ଟି 20 ବିଶ୍ବକପରେ
ଆଜି ଟାଇଟଲ ଲଢେଇ । ରାତି 8 ଟାରେ ମୁହାଁମୁହିଁ ହେବେ ଭାରତ – ଦକ୍ଷିଣ ଆଫ୍ରିକା । 2007 ପ୍ରଥମ
ସଂସ୍କରଣ ବିଜେତା ଭାରତ ତାର ପୂର୍ବ ଐତିହ୍ୟ ପାଇଁ ଲଢେଇ କରିବ । ତୃତୀୟଥର ପାଇଁ ଫାଇନାଲ ଖେଳିବାକୁ
ଯାଉଥିବା ଭାରତ 17 ବର୍ଷ ପରେ ଟ୍ରଫି ଜିତିବାକୁ ଉଦ୍ୟମ କରିବ । ଅନ୍ୟପକ୍ଷରେ ଆଇସିସି ବିଶ୍ବକପ
ପ୍ରତିଯୋଗିତାରେ ଫ୍ରଥମଥର ପାଇଁ ଫାଇନାଲରେ
ପହଞ୍ଚିଥିବା ଦକ୍ଷିଣ ଆଫ୍ରିକା ଟ୍ରଫି ଜିତି ଇତିହାସ ରଚିବାକୁ ଲକ୍ଷ୍ୟ ରଖିଛି । 2007 ଟି 20
ବିଶ୍ପକପ ବିଜେତା ଭାରତୀୟ ଦଳର ସଦସ୍ୟ ରହିଥିବା ରୋହିତ ଶର୍ମା ଦ୍ବିତୀୟ ଥର ପାଇଁ ଟ୍ରଫି
ଧରିବାର ଲକ୍ଷ୍ୟ ରଖିଛନ୍ତି । ଦକ୍ଷିଣ ଆଫ୍ରିକା ଦ୍ରୁତ ବୋଲିଂ ଏବଂ ଭାରତ ସ୍ପିନ ବିଭାଗରେ ବେଶ
ଶକ୍ତିଶାଳୀ । ସେପଟେ ବାରବାଡ଼ୋସରେ ହେବାକୁ ଥିବା
ମ୍ୟାଚ ରେ ବର୍ଷା ହେବାର ଯଥେଷ୍ଟ ଆଶଙ୍କା ରହିଛି । ଆଜି ବର୍ଷା ହେଲେ ରବିବାର 30 ତାରିଖକୁ ରିଜର୍ଭ ଦିବସ ଭାବେ ରଖାଯାଇଛି । ଯଦି ବର୍ଷା
କିମ୍ବା ଅନ୍ୟାନ୍ୟ କାରଣରୁ ଫାଇନାଲ ମ୍ୟାଚ ବିଳମ୍ବ ହୁଏ । ତେବେ ସେହିଦିନ ମ୍ୟାଚ ଶେଷ କରିବା
ପାଇଁ ଅତିରିକ୍ତ 190 ମିନିଟ ସମୟ ବ୍ୟବହାର କରାଯିବ । ଉଭୟ ଦଳ ଅତିକମ ରେ 10-10 ଓଭର ଖେଳିଲେ
ହିଁ ମ୍ୟାଚର ଫଳାଫଳ ବାହାରିବ । ଯଦି କୌଣସି ଦଳ 10 ଓଭର ଖେଳିପାରିବେ ନାହିଁ ତେବେ ମ୍ୟାଚକୁ ରିଜର୍ଭ
ଦିବସକୁ ସ୍ଥାନାନ୍ତରିତ କରାଯିବା ନେଇ ସୂଚନା ରହିଛି ।