Friday, June 27, 2025
No Result
View All Result
Odisha 365

Latest News

ଇସ୍ରାଏଲର ଇରାନ ଉପରେ ଏୟାର ଷ୍ଟ୍ରାଇକ: ୨୦ ଜଣ ଶୀର୍ଷ କମାଣ୍ଡରଙ୍କ ମୃତ୍ୟୁ

ବିମାନ ଦୁର୍ଘଟଣାରେ ମୋଟ୍ ୨୬୫ ଜଣଙ୍କ ଜୀବନ ଯାଇଥିବା ସ୍ପଷ୍ଟ

ସଂଘ ଓ ସମାଜ ମିଳିତ ଭାବେ ନକ୍ସଲବାଦ ଓ ମତାନ୍ତରଣ ସମସ୍ୟାର ସମାଧାନ କରିପାରନ୍ତି

ଦୁଇ ଦେଶର ଫର୍ମୁଲା ମନରେ ଥିବା ଯାଏ ଆତଙ୍କବାଦ ରହିବ : ଡ. ମୋହନ ଭାଗବତ

ସଂଘ ଶିକ୍ଷା ବର୍ଗ: ସାମାଜିକ ସମରସତା, ଅନୁଶାସନ ଓ ରାଷ୍ଟ୍ରୀୟ ଚେତନାର ଏକ ଯାତ୍ରା

  • ଜାତୀୟ
  • ରାଜ୍ୟ
  • ଆନ୍ତର୍ଜାତୀୟ
  • ଭିଡିଓଗୁଡିକ
    • ବିଶେଷ ଅଦ୍ୟତନଗୁଡିକ |
    • ରାଶିଫଳ
    • ଚିତ୍ତବିନୋଦନ |
    • ବ୍ୟବସାୟ
    • ଆଇନଗତ |
    • ଇତିହାସ
    • ଭାଇରାଲ୍ ଭିଡିଓଗୁଡିକ |
  • ରାଜନୀତି
  • ବ୍ୟବସାୟ
  • ମନୋରଞ୍ଜନ
  • କ୍ରୀଡା
  • Opinion
    • ଜୀବନଶ yle ଳୀ

Home ରାଜ୍ୟ

ଭୁବନେଶ୍ଵରରେ ଆଜିଠୁ ୧୧ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ ଦିବ୍ୟ କଳା ମେଳା

param by param
Jul 5, 2024, 01:21 pm GMT+0530
FacebookTwitterWhatsAppTelegram

ଭାରତ ସରକାରଙ୍କ ସାମାଜିକ ନ୍ୟାୟ ଓ ସଶକ୍ତୀକରଣ ମନ୍ତ୍ରଣାଳୟ ଅଧୀନ ଭିନ୍ନକ୍ଷମ (ଦିବ୍ୟାଙ୍ଗଜନ) ସଶକ୍ତୀକରଣ ବିଭାଗ ପକ୍ଷରୁ ଜାତୀୟ ଦିବ୍ୟାଙ୍ଗଜନ ଫାଇନାନ୍ସ ଆଣ୍ଡ ଡେଭଲପମେଣ୍ଟ କର୍ପୋରେସନ୍ (ଏନଡିଏଫଡିସି) ଜରିଆରେ ଦିବ୍ୟ କଳା ଶକ୍ତି ଓ ଦିବ୍ୟ କଳା ମେଳା ଆୟୋଜନ କରିବାକୁ ଯାଉଛି । ସାରା ଦେଶର ଦିବ୍ୟାଙ୍ଗ ଉଦ୍ୟୋଗୀ ଓ ଶିଳ୍ପୀଙ୍କ ପ୍ରତିଭା ଏବଂ କାରିଗରୀକୁ ପ୍ରଦର୍ଶିତ କରୁଥିବା ଏହା ଏକ ଅଭିନବ କାର୍ଯ୍ୟକ୍ରମ । ଏହି ଦିବ୍ୟ କଳା ମେଳା ଓ ଦିବ୍ୟ କଳା ଶକ୍ତି କାର୍ଯ୍ୟକ୍ରମ ଭୁବନେଶ୍ୱରସ୍ଥିତ କିଟ୍ କ୍ୟାମ୍ପସରେ ଆସନ୍ତାକାଲି ଠାରୁ ଅର୍ଥାତ୍‌ ୫ରୁ ୧୧ ଜୁଲାଇ ପର୍ଯ୍ୟନ୍ତ ଆୟୋଜନ କରାଯିବ।

