ଚିନ୍ତା
ବଢ଼ାଇଛି ଡେଙ୍ଗୁ। ଖୋର୍ଦ୍ଧା ଜିଲ୍ଲାରୁ ୧୦୦ ଜଣ ରୋଗୀ ଚିହ୍ନଟ ହୋଇଥିବା ବେଳେ ସୁନ୍ଦରଗଡ଼ରୁ ୩୮, ବଲାଙ୍ଗୀରୁ ୩୩ ଜଣ ରୋଗୀ ଚିହ୍ନଟ ହୋଇଛନ୍ତି
। ବଲାଙ୍ଗୀର ସଇଁଳାର ଗୋପବନ୍ଧୁପଡ଼ାରୁ କିଛି ଲୋକ କାମ କରିବାକୁ ତେଲେଙ୍ଗାନା ଯାଇଥିବା ବେଳେ
ସେମାନଙ୍କ ମଧ୍ୟରୁ ୨୩ ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି । ଭୁବନେଶ୍ବରରୁ ସ୍ବାସ୍ଥ୍ୟ ବିଭାଗର ଏକ
ଟିମ୍ ସେଠାରେ ପହଁଚି ସ୍ଥିତି ଅନୁଧ୍ୟାନ କରିଛି । ଡେଙ୍ଗୁ ରୋକିବାକୁ ଚେଷ୍ଟା ଚାଲିଥିବା ବେଳେ
ରାଜ୍ୟରେ ଟେଷ୍ଟିକୁ ବଢ଼ାଯାଇଛି । ସବୁ ଡାକ୍ତରଖାନାରେ ଡେଙ୍ଗୁ ୱାର୍ଡ ଖୋଲାଯାଇଛି ।