ଓଡ଼ିଶା ହାଇକୋର୍ଟ
ବରିଷ୍ଠ ବିଚାରପତି ଡ଼ଃ ଜଷ୍ଟିସ ବିୁଦ୍ୟତ ରଞ୍ଜନ ଷଡ଼ଙ୍ଗୀଙ୍କୁ ଝାଡ଼ଖଣ୍ଡ ହାଇେକାର୍ଟର ମୁଖ୍ୟ
ବିଚାରପତି ଭାବେ ନିଯୁକ୍ତି ମିଳିଛି । 2023 ଅକ୍ଟୋବର 4 ତାରିଖରେ ପୂର୍ବତନ ମୁଖ୍ୟ ବିଚାରପତି
ଜଷ୍ଟିସ ସୁଭାଶିଷ ତାଳପତ୍ରଙ୍କ ଅବସର ପରେ ଡ଼ଃ ଜଷ୍ଟିସ ଷଡ଼ଙ୍ଗୀ ଓଡ଼ିଶା ହାଇକୋର୍ଟର
କାର୍ଯ୍ୟକାରୀ ମୁଖ୍ୟବିଚାରପତି ଭାବେ କାର୍ଯ୍ୟ
କରିଥିଲେ । ଗତବର୍ଷ ଡ଼ିସେମ୍ବର 27ରେ ସୁପ୍ରିମକୋର୍ଟ କଲେଜିଅମ ଜଷ୍ଟିସ ଷଡ଼ଙ୍ଗୀଙ୍କ ମୁଖ୍ୟ
ବିଚାରପତି ନିଯୁକ୍ତି ପ୍ରସ୍ତାବକୁ ଅନୁମୋଦନ କରିଥିଲେ । କେନ୍ଦ୍ର ଆଇନ ମନ୍ତ୍ରୀ ଅର୍ଜୁନ ରାମ ମେଘଓ୍ବାଲ
ଜଷ୍ଟିସ ଷଡ଼ଙ୍ଗୀଙ୍କ ନିଯୁକ୍ତି ବିଷୟ ନେଇ ଟ୍ବିଟରରେ ପୋଷ୍ଟ କରିଛନ୍ତି ।
1962 ମସିହା ଜୁଲାଇ 20ରେ ନୟାଗଡ଼ରେ ଜନ୍ମ ଗ୍ରହଣ କରିଥିବା ଜଷ୍ଟିସ
ଷଡ଼ଙ୍ଗୀ ବିଜେବି କଲେଜକୁ ବାଣିଜ୍ୟରେ ଅନର୍ସ ରଖି ସ୍ନାତକ କରିଥିଲେ । ପରେ ସେ କଟକ ମଧୁସୂଦନ
ଆଇନ ମହାବିଦ୍ୟାଳୟରୁ ଏଲଏଲବି ଓ ଏଲଏଲଏମ ଶିକ୍ଷା ହାସଲ ସହ ସମ୍ବଲପୁର ବିଶ୍ବବିଦ୍ୟାଳୟରୁ ପିଏଚଡ଼ି ଡ଼ିଗ୍ରୀ ହାସଲ କରିଥିଲେ । 1985 ମସିହା ଡ଼ିସେମ୍ବରରେ
ଡ଼ଃ ଜଷ୍ଟିସ ଷଡ଼ଙ୍ଗୀ ଓଡ଼ିଶା ହାଇକୋର୍ଟ ଏବଂ ସୁପ୍ରିମକୋର୍ଟରେ ଆଇନଜୀବୀ ଭାବେ କ୍ୟାରିୟର ଆରମ୍ଭ
କରିଥିଲେ । 2013 ଜୁନ 20 ରେ ସେ ଓଡ଼ିଶା ହାଇକୋର୍ଟର
ବିଚାରପତି ନିଯୁକ୍ତ ହୋଇଥିଲେ । ଓଡ଼ିଶା ହାଇକୋର୍ଟର ବିଚାରପତି ଭାବେ ଡ଼ଃ ଜଷ୍ଟିସ ଷଡ଼ଙ୍ଗୀ 1
ଲକ୍ଷ 52 ହଜାରଟି ମାମଲାର ବିଚାର କରିଥିବା ବେଳେ 1 ହଜାର 500 ଟି ମାମଲାର ରାୟ ଶୁଣାଇଥିବା
ଜଣାପଡ଼ିଛି ।