ଆସନ୍ତା 22
ତାରିଖରୁ ଆରମ୍ଭ ହେବ 17 ତମ ବିଧାନସଭାର ପ୍ରଥମ ଅଧିବେସନ । ଏହି ଅଧିବେସନରେ 2024 -25 ଆର୍ଥିକ
ବର୍ଷ ପାଇଁ ପୂର୍ଣାଙ୍ଗ ବଜେଟ ଆଗତ ହେବ । ଆସନ୍ତା 25 ତାରିଖରେ ଗୃହରେ ବଜେଟ ଆଗତ କରିବେ ନୂଆ
ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ସେପ୍ଟେମ୍ବର 10 ତାରିଖରେ ଗୃହରେ ବ୍ୟୟ ମଞ୍ଜୁରୀ ବିଲ ଆଗତ ହେବ
। କାର୍ଯ୍ୟସୂଚୀ ଅନୁସାରେ ଜୁଲାଇ 22 ତାରିଖରେ ରାଜ୍ୟପାଳ ରଘୁବର ଦାସ ବିଧାନସଭାରେ ଅଭିଭାଷଣ
ରଖିବେ । ଏହାପରେ ରାଜ୍ୟପାଳଙ୍କ ଅଭିଭାଷଣ ଉପରେ ଧନ୍ୟବାଦ ପ୍ରସ୍ତାବ ଆଗତ ହେବ । ଏବଂ 23 ଓ 24
ତାରିଖରେ ବାଚସ୍ପତି ନିର୍ବାଚନ ନେଇ ଘୋଷଣା ହୋଇପାରେ । ତେବେ ରାଜ୍ୟରେ ନୂଆ ସରକାର କଣ ବଜେଟ
ଆଣୁଛନ୍ତି ତାହା ଉପରେ ସମସ୍ତଙ୍କର ନଜର ରହିଛି ।