Friday, June 27, 2025
No Result
View All Result
Odisha 365

Latest News

ଇସ୍ରାଏଲର ଇରାନ ଉପରେ ଏୟାର ଷ୍ଟ୍ରାଇକ: ୨୦ ଜଣ ଶୀର୍ଷ କମାଣ୍ଡରଙ୍କ ମୃତ୍ୟୁ

ବିମାନ ଦୁର୍ଘଟଣାରେ ମୋଟ୍ ୨୬୫ ଜଣଙ୍କ ଜୀବନ ଯାଇଥିବା ସ୍ପଷ୍ଟ

ସଂଘ ଓ ସମାଜ ମିଳିତ ଭାବେ ନକ୍ସଲବାଦ ଓ ମତାନ୍ତରଣ ସମସ୍ୟାର ସମାଧାନ କରିପାରନ୍ତି

ଦୁଇ ଦେଶର ଫର୍ମୁଲା ମନରେ ଥିବା ଯାଏ ଆତଙ୍କବାଦ ରହିବ : ଡ. ମୋହନ ଭାଗବତ

ସଂଘ ଶିକ୍ଷା ବର୍ଗ: ସାମାଜିକ ସମରସତା, ଅନୁଶାସନ ଓ ରାଷ୍ଟ୍ରୀୟ ଚେତନାର ଏକ ଯାତ୍ରା

  • ଜାତୀୟ
  • ରାଜ୍ୟ
  • ଆନ୍ତର୍ଜାତୀୟ
  • ଭିଡିଓଗୁଡିକ
    • ବିଶେଷ ଅଦ୍ୟତନଗୁଡିକ |
    • ରାଶିଫଳ
    • ଚିତ୍ତବିନୋଦନ |
    • ବ୍ୟବସାୟ
    • ଆଇନଗତ |
    • ଇତିହାସ
    • ଭାଇରାଲ୍ ଭିଡିଓଗୁଡିକ |
  • ରାଜନୀତି
  • ବ୍ୟବସାୟ
  • ମନୋରଞ୍ଜନ
  • କ୍ରୀଡା
  • Opinion
    • ଜୀବନଶ yle ଳୀ