୫ ଜୁଲାଇ ୨୦୨୪ ଅପରାହ୍ଣ ଗୋଟାଏ ବେଳେ ଦିବ୍ୟ କଳା ମେଳା ଓ ଦିବ୍ୟ କଳା ଶକ୍ତି କାର୍ଯ୍ୟକ୍ରମକୁ ଭାରତ ସରକାରଙ୍କ ମାନ୍ୟବର ସାମାଜିକ ନ୍ୟାୟ ଓ ସଶକ୍ତୀକରଣ ରାଷ୍ଟ୍ରମନ୍ତ୍ରୀ ଶ୍ରୀ ବି.ଏଲ. ବର୍ମା ଉଦଘାଟନ କରିବେ । ଉତ୍ତରପ୍ରଦେଶ, ପଶ୍ଚିମବଙ୍ଗ, ବିହାର, ଝାଡ଼ଖଣ୍ଡ, ଉତ୍ତରାଖଣ୍ଡ ଏବଂ ଓଡ଼ିଶା ଭଳି ୬ଟି ରାଜ୍ୟରେ ଦିବ୍ୟାଙ୍ଗ ଜନଙ୍କ ପାଇଁ କାର୍ଯ୍ୟ କରୁଥିବା ପ୍ରମୁଖ ସ୍ୱେଚ୍ଛାସେବୀ ଅନୁଷ୍ଠାନ ଏବଂ ଅନ୍ୟ ମାନ୍ୟଗଣ୍ୟ ବ୍ୟକ୍ତି ଉଦଘାଟନୀ କାର୍ଯ୍ୟକ୍ରମରେ ଉପସ୍ଥିତ ରହିବେ।

ଦିବ୍ୟ କଳା ଶକ୍ତି :-

କିଟ୍ ବିଶ୍ୱବିଦ୍ୟାଳୟ ପ୍ରେକ୍ଷାଳୟରେ ଉପରୋକ୍ତ ୬ଟି ରାଜ୍ୟର ଦିବ୍ୟାଙ୍ଗ ଜନ କଳାକାରମାନେ ଐତିହାସିକ ସାଂସ୍କୃତିକ କାର୍ଯ୍ୟକ୍ରମ ‘ଦିବ୍ୟ କଳା ଶକ୍ତି’ ପରିବେଷଣ କରିବେ । ଦିବ୍ୟାଙ୍ଗ ଜନଙ୍କ ପ୍ରତିଭା ଓ ସାମର୍ଥ୍ୟକୁ ପ୍ରୋତ୍ସାହିତ କରିବା ତଥା କଳା ଓ ସଂସ୍କୃତି ଜରିଆରେ ସେମାନଙ୍କୁ ନେଇ ଏକ ସମାବେଶୀ ସମାଜ ଗଢ଼ିବା ଲାଗି ‘‘ଦିବ୍ୟ କଳା ଶକ୍ତି’’ କାର୍ଯ୍ୟକ୍ରମ ଜରିଆରେ ପ୍ରୟାସ କରାଯାଇଥାଏ।

