ଭୁବନେଶ୍ବରରେ ପହଞ୍ଚିଲେ
ରାଷ୍ଟ୍ରପତି ଦୌପଦୀ ମୁର୍ମୁ । ଭାରତୀୟ ବାୟୁସେନାର ସ୍ବତନ୍ତ୍ର ବିମାନଯୋଗେ ଆସି ଭୁବନେଶ୍ବର
ବିମାନବନ୍ଦରରେ ପହଞ୍ଚିଲେ ରାଷ୍ଟ୍ରପତି ଦୌପଦୀ ମୁର୍ମୁ । ରାଜ୍ୟପାଳ ରଘୁବର ଦାସ ଏବଂ
ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ବିମାନବନ୍ଦରରେ ରାଷ୍ଟ୍ରପତି ଦୌପଦୀ ମୁର୍ମୁଙ୍କୁ ସ୍ବାଗତ
କରିଥିଲେ । 4 ଦିନିଆ ଓଡ଼ିଶା ଗସ୍ତରେ ଆସିଛନ୍ତି ରାଷ୍ଟ୍ରପତି ଦୌପଦୀ ମୁର୍ମୁ । ଆଜି ଗୋପବନ୍ଧୁ
ଦାସଙ୍କ ଶ୍ରାଦ୍ଧୋବାର୍ଷିକୀରେ ଯୋଗଦେବା କାର୍ଯ୍ୟକ୍ରମ ରହିଛି । ଆଜି ରାଜଭବନରେ ରାଷ୍ଟ୍ରପତି
ଦୌପଦୀ ମୁର୍ମୁ ରାତ୍ରୀ ଯାପନ କରିବେ ବୋଲି ଜଣାପଡ଼ିଛି ।
ରାଷ୍ଟ୍ରପତି
ଦୌପଦୀ ମୁର୍ମୁ ଆଜିଠାରୁ 4 ଦିନିଆ ଗସ୍ତରେ ଆସିଛନ୍ତି । ଜୁଲାଇ 6 ରୁ 9 ତାରିଖ ପର୍ଯ୍ୟନ୍ତ ସେ
ଓଡ଼ିଶାରେ ରହିବାର କାର୍ଯ୍ୟକ୍ରମ ରହିଛି । ଶନିବାର ସନ୍ଧ୍ୟାରେ ସେ ବାୟୁସେନାର ସ୍ବତନ୍ତ୍ର
ବିମାନରେ ଆସି ବିଜୁ ପଟ୍ଟନାୟକ ବିମାନ ବନ୍ଦରରେ ପହଞ୍ଚିଥିଲେ ।