Home ଜାତୀୟ

ରାହୁଲ ଗାନ୍ଧୀଙ୍କ ହିନ୍ଦୁ ବିରୋଧୀ ମନ୍ତବ୍ୟ ଦେଶବାସୀଙ୍କୁ ଆଘାତ ଦେଇଛି

param by param
Jul 3, 2024, 12:14 am GMT+0530
FacebookTwitterWhatsAppTelegram

ଲୋକସଭାରେ ରାହୁଲ ଗାନ୍ଧୀ ଯେଉଁ ଭଳି ମନ୍ତବ୍ୟ ଦେଇଛନ୍ତି ତାହା ହିନ୍ଦୁମାନଙ୍କ ପ୍ରତି ଘୋର ଅପମାନ । ସେ ହିନ୍ଦୁମାନଙ୍କୁ ହିଂସ୍ର, ମିଥ୍ୟାବାଦୀ ଓ ଆତଙ୍କବାଦୀ କହିବା ଅତ୍ୟନ୍ତ ନିନ୍ଦନୀୟ । ଏହାକୁ ଓଡ଼ିଶାରେ ବିଜେପି ନିନ୍ଦା କରୁଛି । ହିନ୍ଦୁମାନଙ୍କ ସ୍ୱାଭିମାନ ଓ ଆତ୍ମସମ୍ମାନକୁ ଯେଉଁମାନେ ଆଘାତ ଦେଇଛନ୍ତି ସେମାନେ କେହି ରହିନାହାନ୍ତି । ଭାରତ ଗଣତନ୍ତ୍ରରେ ସବୁଠୁ ବଡ ପଂଚାୟତ ଲୋକସଭାର ଗରିମାକୁ ନଷ୍ଟ କରିବାର ଅଧିକାର କୌଣସି ବ୍ୟକ୍ତି କିମ୍ବା ଉଚ୍ଚପଦସ୍ଥ ଅଧିକାରୀଙ୍କର ନାହିଁ । ଏକ ଦାୟିତ୍ୱବାନ ରାଜନୈତିକ ଦଳଭାବେ ବିଜେପି ଦେଶବାସୀଙ୍କୁ ଏ ବିଷୟରେ ଅବଗତ କରାଇବା ପାଇଁ ନିଷ୍ପତି ନେଇଛି ବୋଲି ରାଜ୍ୟ କାର୍ଯ୍ୟାଳୟରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ ସଭାପତି ଶ୍ରୀ ମନମୋହନ ସାମଲ କହିଛନ୍ତି ।
ଶ୍ରୀ ସାମଲ କହିଛନ୍ତି, ହିନ୍ଦୁ ଶବ୍ଦର ସୁପ୍ରିମକୋର୍ଟ ବହୁବାର ସ୍ପଷ୍ଟ ବ୍ୟାଖ୍ୟା କରିଛନ୍ତି । ହିନ୍ଦୁ କେବଳ ଏକ ଧର୍ମ ନୁହେଁ ଏହା ବିଚାରଧାରା ଓ ଜୀବନଧାରା । ଅନ୍ୟ ଦେଶମାନଙ୍କରେ ଭାରତକୁ “ହିନ୍ଦୁସ୍ଥାନ”ର ଆଖ୍ୟା ଦିଆଯାଇଛି । ବିବେକାନନ୍ଦ, ଅରବିନ୍ଦ ଘୋଷ, ନେତାଜୀ ସୁବାଷଚନ୍ଦ୍ର ବୋଷ ବିଜେପିରେ ନ ଥାଇ ମଧ୍ୟ ଅଖଣ୍ଡ ଭାରତର ସ୍ୱପ୍ନ ଦେଖିଛନ୍ତି । ଯୁଗ ଯୁଗରୁ ଯେଉଁମାନେ ଆମ ପାଇଁ ଲଢ଼ିଛନ୍ତି ସେମାନେ ହିନ୍ଦୁସ୍ଥାନ ପାଇଁ ଲଢ଼ୁଥିଲେ । ହିନ୍ଦୁମାନେ ଯଦି ହିଂସ୍ର ତା’ହାଲେ ରାହୁଲ ଗାନ୍ଧୀ ସେଥିରୁ ଅଲଗା କେମିତି? ସେ ନିଜକୁ କାଶ୍ମିରୀ ବ୍ରାହ୍ମଣ ଓ ଦତାତ୍ରେୟ ଗୋତ୍ର ବୋଲି କହୁଥିଲେ କେମିତି? ହିନ୍ଦୁତ୍ୱ ପାଇଁ ଆଜି ଦେଶରେ ଗଣତାନ୍ତ୍ରିକ, ରାଜନୈତିକ ବ୍ୟବସ୍ଥା ଅଛି । ଅନେକ ଦେଶରେ ଏହି ବ୍ୟବସ୍ଥା ନାହିଁ, ସେଠାରେ ଲୋକଙ୍କୁ କଥା କହିବାର ସୁଯୋଗ ଦିଆଯାଏ ନାହିଁ । ଭାରତରେ ଗଣତାନ୍ତ୍ରିକ ଓ ରାଜନୈତିକ ବ୍ୟବସ୍ଥା ଅଛି ବୋଲି ରାହୁଲ ଗାନ୍ଧୀ ଲୋକସଭାରେ ଏଭଳି ହୀନ ମନ୍ତବ୍ୟ ଦେଇଛନ୍ତି । କିନ୍ତୁ ତାଙ୍କର ଏଭଳି ମନ୍ତବ୍ୟ ୧୪୦କୋଟି ଜନତାଙ୍କ ହୃଦୟଙ୍କୁ କଠୋର ଆଘାତ ଦେଇଛି ।
କଂଗ୍ରେସ ଭାରତକୁ ୫୬ ବର୍ଷ ଧରି ଶାସନ କରିଛି । ବିରୋଧୀ ଦଳରେ ବସିବାର ଅଭ୍ୟାସ ତାର ନାହିଁ, ଏନେଇ ସେମାନେ ଅଣନିଶ୍ୱାସ ହୋଇଯାଉଛନ୍ତି । କଂଗ୍ରେସ ହାରିବା ପରେ ନିଜର ମାନସିକ ଭାରସାମ୍ୟ ହରାଇ ବସିଛି । ବିଶେଷ କରି କଂଗ୍ରେସର ନେତା ରାହୁଲ ଗାନ୍ଧୀ କେତେବେଳେ କ’ଣ କହୁଛନ୍ତି ତାହା ବୁଝିପାରୁନାହାନ୍ତି । ଏପରିକି କ’ଣ କହିବାକୁ ହେବ ତାହା ମଧ୍ୟ ତାଙ୍କୁ ଜଣାନାହିଁ । ବିରୋଧୀ ଦଳ ନେତା ହେବା ସତ୍ୱେ ସମ୍ବିଧାନ ଓ ପ୍ରଧାନମନ୍ତ୍ରୀଙ୍କୁ ସମ୍ମାନ ଦେଉନାହାନ୍ତି । ତାଙ୍କ ପାଖରୁ ସମ୍ମାନ ଓ ଗରିମାର ଆଶା ରଖିବା ବୃଥା । କାରଣ ର୍ପୂବରୁ ମଧ୍ୟ ତାଙ୍କ ଦଳ କଂଗ୍ରେସ ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂଙ୍କ ଉପରକୁ କାଗଜ ଛିଣ୍ଡାଇ ଫୋପାଡିଛନ୍ତି । କ୍ଷମତା ଲୋଭରେ ଏହି ଦଳ ୧୯୭୫ରେ ଜରୁରୀକାଳୀନ ପରିସ୍ଥିତି ଘୋଷଣା କରି ଲକ୍ଷଲକ୍ଷ ଲୋକଙ୍କୁ ଜେଲ୍‌ରେ ଭର୍ତି କରିଥିଲା । ଏହା କଂଗ୍ରେସ ସଂସ୍କୃତି ହୋଇପାରେ । କିନ୍ତୁ ଅନ୍ୟାୟ ଓ ଅତ୍ୟାଚାର କରିବା ଭାରତର ସଂସ୍କୃତି ନୁହେଁ । କଂଗ୍ରେସ ଦଳ କ୍ଷମତା ପାଇଁ ଦେଶକୁ ତୁଚ୍ଛ କରିପାରେ କିନ୍ତୁ ବିଜେପି ପାଇଁ ଦେଶ ଓ ସମାଜ ବଡ଼ ତା’ପରେ ଦଳ । ୧୯୮୪ ମସିହାରେ ନିରୀହ ଶିଖ୍‌ମାନଙ୍କୁ କଂଗ୍ରେସ ଅମାନୁଷିକ ଭାବେ ନରସଂହାର କରିଥିଲା । ଏଭଳି ଅଧିକାର କଂଗ୍ରେସକୁ କିଏ ଦେଇଥିଲା? କଂଗ୍ରେସର ଏଭଳି ହୀନକାମ ପାଇଁ ଏପର୍ଯ୍ୟନ୍ତ ଶିଖ୍‌ମାନଙ୍କ ଆଖିରୁ ଲୁହ ସୁଖୁନାହିଁ । କଂଗ୍ରେସ ଦେଶରେ କିଭଳି ଆତଙ୍କ ଓ ଗୁଣ୍ଡାଗର୍ଦ୍ଦି କରିଛି ତାହା ଦେଶବାସୀ ଦେଖିଛନ୍ତି, କିନ୍ତୁ ସେ ହିନ୍ଦୁଙ୍କୁ କିଭଳି ଦୋଷ ଦେଉଛନ୍ତି? କ୍ଷମତା ଲୋଭରେ ଅନ୍ଧ ହୋଇ କଂଗ୍ରେସ ବିଗତଦିନରେ କ’ଣ କରିଛି ତାହା ସମସ୍ତଙ୍କୁ ଜଣା । ରାହୁଲ ଗାନ୍ଧୀ ଚିନ୍ ଓ ପାକିସ୍ତାନକୁ ପ୍ରଶଂସା କରନ୍ତି । ଏନେଇ ତାଙ୍କୁ ଯେତେ ନିନ୍ଦା କଲେ ବି କମ୍ ହେବ । ଏପର୍ଯ୍ୟନ୍ତ ତାଙ୍କ ଦଳ କଂଗ୍ରେସ ଭାରତର ଜନମାନସକୁ ଜାଣିପାରି ନାହିଁ କି ବୁଝିପାରିନାହିଁ । ଏଥିପାଇଁ ଏହି ଦଳ ଲୋକସଭାରେ ୪୨୫ରୁ ବହୁ ତଳକୁ ଖସିଯାଇଛି ବୋଲି ଶ୍ରୀ ସାମଲ କହିଛନ୍ତି ।
ଏଭଳି ଆତଙ୍କରାଜ ପାଇଁ ଓଡ଼ିଶାରେ କଂଗ୍ରେସ ଲୁପ୍ତ ହୋଇଯାଇଛି । ଏହି ଦଳ ଓଡ଼ିଶାର ଅସ୍ମିତା, ଅଖଣ୍ଡତା, ସଂସ୍କୃତି, ପରମ୍ପରାକୁ ବୁଝିପାରିନାହିଁ । ଏବେ କଂଗ୍ରେସର ଆତ୍ମସମୀକ୍ଷା କରିବାର ବେଳ ଆସିଛି । ଏହି ଦଳ ନିଜର ଆଚରଣ, ଉଚ୍ଚାରଣ ଓ ବ୍ୟବହାର ପରିବର୍ତନ କରିବା ଉଚିତ୍ । ଏକଛତ୍ରବାଦୀ ମନୋଭାବ, ଲୋକଙ୍କୁ ତୁଚ୍ଛ ମନେ କରିବା ଓ ପରିବାର ବାଦକୁ ଉତ୍ସାହିତ କରିବା ଭଳି କାର୍ଯ୍ୟ ଆଉ ଦେଶରେ ଚଳିବ ନାହିଁ । କଂଗ୍ରେସ ନିଜର ବୁଦ୍ଧି, ବିବେକର ଆତ୍ମସମୀକ୍ଷା କରୁ । ବରିଷ୍ଠ ନେତାମାନେ ରାହୁଲ ଗାନ୍ଧୀଙ୍କୁ ବୁଝାନ୍ତୁ । ଭାରତୀୟ ଜନତା ପାର୍ଟି ଦେଶ ପାଇଁ ଲଢ଼େଇ ଜାରି ରଖିଛି । ବିଜେପି “କସଟି ପଥର”ରେ ନିର୍ମାଣ ହୋଇଛି । ଯଶ୍ୱସୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ପୂର୍ବତନ ପ୍ରଧାମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ପାଇଁ ଦେଶ ବଡ । ଦେଶ ରହିଲେ ଆମେ ରହିବା । ରାହୁଲ ଗାନ୍ଧୀ ମଧ୍ୟ ଭୋଟ ବ୍ୟାଙ୍କ ରାଜନୀତି ଛାଡନ୍ତୁ ବୋଲି ଶ୍ରୀ ସାମଲ କହିଛନ୍ତି ।
ଏହି ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ ଉପସଭାପତି ବିରଂଚି ନାରାୟଣ ତ୍ରିପାଠୀ, ରାଜ୍ୟ ମୁଖ୍ୟ ମୁଖପାତ୍ର ସଜ୍ଜନ ଶର୍ମା, ରାଜ୍ୟ ଗଣମାଧ୍ୟମ ସଂଯୋଜକ ସୁଜିତ୍ କୁମାର ଦାସ, ସାମାଜିକ ଗଣମାଧ୍ୟମ ମୁଖ୍ୟ ଉମାକାନ୍ତ ପଟ୍ଟନାୟକ ପ୍ରମୁଖ ଉପସ୍ଥିତ ଥିଲେ ।

