ପ୍ରାକୃତିକ
ବିପର୍ଯ୍ୟୟ ପରିଚାଳନା ନେଇ ମୁଖ୍ୟମନ୍ତ୍ରୀଙ୍କ ଉଚ୍ଚସ୍ତରୀୟ ବୈଠକ । ବର୍ଷା ଦିନରେ ବନ୍ୟା ପରିସ୍ଥିତି
ମୁକାବିଳା ଦିଗରେ ଆବଶ୍ୟକୀୟ ପଦେକ୍ଷପ ନେବାକୁ ନିର୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ
। ଏସଆରସି ଓ ଅନ୍ୟ ଅଧିକାରୀଙ୍କୁ ପ୍ରସ୍ତୁତ ରହିବାକୁ କୁହାଯାଉଛି । ଅଳ୍ପ ବର୍ଷା ଯୋଗୁ ସହର
ବିଶେଷକରି ଭୁବନେଶ୍ବରରେ ସୃଷ୍ଟି ହେଉଥିବା ବନ୍ୟା ପରିସ୍ଥିତିରେ ସମାଧାନ ଉପରେ ଗୁରୁତ୍ବ
ଦିଆଯାଇଛି । ସହରାଞ୍ଚଳ କୃତିମ ବନ୍ୟା ପରିସ୍ଥିତି ନିୟନ୍ତ୍ରଣ ପାଇଁ 200 କୋଟି ଟଙ୍କା ଖର୍ଚ
କରାଯିବାକୁ ପ୍ରସ୍ତାବ ଦିଆଯାଇଛି । ଏହାର ଦାୟିତ୍ବ ଆଇଅଇଟି ଦିଲ୍ଲୀକୁ ଦିଆଯାଇଛି । ଆଇଆଇଟି ଦିଲ୍ଲୀ ବୈଷୟିକ ସହାୟତା ପ୍ରଦାନ କରିବା ସହ
ଦୀର୍ଘ ମିଆଦୀ ଯୋଜନା ପ୍ରସ୍ତୁତ କରି ସରକାରଙ୍କୁ ପ୍ରଦାନ କରିବା । ବର୍ଷା ଦିନରେ କାମୁଡ଼ା
ରୋଗୀ ଦେଖିବାକୁ ମିଳିନ୍ତି । ତେଣୁ ହସ୍ପିଟାଲରେ ପର୍ଯ୍ୟାପ୍ତ ପରିମାଣରେ ଆଣ୍ଟି ସ୍ନେକ ଭେନମ
ରଖିବାକୁ କୁହାଯାଉଛି । ଓଡ଼୍ରାଫ ୟୁନିଟ 20 ରୁ 30 କୁ ବୃଦ୍ଧି କରିବାକୁ ପ୍ରସ୍ତାବ ଦିଆଯାଇଛି ।
ପାଣିପାଗ ବିଭାଗ ସହ ସମନ୍ବୟ ରଖି ଜିରୋ କାଜୁଆଲଟି ନୀତି ଗ୍ରହଣ କରିବାକୁ କହିଛନ୍ତି ମୁଖ୍ୟମନ୍ତ୍ରୀ
।