ରତ୍ନଭଣ୍ଡାର ଖୋଲାଯିବା
ନେଇ ଆଇନମନ୍ତ୍ରୀଙ୍କ ବଡ଼ ସୂଚନା ଦେଇଛନ୍ତି । ଏନେଇ ନିଷ୍ପତି ସରିଥିବା ବେଳେ ମୋଡ଼ାଲିଟି
ପ୍ରସ୍ତୁତ କରାଯିବା ସହ ଦିନେ ଦିଇ ଦିନ ମଧ୍ୟରେ ତାରିଖ ଘୋଷଣା ହେବ ବୋଲି ମନ୍ତ୍ରୀ ପୃ୍ଥ୍ବୀରାଜ
ହରିଚନ୍ଦନ ସୂଚନା ଦେଇଛନ୍ତି । ଏନେଇ ସରକାରଙ୍କ
ପକ୍ଷରୁ ବିଜ୍ଞପ୍ତି ପ୍ରକାଶ କରାଯିବ ।
ଗଣମାଧ୍ୟମ ଓ ସାମାଜିକ ଗଣମାଧ୍ୟମରେ ରତ୍ନଭଣ୍ଡାର
ଖୋଲିବା ନେଇ ଯେଉଁ ତାରିଖ ଚାଲୁଛି ଏହା ଏକ ଗୁଜବ, ଏହି ଗୁଜବକୁ ଲୋକେ ବିଶ୍ବାସ ନକରନ୍ତୁ
ବୋଲି ଆଇନମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ ଅପିଲ କରିଛନ୍ତି ।
ସୂଚନାଯୋଗ୍ୟ ଯେ
ଜୁଲାଇ 8 ରୁ ଖୋଲିପାରେ ରତ୍ନଭଣ୍ଡାର । ଏହି ଦିନଠୁ ଆରମ୍ଭ ହୋଇପାରେ ଗଣତି ଓ ମଣତି କାମ ।
ରତ୍ନଭଣ୍ଡାର ତଦାରଖ କମିଟିର ଅଧ୍ୟକ୍ଷ ଜଷ୍ଟିସ ଅରିଜିତ ପଶାୟତ ଆସନ୍ତା 4 ତାରିଖରେ ଓଡ଼ିଶା
ଆସୁଛନ୍ତି । ତାଙ୍କ ଗସ୍ତସୂଚୀରୁ ଏଭଳି ସଙ୍କେତ ମିଳିଛି । ଜଷ୍ଟିସ ଅରିଜିତ ପଶାୟତଙ୍କ
ଅଧ୍ୟକ୍ଷତାରେ ଜୁଲାଇ 5 ତାରିଖ ଅପରାହ୍ନ 2 ଟା ପରେ ରତ୍ନଭଣ୍ଡାର ଗଣତି ମଣତିକୁ ନେଇ ବୈଠକ ହେବ
। ବୈଠକରେ ନିଷ୍ପତ୍ତି ନିଆଯିବା ପରେ ଜୁଲାଇ 8 ତାରିଖରୁ ରତ୍ନଭଣ୍ଡାର ଖୋଲିବା ସହ ଗଣତିମଣତି
କାମ ଆରମ୍ଭ ହୋଇପାରେ । ଏଭଳି 19 ଦିନ ଧରି 8 ତାରିଖକୁ 27 ତାରିଖ ଯାଏଁ ରତ୍ନଭଣ୍ଡାର କାମ
ଚାଲିବ ।