ମାସୁଦ ପେଜେଶକିଆନ୍ ଇରାନର ନୂତନ ରାଷ୍ଟ୍ରପତି ଭାବରେ ନିର୍ବାଚିତ ହୋଇଛନ୍ତି। ନୂଆ ସରକାର ଦେଶରେ ସଂସ୍କାର ଆଣିବ କି ନାହିଁ ତାକୁନେଇ ପ୍ରଶ୍ନ ରହିଛି । ସେ ଅବଶ୍ୟ ମୈାଳିକବାଦୀ ସୟଦ ଜଲିଲିଙ୍କୁ ପରାସ୍ତ କରିଛନ୍ତି। ଆମେ ଆପଣଙ୍କୁ କହି ରଖୁଛୁ ଯେ, ହିଜାବ ନ ପିନ୍ଧି ଇରାନ ପୋଲିସ ଦ୍ୱାରା ମହାସୀନ ଆମିନି ନାମକ ଝିଅକୁ ହତ୍ୟା କରାଯାଇଥିଲା, ଯାହା ପରେ ଲକ୍ଷ ଲକ୍ଷ ମହିଳା ମିଳିତ ଭାବେ ରାଡିକାଲ ଇସଲାମ ବିରୁଦ୍ଧରେ ରାସ୍ତାକୁ ଯାଇଥିଲେ। ମାସୁଦ ପେଜେଶକିଆନ୍ ଜଣେ ମଧ୍ୟମ ଉଦାରବାଦୀ ନେତା ଏବଂ ଏହା ଆଶା କରାଯାଏ ଯେ ସେ କ୍ଷମତାକୁ ଆସିବା ପରେ ଇରାନରେ ଉଗ୍ର ଧାର୍ମିକବାତାବରଣ ହ୍ରାସ ପାଇବ। ବର୍ତ୍ତମାନ ଇରାନ ଆଶା କରୁଛି ଯେ ସାମାଜିକ ସ୍ୱାଧୀନତା କ୍ଷେତ୍ରରେ କାର୍ଯ୍ୟ କରାଯିବ ଏବଂ ଇରାନର ବୈଦେଶିକ ନୀତି ମଧ୍ୟ ବ୍ୟବହାରିକ ହେବ।
ଆମେରିକା ଭଳି ଦେଶ ସହ ଇରାନର ଚାଲିଥିବା ଉତ୍ତେଜନାକୁ ବର୍ତ୍ତମାନ ଶାନ୍ତିପୂର୍ଣ୍ଣ ସମାଧାନ ପାଇଁ ଆଶା ଅଛି। ସହରୀ ନାଗରିକ, ମହିଳା ଏବଂ ଯୁବକମାନଙ୍କଠାରୁ ତାଙ୍କୁ ସମର୍ଥନ ମିଳିଛି। ବର୍ଷ ବର୍ଷ ଧରି ଇରାନରେ ଲୋକମାନେ ଶାନ୍ତି ଚାହୁଁଛନ୍ତି, ସ୍ବାଧୀନ ଭାବେ ବଂଚିବାକୁ ଚାହୁଁଛନ୍ତି ନୂଆ ସରକାର ଲୋକଙ୍କୁ କେତେ ସ୍ବାଧୀନତା ଦେଉଛି ତାହାକୁ ଅପେକ୍ଷା ।