ରଥଯାତ୍ରାରେ ଶୃଙ୍ଖଳା
ଓ ମହିଳା ସୁରକ୍ଷାକୁ ଆଇନ ମନ୍ତ୍ରୀଙ୍କ ପ୍ରାଥମିକତା । ରଥଯାତ୍ରା ଦିନ ମନ୍ଦିର ଭିତରକୁ
ଭିଆଇପିଙ୍କ ପ୍ରବେଶ ମନା । ଆସନ୍ତା କାଲି ଏନେଇ ପୁରୀରେ ଚୂଡ଼ାନ୍ତ ସମୀକ୍ଷା ବୈଠକ କରିବେ
ମୁଖ୍ୟମନ୍ତ୍ରୀ । ରଥଯାତ୍ରାକୁ ଶୃଙ୍ଖଳିତ କରିବା ପାଇଁ ସବୁ ପ୍ରକାର ବ୍ୟବସ୍ଥା କରାଯାଉଛି ।
ସମସ୍ତଙ୍କ ମତାମତକୁ ନେଇ ପ୍ରଭୁଙ୍କ ଶୃଙ୍ଖଳିତ ରଥଯାତ୍ରା
ସମାପନ ପାଇଁ ଉଦ୍ୟମ ଚାଲିଛି । ରଥଯାତ୍ରା ବେଳେ ରାଷ୍ଟ୍ରପତିଙ୍କ ଗସ୍ତକୁ ନଜରରେ ରଖି
ଆଇନ ଶୃଙ୍ଖଳାକୁ କଡ଼ାକଡ଼ି କରାଯିବ ବାଲି କହିଛନ୍ତି ଆଇନ ମନ୍ତ୍ରୀ ।