କେନ୍ଦ୍ରରେ ମୋଦୀ
ସରକାର ପୁଣିଥରେ କ୍ଷମତାକୁ ଆସିବା ପରେ , ଏବେ ଆସିବାକୁ ଯାଉଛି କେନ୍ଦ୍ରୀୟ ବଜେଟ । ଆସନ୍ତା
ଜୁଲାଇ 23 ରେ ଆସିବ କେନ୍ଦ୍ରୀୟ ବଜେଟ । ଏହି ଦିନ ଲୋକସଭାରେ ବଜେଟ ଉପସ୍ଥାପନା କରିବେ
କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ । ମିଳିଥିବା ସୂଚନା ମୁତାବକ 18 ତମ ଲୋକସଭାରେ ବଜେଟ
ଅଧିବେଶନ ଜୁଲାଇ 22 ତାରିଖରୁ ଆରମ୍ଭ ହୋଇ ଅଗଷ୍ଟ 12 ତାରିଖ ପର୍ଯ୍ୟନ୍ତ ଚାଲିବ । ଏନେଇ କେନ୍ଦ୍ରମନ୍ତ୍ରୀ
କିରଣ ରିଜିଜୁ ଟୁଇଟ କରି ସୂଚନା ଦେଇଛନ୍ତି ।ସୂଚନାଯୋଗ୍ୟ କେନ୍ଦ୍ରରେ ପୁଣିଥିରେ କ୍ଷମତାକୁ
ଆସିଛି ମୋଦୀ ସରକାର । ଆଉ 3 ୟ ଥର ପାଇଁ କ୍ଷମତାକୁ ଆସିବା ପରେ ଏହା ହେବ ମୋଦୀ ସରକାରର
ପ୍ରଥମ ବଜେଟ । ତେଣୁ ଏଥର ବଜେଟରେ କେଉଁ ବିଭାଗକୁ କେତେ ଟଙ୍କା ଘୋଷଣା ହେଉଛି ତା ଉପରେ ରହିଛି
ସମସ୍ତଙ୍କ ନଜର ।