରି, ଉଦୟଗିରି ଗୁମ୍ଫା ପରିଦର୍ଶନ କରିବା ସହ ହରିଡ଼ାମାଡ଼ା ଗ୍ରାମରେ ବ୍ରହ୍ମକୁମାର ରିଟ୍ରିଟ୍ କେନ୍ଦ୍ର ଉଦ୍ଘାଟନ କରିବେ। ଜୁଲାଇ ୯ ତାରିଖରେ ଜାତୀୟ ବିଜ୍ଞାନ ଶିକ୍ଷା ଓ ଗବେଷଣା ପ୍ରତିଷ୍ଠାନ (ନାଇଜର) ର ଦୀକ୍ଷାନ୍ତ ସମାରୋହରେ ଯୋଗ ଦେବେ। ଏଥିପାଇଁ ପୁଲିସ ପକ୍ଷରୁ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି। ଗସ୍ତର ସମସ୍ତ ରୁଟ୍କୁ ନୋ-ଫ୍ଲାଇଙ୍ଗ୍ ଜୋନ କରାଯାଇଛି।