ଆଜି ବ୍ରିଟେନରେ
ହେଉଛି ସାଧାରଣ ନିର୍ବାଚନ । ଦୁଇ ପାର୍ଟି ବିଶିଷ୍ଟ ଏହି ଦେଶରେ ଏଥର ମୁହାଁ ମୁହିଁ ହେଉଛନ୍ତି ଗତ
ନିର୍ବାଚନ କଂଜର୍ଭେଟିଭ ପାର୍ଟିର ରୂଷି ସୁନକ ଓ ଲେବର ପାର୍ଟିର କିର ଷ୍ଟାର୍ମର । ହେଲେ ଏଥର
ସୁନକ ଭୋଟ ହେବା ଆଗରୁ ହିଁ ନିଜ ପାର୍ଟିର ପରାଜୟ ସ୍ବୀକାର କରିବା ଆରମ୍ଭ କଲେଣି । ନିର୍ବାଚନ
ପୂର୍ବ ସର୍ଭେରେ ମଧ୍ୟ ଏଥର ଲେବର ପାର୍ଟି ଜିତିବାର ସମ୍ଭାବନା ଅଧିକ ରହିଛି ବୋଲି ପ୍ରକାଶ
ପାଇଥିଲା । ଏଥର ଲେବର ପାର୍ଟି କଡ଼ା ଟକ୍କର ଦେଉଥିବାରୁ ଟେନ ଡ଼ାଉନିଂ ଷ୍ଟ୍ରିଟସର ଚାବି କିର
ଷ୍ଟାର୍ମର ହାସଲ କରିବେ ବୋଲି ଆଶା କରା ଯାଉଛି । ପୋଲ ସର୍ଭେର ଆକଳନ ଅନୁଯାୟୀ ଲେବର ପାର୍ଟିରେ
ଷ୍ଟାର୍ମରଙ୍କର ଜିତିବାର ସୁଜୋଗ ଖୁବ ଅଧିକ ରହିଛି । ଏପରିକି ଏଥର 484 ସିଟ ସହ ଜିତିବାର
ଭିବଷ୍ୟବାଣୀ ମଧ୍ୟ କରାଯାଇଛି। ଜଦି ଲେବର ପାର୍ଟି ଏଥର ଜିତେ ତେବେ ପାର୍ଟି ପାଇଁ ଏହା
ଏକ ଐତିହାସିକ ବିଜୟ ସାବ୍ୟସ୍ତ ହେବ ।