ଦିବ୍ୟ କଳା ମେଳା :-

୧୯୦ ଜଣ ଦିବ୍ୟାଙ୍ଗ ଶିଳ୍ପୀ, କାରୀଗର ଓ ଉଦ୍ୟୋଗୀଙ୍କ ଦ୍ୱାରା ପ୍ରସ୍ତୁତ ଉତ୍କୃଷ୍ଟ ଉତ୍ପାଦ ଏହି ମେଳାରେ ପ୍ରଦର୍ଶିତ ହେବ । ଆଗନ୍ତୁକମାନେ ଏଠାରେ ବିଭିନ୍ନ ବର୍ଗର ବ୍ୟାପକ ଉତ୍ପାଦ ପାଇପାରିବେ, ସେଗୁଡ଼ିକ ମଧ୍ୟରେ ରହିଛି :

-ଗୃହସଜ୍ଜା ଓ ଜୀବନଶୈଳୀ ଉତ୍ପାଦ

-ପୋଷାକ

-ଷ୍ଟେସନାରୀ

-ପରିବେଶ ଅନୁକୂଳ ଉତ୍ପାଦ

-ପ୍ୟାକେଟ୍‌ ଖାଦ୍ୟ

-ଜୈବିକ ଉତ୍ପାଦ

-ଖେଳନା

-ଉପହାର

-ବ୍ୟକ୍ତିଗତ ସାମଗ୍ରୀ ତଥା ଅଳଙ୍କାର ଓ କ୍ଲଚ୍‌ ବ୍ୟାଗ

-ଚିତ୍ରକଳା

ଏହି କାର୍ଯ୍ୟକ୍ରମ ‘‘ଭୋକାଲ୍ ଫର୍ ଲୋକାଲ’’ ଅଭିଯାନକୁ ପ୍ରୋତ୍ସାହିତ କରିଥାଏ, ଯାହା ଦ୍ୱାରା ଆଗନ୍ତୁକମାନେ ଦିବ୍ୟାଙ୍ଗ କାରିଗରମାନଙ୍କ ଦ୍ୱାରା ଅତ୍ୟନ୍ତ ଦୃଢ଼ ସମର୍ପଣ ସହ ନିର୍ମିତ ଅଭିନବ ଜିନିଷ କିଣିପାରିବେ ।

କାର୍ଯ୍ୟକ୍ରମ ସୂଚୀ:-

କିଟ୍‌ ବିଶ୍ୱବିଦ୍ୟାଳୟ କ୍ୟାମ୍ପସ-୬ରେ ଜୁଲାଇ ୫ରୁ ୧୧ ତାରିଖ ପର୍ଯ୍ୟନ୍ତ ସକାଳ ୯ଟାରୁ ରାତି ସାଢ଼େ ୯ଟା ପର୍ଯ୍ୟନ୍ତ ଏହି କାର୍ଯ୍ୟକ୍ରମ ଚାଲିବ। ଏଥିରେ ଦିବ୍ୟାଙ୍ଗଜନ କଳାକାର ଓ ଜଣାଶୁଣା ପେସାଦାରଙ୍କ ଦ୍ୱାରା ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ। ଏହାବ୍ୟତୀତ ଏହି କାର୍ଯ୍ୟକ୍ରମରେ ଆଗନ୍ତୁକମାନେ ବିଭିନ୍ନ ଆଞ୍ଚଳିକ ଖାଦ୍ୟର ମଜା ନେଇପାରିବେ।

ମୂଲ୍ୟାୟନ ଶିବିର-

ଆଲିମକୋ ସହଯୋଗରେ ଏସଭିନିର୍ତାର, ଓଡ଼ିଶା ପକ୍ଷରୁ ସ୍ୱତନ୍ତ୍ର ମୂଲ୍ୟାୟନ ଶିବିର ଆୟୋଜନ କରାଯାଇ ସହାୟତା ଓ ସହାୟକ ଉପକରଣର ଆବଶ୍ୟକତା ଥିବା ଭିନ୍ନକ୍ଷମ ବ୍ୟକ୍ତିଙ୍କୁ ସହାୟତା କରାଯିବ।