Tags: newsodisha
ShareTweetSendShare

RelatedNews

Latest News

ସଂଘ ଓ ସମାଜ ମିଳିତ ଭାବେ ନକ୍ସଲବାଦ ଓ ମତାନ୍ତରଣ ସମସ୍ୟାର ସମାଧାନ କରିପାରନ୍ତି

ସଂଘ ଶିକ୍ଷା ବର୍ଗ: ସାମାଜିକ ସମରସତା, ଅନୁଶାସନ ଓ ରାଷ୍ଟ୍ରୀୟ ଚେତନାର ଏକ ଯାତ୍ରା
Latest News

ସଂଘ ଶିକ୍ଷା ବର୍ଗ: ସାମାଜିକ ସମରସତା, ଅନୁଶାସନ ଓ ରାଷ୍ଟ୍ରୀୟ ଚେତନାର ଏକ ଯାତ୍ରା

ଭାରତ ପାଇଁ ଶକ୍ତିଶାଳୀ ହେବା ବ୍ୟତୀତ ଅନ୍ୟ କୌଣସି ବିକଳ୍ପ ନାହିଁ: ମୋହନ ଭାଗବତ
Latest News

ଭାରତ ପାଇଁ ଶକ୍ତିଶାଳୀ ହେବା ବ୍ୟତୀତ ଅନ୍ୟ କୌଣସି ବିକଳ୍ପ ନାହିଁ: ମୋହନ ଭାଗବତ

ଜାତୀୟ

ସେବା, ଶକ୍ତି ଓ ସାମାଜିକ ସମନ୍ୱୟର ଏକ ଶତାବ୍ଦୀ

ବାଂଲାଦେଶୀ ଅନୁପ୍ରବେଶକାରୀଙ୍କୁ ବାଂଲାଦେଶ ପଠାଇବା କେତେ ସମ୍ଭବ ?
Latest News

ବାଂଲାଦେଶୀ ଅନୁପ୍ରବେଶକାରୀଙ୍କୁ ବାଂଲାଦେଶ ପଠାଇବା କେତେ ସମ୍ଭବ ?

