ବଢିବ ଭତ୍ତା ।
ଭତ୍ତା ଟଙ୍କାକୁ 3000 ଟଙ୍କାକୁ ବୃଦ୍ଧି କରାଯିବ । ଏନେଇ ଘୋଷଣା କରିଛନ୍ତି ସାମାଜିକ ସୁରକ୍ଷା
ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ । ତେବେ ଯେଉଁ ବର୍ଗର ଭତ୍ତା ବଢାଯିବ ସେନେଇ କୌଣସି ନିର୍ଦିଷ୍ଟ
ସୂଚନା ମିଳିନାହିଁ । ତେବେ ବାର୍ଧକ୍ୟ ଭତ୍ତା, ବିଧବା ଭତ୍ତା ଓ ଦିବ୍ୟାଙ୍ଗ ଭତ୍ତାକୁ ଗୁରୁତ୍ବ
ଦିଆଯିବ ବୋଲି ସୂଚନା ଦେଇଛନ୍ତି ମନ୍ତ୍ରୀ ।ବିଭିନ୍ନ ବର୍ଗର ଭତ୍ତା ବଢାଇବାକୁ ସରକାର ଚିନ୍ତା
କରୁଛନ୍ତି । ବିଭିନ୍ନ ବିଭାଗ ଅଧିକାରୀଙ୍କ ସହ ଏନେଇ ଆଲୋଚନା ଜାରି ରହିଛି ।ଆଲୋଚନା ପରେ କେଉଁ ବର୍ଗର ଭତ୍ତାକୁ ବୃଦ୍ଧି କରିବାକୁ
ସେନେଇ ସ୍ପଷ୍ଟ କରାଯିବ ବୋଲି କହିଛନ୍ତି ନିତ୍ୟାନନ୍ଦ ଗଣ୍ଡ ।ତେବେ ନିର୍ବାଚନ ପୂର୍ବରୁ
ବିଜେପି ଭତ୍ତା ବୃଦ୍ଧି କରିବାକୁ ଯେଉଁ ମାନିଫେଷ୍ଟା ଦେଇଥିଲା ତାକୁ ପୂରଣ କରିବାକୁ ଯାଉଛି ବୋଲି
କୁହାଯାଉଛି ।