ଦିବ୍ୟ କଳା ମେଳା ଓ ଦିବ୍ୟ କଳା ଶକ୍ତି କାର୍ଯ୍ୟକ୍ରମ ସହିତ ଦିବ୍ୟାଙ୍ଗଜନ ରୋଜଗାର ମେଳା ଦିବ୍ୟାଙ୍ଗଜନଙ୍କୁ ପ୍ରୋତ୍ସାହନ ଓ ସଶକ୍ତ କରିବା ସହିତ ଏକ ସମାବେଶୀ ସମାଜ ଗଠନ ଦିଗରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ । ଭାରତ ସରକାରଙ୍କ ସାମାଜିକ ନ୍ୟାୟ ଓ ସଶକ୍ତୀକରଣ ମନ୍ତ୍ରଣାଳୟର ଦିବ୍ୟାଙ୍ଗଜନ ସଶକ୍ତୀକରଣ ବିଭାଗ ପରିକଳ୍ପନା ଓ ଉଦ୍ୟମକ୍ରମେ ଆୟୋଜନ କରାଯାଇଥିବା ଏହି କାର୍ଯ୍ୟକ୍ରମର ଉଦ୍ଦେଶ୍ୟ ସାରା ଦେଶରେ ଦିବ୍ୟାଙ୍ଗଜନଙ୍କ ସଶକ୍ତିକରଣକୁ ପ୍ରୋତ୍ସାହନ ଦେବା ।

Tags: newsodisha
ShareTweetSendShare

RelatedNews

ଓଡ଼ିଶାର ସମସ୍ତ IPS ଅଫିସରଙ୍କ ଛୁଟି ବାତିଲ କରିଛନ୍ତି ସରକାର
Latest News

ଓଡ଼ିଶାର ସମସ୍ତ IPS ଅଫିସରଙ୍କ ଛୁଟି ବାତିଲ କରିଛନ୍ତି ସରକାର

ଆସନ୍ତା ୧୦ରେ ଓଡ଼ିଶା ଆସିବେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ
Latest News

ଆସନ୍ତା ୧୦ରେ ଓଡ଼ିଶା ଆସିବେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ

ରଥଯାତ୍ରାର ମହତ୍ତ୍ୱ: କାହିଁକି ପ୍ରତିବର୍ଷ ଏତେ ଭିଡ଼ ହୁଏ?
Latest News

ରଥଯାତ୍ରାର ମହତ୍ତ୍ୱ: କାହିଁକି ପ୍ରତିବର୍ଷ ଏତେ ଭିଡ଼ ହୁଏ?

ପୁଣିଥରେ ହେବ OCS ଆନ୍ଥ୍ରପୋଲୋଜି ପରୀକ୍ଷା, ଜାଣନ୍ତୁ କେବେ ହେବ ପରୀକ୍ଷା ?
Latest News

ପୁଣିଥରେ ହେବ OCS ଆନ୍ଥ୍ରପୋଲୋଜି ପରୀକ୍ଷା, ଜାଣନ୍ତୁ କେବେ ହେବ ପରୀକ୍ଷା ?