Latest News

ଇସ୍ରାଏଲର ଇରାନ ଉପରେ ଏୟାର ଷ୍ଟ୍ରାଇକ: ୨୦ ଜଣ ଶୀର୍ଷ କମାଣ୍ଡରଙ୍କ ମୃତ୍ୟୁ

ଇସ୍ରାଏଲର ଇରାନ ଉପରେ ଏୟାର ଷ୍ଟ୍ରାଇକ: ୨୦ ଜଣ ଶୀର୍ଷ କମାଣ୍ଡରଙ୍କ ମୃତ୍ୟୁ

ବିମାନ ଦୁର୍ଘଟଣାରେ ମୋଟ୍ ୨୬୫ ଜଣଙ୍କ ଜୀବନ ଯାଇଥିବା ସ୍ପଷ୍ଟ

ବିମାନ ଦୁର୍ଘଟଣାରେ ମୋଟ୍ ୨୬୫ ଜଣଙ୍କ ଜୀବନ ଯାଇଥିବା ସ୍ପଷ୍ଟ

ସଂଘ ଓ ସମାଜ ମିଳିତ ଭାବେ ନକ୍ସଲବାଦ ଓ ମତାନ୍ତରଣ ସମସ୍ୟାର ସମାଧାନ କରିପାରନ୍ତି

ଦୁଇ ଦେଶର ଫର୍ମୁଲା ମନରେ ଥିବା ଯାଏ ଆତଙ୍କବାଦ ରହିବ : ଡ. ମୋହନ ଭାଗବତ

ଦୁଇ ଦେଶର ଫର୍ମୁଲା ମନରେ ଥିବା ଯାଏ ଆତଙ୍କବାଦ ରହିବ : ଡ. ମୋହନ ଭାଗବତ

ସଂଘ ଶିକ୍ଷା ବର୍ଗ: ସାମାଜିକ ସମରସତା, ଅନୁଶାସନ ଓ ରାଷ୍ଟ୍ରୀୟ ଚେତନାର ଏକ ଯାତ୍ରା

ସଂଘ ଶିକ୍ଷା ବର୍ଗ: ସାମାଜିକ ସମରସତା, ଅନୁଶାସନ ଓ ରାଷ୍ଟ୍ରୀୟ ଚେତନାର ଏକ ଯାତ୍ରା

ଅଯୋଧ୍ୟାରେ ରାମ ମନ୍ଦିର: ହିନ୍ଦୁ ଆସ୍ଥାର ପ୍ରାଣକେନ୍ଦ୍ର

ସକାଳର ମୁଖ୍ୟ ଖବର

Dr. Keshav Baliram Hedgewar

ସଂଘ ଶିକ୍ଷା ବର୍ଗ -ସଂଘର ଏକ ପରିବର୍ତ୍ତନଶୀଳ ଉଦ୍ୟମ

ଭାରତ ପାଇଁ ଶକ୍ତିଶାଳୀ ହେବା ବ୍ୟତୀତ ଅନ୍ୟ କୌଣସି ବିକଳ୍ପ ନାହିଁ: ମୋହନ ଭାଗବତ

ଭାରତ ପାଇଁ ଶକ୍ତିଶାଳୀ ହେବା ବ୍ୟତୀତ ଅନ୍ୟ କୌଣସି ବିକଳ୍ପ ନାହିଁ: ମୋହନ ଭାଗବତ

ମୋଦି ସରକାରଙ୍କ ୧୧ ବର୍ଷ: ସଫଳତାର ଯାତ୍ରା

ମୋଦି ସରକାରଙ୍କ ୧୧ ବର୍ଷ: ସଫଳତାର ଯାତ୍ରା

  • Home
  • About Us
  • Contact Us
  • Privacy Policy
  • Terms & Conditions
  • Disclaimer
  • Sitemap

Copyright © Odisha-365, 2024 - All Rights Reserved.

No Result
View All Result
  • ଜାତୀୟ
  • ରାଜ୍ୟ
  • ଆନ୍ତର୍ଜାତୀୟ
  • ଭିଡିଓଗୁଡିକ
  • ରାଜନୀତି
  • ବ୍ୟବସାୟ
  • ମନୋରଞ୍ଜନ
  • କ୍ରୀଡା
  • Opinion
    • ଜୀବନଶ yle ଳୀ
  • About & Policies
    • About Us
    • Contact Us
    • Privacy Policy
    • Terms & Conditions
    • Disclaimer
    • Sitemap

Copyright © Odisha-365, 2024 - All Rights Reserved.