ଚଳିତଥର ରଥଯାତ୍ରାପାଇଁ 2
ଦିନ ଛୁଟି ଘୋଷଣା
।ପୁରୀରେ ସମୀକ୍ଷାବୈଠକରେ ଏନେଇ ଘୋଷଣା
କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ । 2 ଦିନ ଛୁଟି ନେଇ ବିଦ୍ଧିବଦ୍ଧ ବିଜ୍ଞପ୍ତି ପ୍ରକାଶ କରିବାକୁ ଅଧିକାରୀଙ୍କୁ ନିର୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ।ଚଳିତଥର ରଥଯାତ୍ରା 2
ଦିନ ଚାଲିବାକୁ ଥିବାରୁ ଛୁଟି
ଘୋଷଣା କରାଯାଇଛି । ସମୀକ୍ଷା ବୈଠକରେମୁଖ୍ୟମନ୍ତ୍ରୀ କହିଛନ୍ତି ଚଳିତବର୍ଷ ବିରଳ ଓ ଅଭୁତ ରଥଯାତ୍ରା
ହେବାକୁ ଯାଉଛି । ଦୀର୍ଘ 53 ବର୍ଷ ପରେ ଚଳିତବର୍ଷ ବିରଳ ରଥଯାତ୍ରା ହେବାକୁ ଯାଉଛି । ନୂଆ
ସରକାରରେ ଏଭଳି ସୁଯୋଗ ଆସିବାଆମର ଭାଗ୍ୟ । ଚଳିତବର୍ଷ 2 ଦିନରେ ରଥଯାତ୍ରା ସମାପନ ହେବ । ତେଣୁ ସରକାରୀସ୍ତରରେ ଯେଉଁ ଗୋଟିଏଦିନରେ ଛୁଟି
ଥିଲା ତାହାକୁ ଆଉ ଗୋଟିଏ
ଦିନ ବୃଦ୍ଧିକରିବାକୁ ନିର୍ଦେଶ ଦେଇଛି । ରଥଯାତ୍ରା ଯେପରି ସୁରୁଖୁରୁରେ ସମାପନ
ହେବ ସେଥିପାଇଁ ସମସ୍ତଙ୍କସହଯୋଗ ଲୋଡ଼ିଛନ୍ତି ମୁଖ୍ୟମନ୍ତ୍ରୀ । ରାଷ୍ଟ୍ରପତି ଦୌପଦୀ ମୁର୍ମୁ
ରଥଯାତ୍ରା ଦେଖିବା ସହ ରଥଟାଣିବାକୁ ଇଚ୍ଛା ପ୍ରକାଶ କରିଛନ୍ତି । ତେଣୁ ଏହା ବେଶ ଖୁସି ଓ
ଗୌରବର କଥା ।ଏହି ବିରଳ ରଥଯାତ୍ରାକୁ ସଫଳ କରିବାକୁ ଆହ୍ନାନ ଦେଇଛନ୍ତିମୁଖ୍ୟମନ୍ତ୍ରୀ ମୋହନ ମାଝୀ
।