ରାଜ୍ୟରେ କାଳବୈଶାଖୀ ବର୍ଷା ନେଇ ଆଲର୍ଟ
Latest News

ଆହୁରି ୪ ଦିନ କାଳବୈଶାଖୀ

Latest News

ଇସ୍ରାଏଲର ଇରାନ ଉପରେ ଏୟାର ଷ୍ଟ୍ରାଇକ: ୨୦ ଜଣ ଶୀର୍ଷ କମାଣ୍ଡରଙ୍କ ମୃତ୍ୟୁ

ଇସ୍ରାଏଲର ଇରାନ ଉପରେ ଏୟାର ଷ୍ଟ୍ରାଇକ: ୨୦ ଜଣ ଶୀର୍ଷ କମାଣ୍ଡରଙ୍କ ମୃତ୍ୟୁ

ବିମାନ ଦୁର୍ଘଟଣାରେ ମୋଟ୍ ୨୬୫ ଜଣଙ୍କ ଜୀବନ ଯାଇଥିବା ସ୍ପଷ୍ଟ

ବିମାନ ଦୁର୍ଘଟଣାରେ ମୋଟ୍ ୨୬୫ ଜଣଙ୍କ ଜୀବନ ଯାଇଥିବା ସ୍ପଷ୍ଟ

ସଂଘ ଓ ସମାଜ ମିଳିତ ଭାବେ ନକ୍ସଲବାଦ ଓ ମତାନ୍ତରଣ ସମସ୍ୟାର ସମାଧାନ କରିପାରନ୍ତି

ଦୁଇ ଦେଶର ଫର୍ମୁଲା ମନରେ ଥିବା ଯାଏ ଆତଙ୍କବାଦ ରହିବ : ଡ. ମୋହନ ଭାଗବତ

ଦୁଇ ଦେଶର ଫର୍ମୁଲା ମନରେ ଥିବା ଯାଏ ଆତଙ୍କବାଦ ରହିବ : ଡ. ମୋହନ ଭାଗବତ

ସଂଘ ଶିକ୍ଷା ବର୍ଗ: ସାମାଜିକ ସମରସତା, ଅନୁଶାସନ ଓ ରାଷ୍ଟ୍ରୀୟ ଚେତନାର ଏକ ଯାତ୍ରା

ସଂଘ ଶିକ୍ଷା ବର୍ଗ: ସାମାଜିକ ସମରସତା, ଅନୁଶାସନ ଓ ରାଷ୍ଟ୍ରୀୟ ଚେତନାର ଏକ ଯାତ୍ରା

ଅଯୋଧ୍ୟାରେ ରାମ ମନ୍ଦିର: ହିନ୍ଦୁ ଆସ୍ଥାର ପ୍ରାଣକେନ୍ଦ୍ର

ସକାଳର ମୁଖ୍ୟ ଖବର

Dr. Keshav Baliram Hedgewar

ସଂଘ ଶିକ୍ଷା ବର୍ଗ -ସଂଘର ଏକ ପରିବର୍ତ୍ତନଶୀଳ ଉଦ୍ୟମ

ଭାରତ ପାଇଁ ଶକ୍ତିଶାଳୀ ହେବା ବ୍ୟତୀତ ଅନ୍ୟ କୌଣସି ବିକଳ୍ପ ନାହିଁ: ମୋହନ ଭାଗବତ

ଭାରତ ପାଇଁ ଶକ୍ତିଶାଳୀ ହେବା ବ୍ୟତୀତ ଅନ୍ୟ କୌଣସି ବିକଳ୍ପ ନାହିଁ: ମୋହନ ଭାଗବତ

ମୋଦି ସରକାରଙ୍କ ୧୧ ବର୍ଷ: ସଫଳତାର ଯାତ୍ରା

ମୋଦି ସରକାରଙ୍କ ୧୧ ବର୍ଷ: ସଫଳତାର ଯାତ୍ରା

  • Home
  • About Us
  • Contact Us
  • Privacy Policy
  • Terms & Conditions
  • Disclaimer
  • Sitemap

Copyright © Odisha-365, 2024 - All Rights Reserved.

No Result
View All Result
  • ଜାତୀୟ
  • ରାଜ୍ୟ
  • ଆନ୍ତର୍ଜାତୀୟ
  • ଭିଡିଓଗୁଡିକ
  • ରାଜନୀତି
  • ବ୍ୟବସାୟ
  • ମନୋରଞ୍ଜନ
  • କ୍ରୀଡା
  • Opinion
    • ଜୀବନଶ yle ଳୀ
  • About & Policies
    • About Us
    • Contact Us
    • Privacy Policy
    • Terms & Conditions
    • Disclaimer
    • Sitemap

Copyright © Odisha-365, 2024 - All Rights Reserved.