ଯେଉଁଦିନ ସରକାର
ନିଷ୍ପତି ନେବେ ସେହିଦିନ ହିଁ ଖୋଲିବ ରତ୍ନଭଣ୍ଡାର । ରତ୍ନଭଣ୍ଡାର ଖୋଲାଯିବା ପରେ ଏହାର ଗଣତି
କାର୍ଯ୍ୟ ଆରମ୍ଭ ହେବ । ରଥଯାତ୍ରା କାରଣରୁ 8 ତାରିଖରେ ରତ୍ନଭଣ୍ଡାର ଖୋଲାଯିବା ସମ୍ଭାବନା କମ
। ଭୁବନେଶ୍ବରରେ ପହଚିଁବା ପରେ ଏନେଇ ସୂଚନା ଦେଇଛନ୍ତି ସୁପ୍ରିମକୋର୍ଟର ପୂର୍ବତନ ବିଚାରପତି
ତଥା ଶ୍ରୀମନ୍ଦିର ରତ୍ନଭଣ୍ଡାର କମିଟିର ଅଧ୍ୟକ୍ଷ ଅରିଜିତ ପଶାୟତ । ଆସନ୍ତାକାଲି ରତ୍ନଭଣ୍ଡାର କମିଟି
ପକ୍ଷରୁ ବସିବାକୁ ଥିବା ଗୁରୁତ୍ବପୂର୍ଣ ବୈଠକରେ ସାମିଲ ହେବାକୁ ଅରିଜିତ ପଶାୟତ ଓଡ଼ିଶା ଗସ୍ତରେ
ଆସିଛନ୍ତି ।
ଆସନ୍ତାକାଲି
ବୈଠକରେ ରତ୍ନଭଣ୍ଡାର ଖୋଲିବା ନେଇ ରୂପରେଖ ପ୍ରସ୍ତୁତ କରାଯିବ ବୋଲି ସୂଚନା ଦେଇଛନ୍ତି ।
ଜୁଲାଇ 28 ତାରିଖ ଯାଏ ଓଡ଼ିଶା ଗସ୍ତରେ ଆସିଛନ୍ତି ଅରିଜିତ ପାଶାୟତ । ଜୁଲାଇ 8ରୁ 27 ମଧ୍ୟରେ
ରତ୍ନଭଣ୍ଡାର ଗଣତି କାମ ନେଇ ସୂଚନା ରହିଛି ।