ହେମନ୍ତ ସୋରେନ
ଗୁରୁବାର ଦିନ ସନ୍ଧ୍ୟାରେ ଝାଡ଼ଖଣ୍ଡର 13 ତମ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଛନ୍ତି । ଝାଡ଼ଖଣ୍ଡରେ
ରାଜ୍ୟପାଳ ସିପି ରାଧାକୃଷ୍ଣନ ତାଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇଛନ୍ତି ।ଏହି କ୍ରମରେ
ହେମନ୍ତ ସୋରେନ ତୃତୀୟଥର ପାଇଁ ଝାଡ଼ଖଣ୍ଡର ମୁଖ୍ୟମନ୍ତ୍ରୀ ହୋଇଛନ୍ତି । ବୁଧବାର ଦିନ ସୋରେନ
ବିଧାୟକ ଦଳ ନେତା ଭାବେ ନିର୍ବାଚିତ ହୋଇଥିଲେ । ଏହାପରେ ସେ ଗତକାଲି ରାଜ୍ୟପାଳଙ୍କୁ ଭୋଟି
ବହୁମତ ପ୍ରାମଣ ଦେଇଥିଲେ । ଜେଏମଏମ ଏହାପରେ କହିଥିଲା କି ରାଜ୍ୟପାଳ ସିପି ରାଧାକ୍ରିଷ୍ଣନ
ହେମନ୍ତ ସୋରେନଙ୍କୁ ରାଜ୍ୟରେ ସରକାର ଗଠନ କରିବାକୁ ନିମନ୍ତ୍ରଣ କରିଛନ୍ତି । ହେମନ୍ତ ସୋରେନ ଚଳିତମାସ
7 ତାରିଖରେ ଶପଥ ନେବେ । ହେଲେ କିଛି ସମୟ ପରେ ଏହି ନିଷ୍ପତ୍ତି ବଦଳିଥିଲା । ଏବେ ସେ ମୁଖ୍ୟମନ୍ତ୍ରୀ
ଭାବେ ଶପଥ ନେଇଛନ୍ତି ।
ଚମ୍ପାଇ ସୋରେନ
ବୁଧବାର ଦିନ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିଲେ । ଜମି ଦୁର୍ନୀତି ଓ ଅର୍ଥ ହେରଫେର ମାମଲାରେ
ହେମନ୍ତ ସୋରେନ ଜେଲ ଯିବା ପରେ ଚମ୍ପାଇ ସୋରେନ ମୁଖ୍ୟମନ୍ତ୍ରୀ ହୋଇଥିଲେ । ହେଲେ 5 ମାସ ପରେ
ହେମନ୍ତ ସୋରେନ ଜେଲରୁ ଜାମିନ ପାଇ ଫରିବା ପରେ ପୁଣି ମୁଖ୍ୟମନ୍ତ୍ରୀ ଭାବେ ଆଜି ଶପଥ ନେଇଛନ୍ତି
।