ଦିନକୁ ଦିନ
ବଢିଚାଲିଛି ବଜ୍ରପାତଜନିତ ମୃତ୍ୟୁ ସଂଖ୍ୟା । ବଜ୍ରପାତ କାରଣରୁ ଅନେକ ଜୀବନହାନି ହେଉଛି । ପୂର୍ବରୁ
ତାଳଗଛ ପାଇଁ ବଜ୍ରପାତ ଜନିତ ମୃତ୍ୟୁ ସଂଖ୍ୟା କମ ରହୁଥିଲା । କିନ୍ତୁ ଏବେ ରାଜ୍ୟରେ ତାଳଗଛ
ସଂଖ୍ୟା ଦ୍ରୁତ ଗତିରେ ହ୍ରାସ ପାଇଛି । ଯାହାକୁ ଦୃଷ୍ଟିରେ ରଖି ବଡ଼ ନିଷ୍ପତ୍ତି ନେଇଛନ୍ତି
ପିସିସିଏଫ ।
ପିସିସିଏଫ
ଦେବିଦତ୍ତ ବିଶ୍ବାଳ ଗଣମାଧ୍ୟମକୁ ସୂଚନା ଦେଇ
କହିଛନ୍ତି ଏଣିକି ମନ ଇଚ୍ଛା କାଟି ପାରିବନି ତାଳଗଛ । ନିଜ ଜାଗାରେ ଥିବା ତାଳ ଗଛ କାଟିବାକୁ
ମଧ୍ୟ ବନବିଭାଗ ଠାରୁ ଅନୁମତି ନେବାକୁ ପଡ଼ିବ । ରାଜ୍ୟରେ ବଢୁଥିବା ବଜ୍ରପାତ ଜନିତ ମୃତ୍ୟୃକୁ ନେଇ
ଏଭଳି କଡ଼ା ନିୟମ କରାଯାଇଛି । ବିନା ଅନୁମତିରେ ତାଳ ଗଛ କାଟିଲେ ହେବ କାର୍ଯ୍ୟାନୁଷ୍ଠାନ
।ବେକଳ ଏତିକି ନୁହେଁ ରାଜ୍ୟରେ କିଭଳି ତାଳଗଛ ସଂଖ୍ୟା ବୃଦ୍ଧି କରାଯିବ ସେନେଇ ମଧ୍ୟ ନିଷ୍ପତ୍ତି
ନିଆଯାଉଛି । ଚଳିତ ବର୍ଷ ରାଜ୍ୟରେ 19 ଲକ୍ଷ ତାଳ ଗଛ ଲଗାଯିବାକୁ ନିଷ୍ପତ୍ତି ନେଇଛି ବନ ବିଭାଗ
। ପ୍ରତି ଫରେଷ୍ଟ ବ୍ଲକର ଚାରିପଟେ ଚାରୋଟି ଲେଖାଏଁ ତାଳ ଗଛ ଲଗାଯିବ । ଏଥିପାଇଁ ସାଢେ 7
କୋଟି ଟଙ୍କା ଖର୍ଛ ହେବ । ବଜ୍ରପାତ କମାଇବାକୁ ଏଭଳି ନିଷ୍ପତ୍ତି ନିଆଯାଇଥିବା ବେଳେ କୃଷି
ବିଭାଗକୁ ମଧ୍ୟ ତାଳ ଗଛ ରୋପଣ ପାଇଁ ଏସଆରସି ନିର୍ଦେଶ ଦେଇଥିବା ସୂଚନା ମିଳିଛି ।