ଲକ୍ଷ୍ମୀ ବସର ହେଲା
ରୁପାନ୍ତରୀକରଣ । ସବୁଜରୁ ଗେରୁଆ ହୋଇଛି ବସର ରଙ୍ଗ । କାହା ନିର୍ଦେଶରେ ବଦଳି ହୋଇଛି କିନ୍ତୁ ଜଣାନାହିଁ । ଢେଙ୍କାନାଳରେ ବସଷ୍ଟାଣ୍ଡରେ ଥିବା
28 ଟି ବସର ରଙ୍ଗ ବଦଳିଛି । ଏହାପରେ ଗେରୁଆ ରଙ୍ଗ କାହା ନିର୍ଦେଶରେ ହୋଇଛି ତାକୁ ନେଇ ଚର୍ଚା
।ସରକାର ବଦଳିବା ପରେ ଏହି ବସ ସେବାରେ ଭବିଷ୍ୟତକୁ ନେଇ ଚର୍ଚା ହେଉଥିଲା । ଏହାରି ଭିତରେ
କିନ୍ତୁ ସେବା ଚାଲୁ ରହିବ ବୋଲି ପରିବହନ ମନ୍ତ୍ରୀ ବିଭୂତି ଭୃଷଣ ଜେନା କହିଛନ୍ତି । ଏହାର ନାମ
କିନ୍ତୁ ମୁଖ୍ୟମନ୍ତ୍ରୀ ବସ ସେବା ଭାବେ ପରିବର୍ତନ ହେବ ବୋଲି ସ୍ପଷ୍ଟ କରିଛନ୍ତି । କମ ପଇସାରେ
ପଂଚାୟତକୁ ସହରକୁ ଯୋଡ଼ିବା ପାଇଁ ପୂର୍ବତନ ସରକାର ଏହି ବସ ସେବାର ଶୁଭାରମ୍ଭ କରିଥିଲେ ।